ଡିଜିଟାଲ ଦୁନିଆ ଆଡେ ନଜର ପକାଇଛନ୍ତି ଟ୍ବିଙ୍କିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ବେଶ୍‌ କିଛି ବର୍ଷ ହେବ ବଲିଉଡ୍‌ ଦୁନିଆରୁ ଦୂରେଇ ଯାଇଛନ୍ତି। ଦେଖିବାକୁ ଗଲେ ବିବାହ ପରଠାରୁ ବୋଧହୁଏ ସେ ଆଉ ବଲିଉଡ୍‌ରେ ଅଭିନେତ୍ରୀ ଭାବେ କାମ କରି ନାହାଁନ୍ତି। ତେବେ ନିକଟରେ ତାଙ୍କ ସ୍ବାମୀ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡମ୍ୟାନ’ରେ ସେ ପ୍ରଯୋଜକ ଭାବେ କାମ କରିଥିଲେ। ଏବେ କିନ୍ତୁ ଏହି ଅଭିନେତ୍ରୀ ଡିଜିଟାଲ୍‌ ଦୁନିଆ ଆଡେ ନଜର ପକାଇଥିବା କୁହାଯାଉଛି। ବିଶେଷ କରି ମହିଳାଙ୍କ ପାଇଁ ବିଶେଷ ଧରଣର କଣ୍ଟେଟ୍‌ ନେଇ ସେ କାମ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଛି। ଏଥିରେ ଭିଡିଓ ସହ ରେଡିଓ କଣ୍ଟେଟ୍‌ ମଧ୍ୟ ସ୍ଥାନ ପାଇବ। ଏଥିରେ ବିୟୁଟି, ହେଲ୍‌ଥ ଓ ଇକୋ ଫ୍ରେଣ୍ଡଲି ଲିଭିଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି। ଏହା ଉଭୟ ଇଂଲିଶ ଓ ହିନ୍ଦୀ ଭାଷାରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର

ମୁମ୍ବାଇ: ପରଲୋକରେ ହିନ୍ଦୀ-ବଙ୍ଗାଳୀ ଚଳଚ୍ଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ସରକାର। ୬୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ...

ଫିଲ୍ମ ‘ଶାବାଶ ମିଠୁ’ର ଟ୍ରେଲର ରିଲିଜ୍‌

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ‘ମିତାଲି ରାଜ’ଙ୍କ ବାୟୋପିକ ‘ଶାବାଶ ମିଠୁ’ର ଟ୍ରେଲର ମୁକ୍ତିଲାଭ କରିଛି। ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ...

ଆକ୍ସନ ନିଶାରେ ରାଜବୀର

ନବାଗତ ରାଜବୀର । ନୂଆ ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ତାଙ୍କୁ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା। ଏଥିରେ ତାଙ୍କୁ କେବଳ ଆକ୍ସନ ନୁହେଁ, ରୋମାଣ୍ଟିକ ରୋଲ୍‌ରେ...

ସୁନିଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ସଲମାନ

ମୁମ୍ବାଇ: ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କର ହାର୍ଟ ସଜରୀ ହୋଇଛି...

ନ୍ୟୁୟର ସେଲିବ୍ରେଶନ ପାଇଁ ନ୍ୟୁୟର୍କରେ ପହଞ୍ଚିଲେ ଏନ୍‌ଟିଆର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଆଜିକାଲି ନ୍ୟୁୟର୍କରେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ଉପଭୋଗ କରୁଛନ୍ତି। ଏହି ସମୟରେ ସେ କିଛି ଭାରତୀୟ...

ହାତକୁ ଦି’ ହାତ ହେଲେ ଏହି ଅଭିନେତ୍ରୀ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଲକ୍‌ଡାଉନ୍‌ ସମୟରେ ବିବାହ କରିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ପ୍ରଣିଥା...

ଗାୟିକା ଜହ୍ନ

ପୂରା ନାମ ମିନତି ଖିଲାର। ହେଲେ ବାପା ମା’ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଜହ୍ନ। ଆଉ ସେହି ଜହ୍ନ ନଁାଟି ହିଁ ତାଙ୍କୁ ଓଡ଼ିଆ ଯାତ୍ରା...

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୫।୭: ବଲିଉଡର ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ସୋସିଆଲ ମିଡିଆରେ ମିଳିଛି ହତ୍ୟା ଧମକ। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିକି ମୁମ୍ବାଇର...

Advertisement
Archives

Model This Week