ଡିକି ଭାଙ୍ଗି ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଖଣ୍ଡପଡା,୯।୮(ସ୍ବ.ପ୍ର.) : ନୟାଗଡ ଜିଲା କଣ୍ଟିଲୋ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନି ବୃଦ୍ଧି ପାଉଥିବାବେଳେ ଗୁରୁବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଜଣେ ଶିକ୍ଷକଙ୍କଠାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ସ୍ଥାନୀୟ ପାଟଣା ଛକରେ ବଡବାଣପୁର ପଞ୍ଚାୟତ ଅନ୍ତର୍ଗତ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କଣ୍ଟିଲୋ ଖୁଦବେହେରା ପାଟଣା ଗ୍ରାମର ପ୍ରଦୀପ କୁମାର ସାହୁ(ଅଜୟ)ଙ୍କ ବାଇକ ଡିକି ଭାଙ୍ଗି ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଖଣ୍ଡପଡା ଥାନାରେ ଅଭିଯୋଗ ହୋଇଛି।
ଯେ, ପ୍ରଧାନ ଶିକ୍ଷକ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୨ଟାରେ ଖଣ୍ଡପଡା ୟୁକୋ ବ୍ୟାଙ୍କକୁ ଯାଇ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଟଙ୍କା ୬, ୮୯୯ ଓ ଏସ୍‌ସିଏସ୍‌ଟି ସ୍କଲାରଶିପ ୨,୧୪୪ଟଙ୍କା ସହିତ ନିଜ ବ୍ୟକ୍ତିଗତ ୪୦ ହଜାର ଟଙ୍କା ଏପରି ସମୁଦାୟ ୪୯ହଜାର ୪୩ ଟଙ୍କା ଉଠାଇ ତାଙ୍କ ବାଇକ ଯୋଗେ ଘରକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ୪.୧୫ରେ ଶୁଳିଆ- କଣ୍ଟିଲୋ ରାସ୍ତା ପାଟଣା ଛକରେ ସେ ଅଟକି ଏକ ଦୋକାନରୁ ବରା କିଣିବାବେଳେ ୪ଜଣ ଯୁବକ ଦୁଇଟି ବାଇକ ଯୋଗେ ଆସି ହଠାତ୍‌ ଦୋକାନ ପାଖରେ ପହଞ୍ଚତ୍ଥିଲେ। ସେମାନେ ପ୍ରଧାନ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ତା’ ଭିତରେ ଥିବା ଟଙ୍କା ବ୍ୟାଗ ଲୁଟି ନେଇଥିଲେ। ଉକ୍ତ ବ୍ୟାଗରେ ୪୯ହଜାର ୪୩ ଟଙ୍କା ସହ ୪ଟି ବ୍ୟାଙ୍କ ପାସ ବୁକ ଓ ଗୋଟିଏ ଏଟିଏମ କାର୍ଡଥିଲା। ସେହି ସମୟରେ ଦୋକାନରେ ବସିଥିବା ଅନ୍ୟ ଗ୍ରାହକମାନେ ଏହା ଦେଖି ଡିକିରୁ କ’ଣ ନେଇଗଲେ ବୋଲି ପାଟି କରିବାରୁ ଆଖି ପିଛୁଳାକେ ଦୁର୍ବୃତ୍ତମାନେ ସେଠାରୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଏ ନେଇ ପ୍ରଧାନ ଶିକ୍ଷକ କଣ୍ଟିଲୋ ଫାଣ୍ଡିରେ ଅଭିଯୋଗ କରିଥିଲେ। ପରେ ଖଣ୍ଡପଡା ଥାନାରେ ୧୪୫/୧୯ରେ ଏକ ମାମଲା ରୁଜୁ ହେବା ସହିତ କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟ ପ୍ରକାଶ ପରିଡା ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଲାଗି ଟଁକା ବାଧକ୍‌:ତୃତୀୟାର ନାକେ ବଢ଼ୁଛେ ଆବୁ

ବିନିକା, ୧୭ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନଂ. ଓ୍ବାର୍ଡ ମିଶ୍ରପଡ଼ାର ତୃତୀୟା କର(୬୦)। ସେ ଗୁଟେ ବିରଲ କିସମର ରୋଗ୍‌ରେ...

ଯାଞ୍ଚ ଅଭାବରୁ ୧.୦୩ କୋଟି ହଡ଼ପ

ଯାଜପୁର ଅଫିସ,୧୬।୧୧: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧ କୋଟି ୩ ଲକ୍ଷ ୩୯ ହଜାର ୬୮୮ ଟଙ୍କା...

ଦନ୍ତା ଆକ୍ରମଣରେ ବୃଦ୍ଧାଙ୍କ ଜୀବନଗଲା

ବାରିପଦା ଅଫିସ,୨୫।୧୨: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବନାଞ୍ଚଳ ଅଧୀନ ଗୋଶାଣିପାଳ ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ...

ଜିଲାର ଏକମାତ୍ର ରକ୍ତଭଣ୍ଡାର ହୀନିମାନରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୨୨ା୫: କେନ୍ଦ୍ରାପଡ଼ା ଜିଲାର ଏକମାତ୍ର ବ୍ଲଡ୍‌ ବ୍ୟାଙ୍କରେ ଘୋର ରକ୍ତସଙ୍କଟ ଦେଖାଦେଇଛି। ମାସକୁ ଅନୂ୍ୟନ ୬୦୦ରୁ ୭୦୦ ୟୁନିଟ ରକ୍ତ ଆବଶ୍ୟ୍ୟକ ଥିବାବେଳେ...

ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ, ୨୯।୮: ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି। ଏହାକୁ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଏଥିରେ ଥିବା ଦୁର୍ମୂଲ୍ୟ ପୁସ୍ତକ, ପୋଥି ଓ...

ହୋଲି ଖେଳି ନଦୀରେ ବୁଡ଼ିଗଲେ ୨ ସାଙ୍ଗ

କୁଚିଣ୍ଡା,୧୯।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପକଣ୍ଠସ୍ଥିତ ସଇଡା ଭେଡେନ ନଦୀ ଝିଲି ଘାଟରେ ଗାଧୋଉଥିବା ବେଳେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରୁ ଆସି...

‘୨୦୨୩ ସୁଦ୍ଧା ପଦ୍ମପୁର ହେବ ଜିଲା’

ବରଗଡ଼ ଅଫିସ୍‌/ପାଇକମାଳ/ ଝାରବନ୍ଧ/ପଦ୍ମପୁର,୩ା୧୨: କଥା ନୁହେଁ, କାମରେ ବିଶ୍ୱାସ କରେ। ଆସନ୍ତା ୨୦୨୩ ସୁଦ୍ଧା ପଦ୍ମପୁର ଜିଲା ଗଠନ ହେବ। ନିର୍ବାଚନ ଆଚରଣ ସଂହିତା ଉଠିଲେ...

ସୀମାନ୍ତରେ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣ: ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ, ୧୦ ଯବାନ ଗୁରୁତର

ମାଲକାନଗିରି,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଯବାନ...

Advertisement
Archives

Model This Week