ଡିଅର ୨୦୧୯: ହସାଇ ନାକେଦମ୍‌ କଲେ

ଭୁବନେଶ୍ୱର, ୩୦।୧୨ (ବ୍ୟୁରୋ) ରସଗୋଲା ପଶ୍ଚିମବଙ୍ଗର, ତାଙ୍କୁ ଦେଇ ଦିଅ। ରସଗୋଲା ପରି ବେଙ୍ଗଲୀ ଲୋକ ମଧ୍ୟ ଧଳା ଓ ନରମ। ସେ ଦୃଷ୍ଟିରୁ ରସଗୋଲା ତାଙ୍କର ବୋଲି ଭୁବନେଶ୍ୱର କମେଡିଆନ୍‌ କ୍ଲବ୍‌ର ଆକାଶ ବାଘଲ କହିବା ସହ ଉପସ୍ଥିତ ଦର୍ଶକଙ୍କୁ ହସେଇ ହସେଇ ନାକେଦମ୍‌ କରିଥିଲେ। ଅବସର ଥିଲା ଭୁବନେଶ୍ୱରସ୍ଥିତ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ରବିବାର ଆୟୋଜିତ ଏକ ସ୍ବତନ୍ତ୍ର କମେଡି ଶୋ ‘ଡିଅର ୨୦୧୯’।
ଭୁବନେଶ୍ୱର କମେଡିଆନ କ୍ଲବ୍‌ର ଆକାଶଙ୍କ ବ୍ୟତୀତ ସମର ପ୍ରତାପ ନାୟକ ଓ ଚେନ୍‌ ଜୋକର କ୍ଲବ୍‌ର ପ୍ରିୟରଞ୍ଜନ ସାହୁ, ସୂର୍ଯ୍ୟ ପ୍ରକାଶଙ୍କ କମେଡି ଚୁଟକୁଲାରେ ସାରା ପ୍ରେକ୍ଷାଳୟ ହସରେ ପୂରିଉଠିଥିଲା। ଶୋ’କୁ ପ୍ରତ୍ୟୁଷା ବଙ୍ଗାରୀ ତାଙ୍କ ଚୁଲବୁଲି ଚୁଟ୍‌କୁଲାରୁ ଆରମ୍ଭ କରିଥିଲେ। ଏହାପରେ ଆକାଶ ଓ ରୋଶନ ବିଶୋୟୀ ଦୁହେଁ ଏ, ବି, ସି, ଡି ବିଷୟବସ୍ତୁ ଉପରେ ଏକ ହାସ୍ୟ ଅଭିନୟ ପ୍ରସ୍ତୁତ କରିଥିଲେ, ଯାହା ନୂଆବର୍ଷର ନୂଆ ଯୋଜନା ଉପରେ ଆଧାରିତ ଥିଲା। ଏଥିରେ ଆକାଶ ରୋଶନଙ୍କ ବାପାଙ୍କ ଭୂମିକା ନିର୍ବାହ କରିଥିବାବେଳେ ରୋଶନ ଏକ ନଟ୍‌ଖଟି ପିଲାର ଭୂମିକାରେ ନଜରକୁ ଆସିଥିଲେ। ସେମାନଙ୍କ ଉପସ୍ଥାପନା ଶୈଳୀ ଉପସ୍ଥିତ ଦର୍ଶକଙ୍କୁ ଖୁବ୍‌ ହସେଇଥିଲା। ଏହାପରେ ଅନ୍ୟ ଏକ ହାସ୍ୟ ଅଭିନୟ ପରିବେଷିତ ହୋଇଥିଲା, ଯାହାର ବିଷୟବସ୍ତୁ ଥିଲା ଜଣେ ସାଧାରଣ କର୍ମଚାରୀ ନୂଆ ବର୍ଷରେ ତା’ର କମ୍ପାନୀ ମାଲିକଙ୍କଠାରୁ କିପରି ଛୁଟି ଆଣିବ। ଏଥିରେ ସମର ଓ ସୂର୍ଯ୍ୟ ଅଭିନୟ କରିଥିଲେ। ଏହି ଅଭିନୟରେ ସମର ସୂର୍ଯ୍ୟଙ୍କ କର୍ମଚାରୀ ହୋଇଥିଲେ। ସେ ସୂର୍ଯ୍ୟଙ୍କ ଝିଅକୁ ଡେଟ୍‌ କରିବାକୁ ଥାଇଲାଣ୍ଡ ଯିବା ପାଇଁ ଛୁଟି ପାଇଁ ଆବେଦନ କରିଥିଲେ। ଦର୍ଶକମାନେ ଲେଖି ଦେଇଥିବା ବିଭିନ୍ନ ପ୍ରଖ୍ୟାତ୍‌ ବଲିଉଡ ଡାଇଲଗ୍‌କୁ ସେମାନେ ଏଥିରେ ବ୍ୟବହାର କରିଥିଲେ। ପରେ ପରେ ଆକାଶ, ସମର, ପ୍ରତ୍ୟୁଷା, ପ୍ରିୟରଞ୍ଜନ, ଦିପନ୍ବୀତ ଦାସମହାପାତ୍ର, ସୂର୍ଯ୍ୟ ଓ ରୋଶନଙ୍କ ଦ୍ୱାରା ବହୁ ହାସ୍ୟ ଅଭିନୟ ପ୍ରସ୍ତୁତ କରାଯାଇଥିଲା। ଏହି ସବୁ ମଧ୍ୟରେ ବିଭାସ ରଥ ଆଜିକାଲିର ଗଣମାଧ୍ୟମର କାର୍ଯ୍ୟକାରିତା ନେଇ ଏକ ସ୍ବତନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ରୋଶନ ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri