ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ ବର୍ଷା ଯୋଗୁ ଅଧିକ ଜଳ ପ୍ରବାହିତ ହୋଇ ଧନଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏଥିଯୋଗୁ ଗ୍ରାମରେ ବସବାସ କରୁଥିବା ୧୫୦ ପରିବାର ମଧ୍ୟରୁ ନଦୀକୂଳସ୍ଥିତ ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷାଦିନେ ଅଧିକ ପାଣି ନଦୀରେ ଆସୁଥିବାରୁ କ୍ରମଶଃ ନଦୀ ପଠା ଓ ଲୋକମାନଙ୍କ ରେକର୍ଡଭୁକ୍ତ ଜାଗା, ଘରବାଡ଼ି ଖାଇବାକୁ ବସଲାଣି । ବର୍ଷା ହେଲେ ସମ୍ପ୍ରତି ନଦୀ ପାଣି ଲୋକଙ୍କ ଘରେ ପଶିଆସୁଛି। ଅଧିକ ବର୍ଷା ହେଉଥିବା ସମୟରେ ରାତିରେ ଲୋକେ ଶୋଇଥିବାବେଳେ ଘର ଭାଙ୍ଗିଯିବା ସହ ଧନଜୀବନ ଭସେଇ ନେବା ଆଶଙ୍କାରେ ଗୃହର ଜିନିଷପତ୍ର ଆଦି ଖାଲି କରି ଅନ୍ୟ ଦୁଆରେ ଆଶ୍ରୟ ନେଉଥିବା ଶ୍ରୀଧର ନାୟକ, ବସନ୍ତ ନାୟକ, ଅକ୍ରୁର ନାୟକ, କରୁଣାକର ପ୍ରଧାନ, ମଦନମୋହନ ପ୍ରଧାନ, ବନମାଳୀ ପ୍ରଧାନ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ବାପଅଜା ସମୟରୁ ଜାଗା କିଣି ଘର ନିର୍ମାଣ କରି ରହୁଥିବାବେଳେ ଏବେ ନଦୀ ପାଣିରେ ତାହା ଭାସିଯିବା ଚିନ୍ତାରେ ସ୍ଥାନୀୟ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଏ ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାର୍ଡଓ୍ବାଲ୍‌ ନିର୍ମାଣ ପାଇଁ ସରପଞ୍ଚ, ବିଧାୟକ, ସାଂସଦ, ବ୍ଲକ କାର୍ଯ୍ୟାଳୟସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର କାକୁତିମିନତୀ ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହି ପରିସ୍ଥିତିରେ କେବଳ ପ୍ରତିଶ୍ରୁତି ହିଁ ମିଳିଛି। ଖୁବ୍‌ଶୀଘ୍ର ଯଦି ବାସଗୃହ ନିକଟରେ ଗାର୍ଡଓ୍ବାଲ ନିର୍ମାଣ କରା ନ ଯାଏ ତେବେ ପାରାଢିପିବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ସରପଞ୍ଚ ସବିତା ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଡାହୁକା ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରିବା ପାଇଁ ଆକ୍ସନ ପ୍ଲାନ୍‌ରେ ଆବେଦନ ରହିଛି। ଅନୁମୋଦନ ପରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସରପଞ୍ଚ ମତ ଦେଇଥିଲେ। ସରପଞ୍ଚଙ୍କ ସହ ଆଲୋଚନା କରି କିପରି ଶୀଘ୍ର ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରାଯାଇ ପାରିବ ସେ ବିଷୟରେ ନିଷ୍ପତ୍ତି ନେବେ ବୋଲି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଛଡ଼ାଇ ନେଇଛି ଜୀବିକା

ଖୋର୍ଦ୍ଧା ଅଫିସ,୧୬ା୧୨: ରାଜ୍ୟରେ କୋଭିଡ୍‌-୧୯ ସ୍ଥିତି ସୁଧୁରିଥିବା ବେଳେ ଏବେ ବି ଦିନ ମଜୁରିଆ, ମିସ୍ତ୍ରି କାମ ନ ପାଇ ଘରେ ବସି ରହିଛନ୍ତି। କରୋନା...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସଜେଇ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଓଡ଼ିଶା ଆୟୋଜନ କରିବାକୁ ଯାଉଛି ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ର ପ୍ରଥମ ସଂସ୍କରଣ। ବିଶ୍ୱବିଦ୍ୟାଳୟସ୍ତରରୁ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ମାନଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର...

୧୦ ଦିନ ଖୋଲାହୁଏ ମା’ ଦାଣ୍ଡୁମାରାମ୍ମାଙ୍କ ମନ୍ଦିର

ପାରଳାଖେମୁଣ୍ଡି,୪ା୧୦ (ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରହିଛି ଭିନ୍ନ ପରମ୍ପରାର ଏକ ଦୁର୍ଗା ମନ୍ଦିର। ମନ୍ଦିରଟି ବର୍ଷକୁ ମାତ୍ର ୧୦ଦିନ ପାଇଁ...

ଦାରିଙ୍ଗବାଡ଼ିରୁ ଝାରସୁଗୁଡ଼ାକୁ ଗଡ଼ିଲା ସରକାରୀ ବସ୍‌

ଦାରିଙ୍ଗବାଡ଼ି,୫।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଏବେ ଯାତ୍ରୀ ପରିବହନ ଦିଗରେ ସୁଧାର ଆସିଛି ା ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ପ୍ରଥମଥର...

ଭୀମସାରରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା (ଭୀମସାର)ରେ ଜଣେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଛି। ଭୀମସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ,...

ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକ ଭାଙ୍ଗିଦେଲେ

କେନ୍ଦୁଝର,୧୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ଓ ତେଲକୋଇ ବ୍ଲକ ଜଗମୋହନପୁରରେ ସୋମବାର ଦୁଇଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ହଜାରେ ଦେଇ କୁମ୍ଭୀର ଆଣିଲେ

ବାରଙ୍ଗ/କଟକ ସଦର, ୮।୮ (ଡି.ଏନ.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ଶିବବଜାର ନିକଟ ମହାନଦୀରୁ ଶନିବାର ସକାଳେ ଏକ କୁମ୍ଭୀରଛୁଆ ଉଦ୍ଧାର କରାଯାଇଛି।...

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ରାଜଗାଙ୍ଗପୁର, ୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ସୋମବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ପୌରାଞ୍ଚଳରେ...

Advertisement
Archives

Model This Week