ଡାର୍କ ନେଟ୍‌ରେ ବିକ୍ରି ହେଉଛି କରୋନା ଆରୋଗ୍ୟଙ୍କ ରକ୍ତ

ନୂଆଦିଲ୍ଲୀ,୪ା୫: ମହାମାରୀ କରୋନା ନିରୋଧୀ ଟିକା ତଥା ଔଷଧ ପ୍ରସ୍ତୁତି ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି। କେତେକ ଟିକାର କ୍ଲିନିକାଲ ପରୀକ୍ଷା ଚାଲିଛି। କିନ୍ତୁ ସାଇବର ଅପରାଧୀମାନେ ଏହି ମହାମାରୀରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଟିକା ଓ ଅନ୍ୟାନ୍ୟ ଉପକରଣ ବିକ୍ରି କରିବାରେ ସକ୍ରିୟ ଅଛନ୍ତି। ବିଶେଷକରି ଆରୋଗ୍ୟ ହୋଇଥିବା କରୋନା ସଂକ୍ରମିତଙ୍କ ରକ୍ତକୁ ସେମାନେ ଟିକା ଭାବେ ଲିଟର ପିଛା ୨୧,୬୦୦ ଅଷ୍ଟ୍ରେଲୀୟ ଡଲାର ବା ୧୦ ଲକ୍ଷ ୪୮ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରୁଛନ୍ତି। ହେଲେ ସେମାନେ ଏଥିପାଇଁ ସାଧାରଣ ଓ୍ବେବ୍‌ସାଇଟ୍‌ ନୁହେଁ, ‘ଡାର୍କ ନେଟ୍‌ ବା ଡାର୍କ ଓ୍ବେବ୍‌’ର ବ୍ୟବହାର କରୁଛନ୍ତି। ସେମାନେ କ୍ରେତାଙ୍କୁ ବିଶ୍ୱାସ ଦେଉଛନ୍ତି ଯେ, କରୋନାରୁ ସୁସ୍ଥ ହୋଇଥିତ୍ବା ଲୋକଙ୍କ ରକ୍ତ ଦ୍ୱାରା ଏହି ମହାମାରୀ ବିରୋଧରେ ଜୀବନବ୍ୟାପୀ ରୋଗ ପ୍ରତିରୋଧକ ଶକ୍ତି ପାଇହେବ। ସାଇବର ଅପରାଧୀମାନଙ୍କ ଏଭଳି ଅନୈତିକ କାରବାରକୁ ପ୍ରଘଟ କରିଛନ୍ତି ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟି(ଏଏନ୍‌ୟୁ)ର ଅଷ୍ଟ୍ରେଲିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିମିନୋଲୋଜିର ଅନୁସନ୍ଧାନକାରୀମାନେ।
ଉଲ୍ଲେଖଥାଉ କି, ସମ୍ପୂର୍ଣ୍ଣ ଓ୍ବେବ୍‌ ଦୁନିଆର ପ୍ରାୟ ୪ ପ୍ରତିଶତ ଓ୍ବେବ୍‌ସାଇଟ୍‌କୁ ଗୁଗୁଲ, ୟାହୁ ଓ ଅନ୍ୟାନ୍ୟ ସର୍ଚ୍ଚ ଇଞ୍ଜିନ ମାଧ୍ୟମରେ ଯାଇହେବ ବା ଭିଜିଟ୍‌ କରିହେବ ବୋଲି ସାଇବର ବିଶେଷଜ୍ଞମାନେ କହୁଛନ୍ତି। ବାକି ୯୬% ଓ୍ବେବ୍‌ ସମ୍ପର୍କରେ ଆମେ ଅଜ୍ଞ। ଅର୍ଥାତ୍‌ ସାଧାରଣ ଲୋକଙ୍କ ପକ୍ଷରେ ତାହା ଅପହଞ୍ଚ। ଓ୍ବେବ୍‌ ଦୁନିଆର ଏହି ବଡ଼ ଅପହଞ୍ଚ ଅଂଶ ହେଉଛି ଡାର୍କ ନେଟ୍‌। ଆଇପି ଆଡ୍ରେସ୍‌ ଡିଟେଲ୍ସକୁ ଗୁପ୍ତ ରଖାଯାଇଥିବାରୁ ଡାର୍କ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ସାଧାରଣ ଲୋକେ ଦେଖିପାରିବେ ନାହିଁ। କେତେକ ନାମବିହୀନ ଟୁଲ୍ସ ମାଧ୍ୟମରେ ହିଁ ଏଭଳି ଓ୍ବେବ୍‌ସାଇଟ୍‌କୁ ଦେଖିହେବ। କିନ୍ତୁ ଡାର୍କ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ଟ୍ରାକ କରିବା ଏବଂ ସେଗୁଡ଼ିକର ସର୍ଭର ଡିଟେଲ୍ସକୁ ଖୋଜିବା ପ୍ରାୟତଃ ଅସମ୍ଭବ। ତେଣୁ ଏହା ମାଧ୍ୟମରେ ସାଇବର ଅପରାଧୀମାନେ ନିଶା କାରବାର, ପର୍ନୋଗ୍ରାଫି, ହ୍ୟାକିଂ, ଚୋରି ସାମଗ୍ରୀ ବିକ୍ରି ଆଦି କରୁଛନ୍ତି। ଏଏନ୍‌ୟୁ ଅନୁସନ୍ଧାନକାରୀମାନଙ୍କ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦ଟି ଡାର୍କନେଟ୍‌ ମାର୍କେଟରେ କୋଭିଡ୍‌-୧୯ ସମ୍ପର୍କିତ ଶହ ଶହ ସାମଗ୍ରୀ ବିକ୍ରି କରି ସାଇବର ଅପରାଧୀମାନେ ଏହି ମହାମାରୀ ସମୟରେ ଶୋଷଣ କରୁଛନ୍ତି। ଉକ୍ତ ସାମଗ୍ରୀ ମଧ୍ୟରେ ରହିଛି ତଥାକଥିତ ଟିକା, ଔଷଧ, ଡାଇଗ୍ନୋଷ୍ଟିକ୍‌ ଟେଷ୍ଟ କିଟ୍‌, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଏବଂ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ପ୍ଲାଜମା।
ଆମେରିକା ଆଧାରିତ କାନାଡୀୟ ଡିିଜିଟାଲ ମିଡିଆ ‘ଭାଇସ୍‌’ ଏ ସମ୍ପର୍କିତ ଖବର ପ୍ରକାଶନ ବେଳେ ଦର୍ଶାଇଥିଲା ଯେ, ଏଭଳି ପ୍ରାୟ ୧୯ଟି ସାମଗ୍ରୀ ଏକ ଲୋକପ୍ରିୟ ଭୂତଳ ମାର୍କେଟରେ ବିକ୍ରି ପାଇଁ ଉପଲବ୍ଧ ରହିଥିଲା। ସେଥିମଧ୍ୟରେ ଥିଲା ୨୧,୬୦୦ ଅଷ୍ଟ୍ରେଲୀୟ ଡଲାରରେ ବିକ୍ରି ହେଉଥିବା କରୋନା ଆରୋଗ୍ୟଙ୍କ ରକ୍ତ। ଏହିସବୁ ସାମଗ୍ରୀ ବିଭିନ୍ନ ଦେଶର କେତେଜଣ ଡାକ୍ତରଙ୍କଠାରୁ ଅଣାଯାଇଥିଲା ଏବଂ ସ୍ବିଡେନ୍‌ର ଜଣେ ବିତରକଙ୍କ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରେତାମାନଙ୍କ ପାଖକୁ ଡାକ ମାଧ୍ୟମରେ ତାହାକୁ ପଠାଯାଉଛି।
ଅନୁସନ୍ଧାନକାରୀମାନେ ଗତ ଏପ୍ରିଲ ୩ରେ ଡାର୍କନେଟ୍‌ ମାର୍କେଟ୍‌ ଉପରେ ସର୍ଭେ କରିଥିଲେ। ସେମାନେ ପାଇଥିବା ସମସ୍ତ କରୋନାଭାଇରସ୍‌ ସମ୍ବନ୍ଧୀୟ ଉତ୍ପାଦ ମଧ୍ୟରୁ ପିପିଇ ଅତି ସହଜରେ ଉପଲବ୍ଧ ଥିଲା। ସେଗୁଡ଼ିକ ପ୍ରାୟତଃ ବିଭିନ୍ନ ଫ୍ୟାକ୍ଟ୍ରି, ଓ୍ବେର୍‌ହାଉସ୍‌୍‌ ଏବଂ ଷ୍ଟୋରରୁ ଚୋରି କରାଯାଇଥିବା ଅନୁମାନ କରାଯାଉଛି। ସେହିପରି କରୋନାରୁ ଆରୋଗ୍ୟ ପାଇଁ ବ୍ୟବହାର ହେଉଥିବା ମ୍ୟାଲେରିଆ ନିରୋଧୀ ଔଷଧ, ପ୍ରାଣୀଙ୍କ ଦେହରେ ପରୀକ୍ଷା ହୋଇଥିବା ଟିକା ମଧ୍ୟ ଏଭଳି ଉପାୟରେ ବିକ୍ରି ପାଇଁ ଉପଲବ୍ଧ କରାଯାଉଛି। ଏହିସବୁ ସାମଗ୍ରୀ ମଧ୍ୟରୁ ପ୍ରାୟତଃ ଆମେରିକାରୁ ୬୧%, ୟୁରୋପରୁ ୬%, ବ୍ରିଟେନରୁ ୨.୬% ଏବଂ ଅଷ୍ଟ୍ରେଲିଆରୁ ୦.୫% ଅଣାଯାଉଥିବା ଜଣାପଡ଼ିଛି।
କ୍ରେତାମାନେ ନିଜ ଦେହରେ ଉକ୍ତ ରକ୍ତକୁ ଟିକା ଭାବେ ଗ୍ରହଣ କରି କୋଭିଡ୍‌-୧୯କୁ ପ୍ରତିହତ କରିବେ ବୋଲି ଆଶା କରୁଥିବା ଏଏନ୍‌ୟୁ ଅନୁସନ୍ଧାନକାରୀଙ୍କ ମୁଖ୍ୟ ରୋଡ୍‌ ବ୍ରଡ୍‌ହର୍ଷ୍ଟଙ୍କ କହିଛନ୍ତି। ବଜାରରେ ପିପିଇ ଓ ଅନ୍ୟାନ୍ୟ ସାମଗ୍ରୀର ଅଭାବ ଥିବାରୁ ସେଗୁଡ଼ିକୁ ଉଚ୍ଚା ଦରରେ ଡାର୍କ ନେଟ୍‌ରେ ବିକ୍ରି କରାଯାଉଛି। ବ୍ରଡ୍‌ହର୍ଷ୍ଟ କହିଛନ୍ତି ଯେ, ମହାମାରୀର ସୁଯୋଗ ନେଇ କେତେଜଣ ଅନୈତିକ ଉପାୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଆଗାମୀ ଦିନରେ ସେମାନଙ୍କ ନେଟୱର୍କ ଆହୁରି ବଢ଼ିପାରେ। ଏହି ସମୟରେ ତାହା ବନ୍ଦ ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri