ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍‌ କିଟ୍‌

କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି କରୋନା ସହ ମୁକାବିଲା କରୁଥିବା ବେଳେ ଡାକ ବିଭାଗର କର୍ମଚାରୀମାନେ ଯୋଧ୍ୟା ଭାବରେ ଅବିରତ ଅତ୍ୟାବଶ୍ୟକୀୟ ସେବା ପ୍ରଦାନ କରୁଛନ୍ତି। ଏବେ ରେଳ ଓ ବିମାନ ସେବା ବନ୍ଦ ଥିବାରୁ ଡାକବିଭାଗ ତା’ର ସଡ଼କ ପରିବହନ ଯୋଗେ ନିଜର ସେବା ବଜାୟ ରଖିଛି। ସଡ଼କ ପରିବହନ ବ୍ୟବସ୍ଥା ଦ୍ବାରା ପ୍ରତ୍ୟେକ କାର୍ଯ୍ୟ ସହ ଯୋଗାଯୋଗ ରକ୍ଷାକରି ଅତ୍ୟାବଶ୍ୟକୀୟ ଡାକ୍ତରୀ ଉପକରଣ ବିଭିନ୍ନ ଡାକ୍ତରଖାନାରେ ପହଞ୍ଚାଇ ପାରୁଛି। ଏହି କ୍ରମରେ ଚେନ୍ନାଇରୁ ୧୫ଟି ଡାଏଲିସିସ୍‌ କିଟ୍‌ ମାଲବାହୀ ବିମାନ ଜରିଆରେ ଆସି କୋଲକାତାରେ ପହଞ୍ଚି ସଡ଼କ ପରିବହନ ବ୍ୟବସ୍ଥା ଦ୍ବାରା ଶନିବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲା। ଏନ୍‌ଏସ୍‌ଏଚ୍‌, ଭୁବନେଶ୍ୱର, ଆର୍‌ଏମ୍‌ଏସ୍‌ ଓ କଟକ ନଗର ମଣ୍ଡଳର ପରସ୍ପର ସହଯୋଗିତାରେ ସ୍ବତନ୍ତ୍ର ବିଭାଗୀୟ ଡାକ ଗାଡ଼ିରେ କଟକକୁ ୧୧ଟି ଡାଏଲିସିସ କିଟ୍‌ ପଠାଯାଇଥିଲା। କଟକର ବ୍ଲୁ ଲାଇନ ହସ୍ପିଟାଲ, ପ୍ରାଇମ ହସ୍ପିଟାଲ ଓ ସନ୍‌ ହସ୍ପିଟାଲ ପାଇଁ ଆସିଥିବା ଡାଏଲିସିସ କିଟ୍‌ଗୁଡ଼ିକୁ ସ୍ବତନ୍ତ୍ର ସେବା ଜରିଆରେ ଠିକ୍‌ ସମୟରେ ଗ୍ରହୀତାଙ୍କୁ ପ୍ରଦାନ କରାଯାଇଥିଲା। କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ଶୁଚିସ୍ମିତା ସ୍ବାଇଁଙ୍କ ନିର୍ଦ୍ଦେଶ ଅନୁସାରେ ଆର୍‌ଏମ୍‌ଏସ୍‌ଏନ୍‌ ଡିଭିଜନର ସହକାରୀ ଡାକ ଅଧୀକ୍ଷକ ମୀନକେତନ ପ୍ରଧାନଙ୍କ ନେତୃତ୍ୱରେ ସୋମ୍ୟା ସାହୁ, ଚନ୍ଦନ ନାରାୟଣ ଦାସ ଏବଂ ଅନ୍ୟମାନେ ଏହି ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦେଇଥିଲେ। ଡାକ ବିଭାଗର କର୍ମଚାରୀମାନେ ସୁରକ୍ଷା ସହ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍‌ସ ଲଗାଇ ଏହି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଲଟି ପଡିଲା ଜିପ୍‌

ପାରଳାଖେମୁଣ୍ଡି, ୧୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟରେ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣା ଘଟି ଗାଡି ଚାଳକଙ୍କ ମୃତ୍ୟୁ...

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବକ

ପୁରୀ ଅଫିସ,୪ା୧୨: ଶ୍ରୀମନ୍ଦିର ଏବଂ ଏହାର ଏହାର ଆଖପାଖ ଅଞ୍ଚଳର ଭିଡିଓ ରେକର୍ଡିଂ କରିଥିବା ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ କ୍ଷମା ମାଗିଛନ୍ତି। ସେ ଏକ...

ନନ୍ଦନକାନନ, ବଟାନିକାଲ ଗାର୍ଡେନ ବୁଲିଲେ ୪୫ ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ.):ନୂଆବର୍ଷରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ନନ୍ଦନକାନନକୁ ୪୧,୯୬୭ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଫ୍‌ଲାଇନରେ ୩୯,୪୬୨ ଜଣ...

୫୦ବର୍ଷ ପରେ ପୁନର୍ମିଳନ: ଯୋଡ଼ିହୋଇଛି ଭଙ୍ଗା ମନ

ଭୁବନ, ୨୯।୯(ଡି.ଏନ୍‌.ଏ.): ପେଟପାଟଣା କଥା ବୁଝୁଥିଲେ ବଳଦ। ଚାଷବାସଠାରୁ ଆରମ୍ଭ କରି ବ୍ୟବସାୟ ଯାଏ ସେମାନେ ଯୋଡ଼ି ହୋଇରହିଥିଲେ ମାଲିକଙ୍କ ସହିତ। ଉଭୟଙ୍କ ମଧ୍ୟରେ ଗଢ଼ି...

୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ୍‌,୫ା୨: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷହେବ। ଏନେଇ ଜିଲା...

ଆଫ୍ରିକାରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ, ଏକ ସପ୍ତାହରେ ଶହେ ପ୍ରତିଶତରୁ ଅଧିକ ସଂକ୍ରମଣ

ଜୋହାନସବର୍ଗ,୪ ।୧୨: କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ୍‌ର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ଦକ୍ଷିଣ ଆଫ୍ରିକା ପହଞ୍ଚିଛନ୍ତି । ଏମାନେ...

୮ ମାସ ପରେ ୧୪ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ...

ସମସ୍ୟା ଘେରରେ ନିମାପଡ଼ା ଏନ୍‌ଏସି

ନିମାପଡ଼ା,୨୪ା୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ୧୯୭୩ ମସିହାରେ ୧୧ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି। ଏହି ଏନ୍‌ଏସି ପ୍ରାୟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ,...

Advertisement
Archives

Model This Week