ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍‌ କିଟ୍‌

କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି କରୋନା ସହ ମୁକାବିଲା କରୁଥିବା ବେଳେ ଡାକ ବିଭାଗର କର୍ମଚାରୀମାନେ ଯୋଧ୍ୟା ଭାବରେ ଅବିରତ ଅତ୍ୟାବଶ୍ୟକୀୟ ସେବା ପ୍ରଦାନ କରୁଛନ୍ତି। ଏବେ ରେଳ ଓ ବିମାନ ସେବା ବନ୍ଦ ଥିବାରୁ ଡାକବିଭାଗ ତା’ର ସଡ଼କ ପରିବହନ ଯୋଗେ ନିଜର ସେବା ବଜାୟ ରଖିଛି। ସଡ଼କ ପରିବହନ ବ୍ୟବସ୍ଥା ଦ୍ବାରା ପ୍ରତ୍ୟେକ କାର୍ଯ୍ୟ ସହ ଯୋଗାଯୋଗ ରକ୍ଷାକରି ଅତ୍ୟାବଶ୍ୟକୀୟ ଡାକ୍ତରୀ ଉପକରଣ ବିଭିନ୍ନ ଡାକ୍ତରଖାନାରେ ପହଞ୍ଚାଇ ପାରୁଛି। ଏହି କ୍ରମରେ ଚେନ୍ନାଇରୁ ୧୫ଟି ଡାଏଲିସିସ୍‌ କିଟ୍‌ ମାଲବାହୀ ବିମାନ ଜରିଆରେ ଆସି କୋଲକାତାରେ ପହଞ୍ଚି ସଡ଼କ ପରିବହନ ବ୍ୟବସ୍ଥା ଦ୍ବାରା ଶନିବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲା। ଏନ୍‌ଏସ୍‌ଏଚ୍‌, ଭୁବନେଶ୍ୱର, ଆର୍‌ଏମ୍‌ଏସ୍‌ ଓ କଟକ ନଗର ମଣ୍ଡଳର ପରସ୍ପର ସହଯୋଗିତାରେ ସ୍ବତନ୍ତ୍ର ବିଭାଗୀୟ ଡାକ ଗାଡ଼ିରେ କଟକକୁ ୧୧ଟି ଡାଏଲିସିସ କିଟ୍‌ ପଠାଯାଇଥିଲା। କଟକର ବ୍ଲୁ ଲାଇନ ହସ୍ପିଟାଲ, ପ୍ରାଇମ ହସ୍ପିଟାଲ ଓ ସନ୍‌ ହସ୍ପିଟାଲ ପାଇଁ ଆସିଥିବା ଡାଏଲିସିସ କିଟ୍‌ଗୁଡ଼ିକୁ ସ୍ବତନ୍ତ୍ର ସେବା ଜରିଆରେ ଠିକ୍‌ ସମୟରେ ଗ୍ରହୀତାଙ୍କୁ ପ୍ରଦାନ କରାଯାଇଥିଲା। କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ଶୁଚିସ୍ମିତା ସ୍ବାଇଁଙ୍କ ନିର୍ଦ୍ଦେଶ ଅନୁସାରେ ଆର୍‌ଏମ୍‌ଏସ୍‌ଏନ୍‌ ଡିଭିଜନର ସହକାରୀ ଡାକ ଅଧୀକ୍ଷକ ମୀନକେତନ ପ୍ରଧାନଙ୍କ ନେତୃତ୍ୱରେ ସୋମ୍ୟା ସାହୁ, ଚନ୍ଦନ ନାରାୟଣ ଦାସ ଏବଂ ଅନ୍ୟମାନେ ଏହି ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦେଇଥିଲେ। ଡାକ ବିଭାଗର କର୍ମଚାରୀମାନେ ସୁରକ୍ଷା ସହ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍‌ସ ଲଗାଇ ଏହି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri