Posted inଜାତୀୟ

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଡାକ୍ତରଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ମୁଖ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ରଫିକ ରଶିଦ୍‌(୪୫) ନାମକ ଜଣେ ବ୍ୟକ୍ତି ଡା. ରାମକୃଷ୍ଣ ବର୍ମାଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର କୌଣସି କାମ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କ ସ୍ତ୍ରୀ ଲତା କ୍ଲିନିକ୍‌ରେ ନର୍ସ ଭାବେ କାମ କରୁଥିଲେ। ସ୍ବାମୀ ନ ଥିବାରୁ ପରେ ଆସିବାକୁ ଲତା ରଶିଦ୍‌ଙ୍କୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଶିଦ୍‌ ଛୁରିରେ ଲତାଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଙ୍କ ପୁଅ ଏହା ଦେଖି ମା’ଙ୍କୁ ବଞ୍ଚାଇବାକୁ ଆସିଯିବାରୁ ତାଙ୍କ ମଧ୍ୟ ରଶିଦ୍‌ ଆକ୍ରମଣ କରିଥିଲେ। ସେ ଏବେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ

ନୂଆଦିଲ୍ଲୀ,୯ା୧୨:କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ନେତାଙ୍କୁ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଲୋଚନା ପାଇଁ ଡାକିଥିଲେ। ଷଷ୍ଠ ପର୍ଯ୍ୟାୟ ବୈଠକ ପୂର୍ବରୁ...

ମନ୍ଦିର ଖୋଲିବା ନେଇ ବାକ୍‌ଯୁଦ୍ଧ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୧୦: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ନେଇ ମହାରାଷ୍ଟ୍ରରେ ମଙ୍ଗଳବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ...

ସନ୍ନି ଦେଓଲ କରୋନା ପଜିଟିଭ୍‌

ଗୁରୁଦାସପୁର,୨।୧୨: ଗୁରୁଦାସପୁର ଏମ୍‌ପି ସନ୍ନି ଦେଓଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ବୁଧବାର ସନ୍ନି ଟୁଇଟ୍‌ କରି ଜଣାଇଛନ୍ତି। ସେ ଏବେ...

କୁମାର ବିଶ୍ୱାସଙ୍କୁ ଓ୍ବାଇ-ଶ୍ରେଣୀ ସୁରକ୍ଷା…

ନୂଆଦିଲ୍ଲୀ,୧୯।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଓ୍ବାଇ-ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି। ଏଣିକି ସିଆର୍‌ପିଏଫ୍‌ ପକ୍ଷରୁ...

ଜଳ ସଙ୍କଟରେ ଜୁଝୁଛନ୍ତି ଆଗ୍ରାବାସୀ: ୪ଟଙ୍କାରେ ମିଳୁଛି ବାଲଟିଏ ପାଣି

ଆଗ୍ରା,୨୯।୪: ଆଗ୍ରାରେ ଭୀଷଣ ଖରା ଯୋଗୁ ଲୋକେ ବେହାଲ ହୋଇପଡ଼ିଥିବା ବେଳେ   ଅନ୍ୟପଟେ ଜଳ ସଙ୍କଟ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ବହୁ ଅଞ୍ଚଳରେ...

ଶପଥ ନେଲେ ମୁର୍ମୁ

ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ...

ବନ୍ଦ ହେବ କାଉଡି ଯାତ୍ରା

ଲକ୍ଷ୍ନୌ,୨୧।୬: ଉତ୍ତର ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଜଣାପଡିଛି କି ଚଳିତ ବର୍ଷ କାଉଡି ଯାତ୍ରା ବନ୍ଦ କରି ଦିଆଯିବ।...

ଶ୍ରମ ଆଇନ ସମ୍ପୂର୍ଣ୍ଣ ଉଚ୍ଛେଦ ହେବନି: ରାଜୀବ କୁମାର

ନୂଆଦିଲ୍ଲୀ,୨୫।୫: ବିଭିନ୍ନ ରାଜ୍ୟ ଦ୍ୱାରା ଶ୍ରମ ଆଇନରେ କରାଯାଉଥିବା ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ପ୍ରସଙ୍ଗ ଉପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ...

Advertisement
Archives

Model This Week