ଡାକ୍ତରଙ୍କ ଅବହେଳାରୁ ସେବାଶ୍ରମ ଛାତ୍ରୀଙ୍କ ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ/ନାରାୟଣପାଟଣା,୨୭।୯(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ସେବାଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଜ୍ୱରରେ ପୀଡିତ ହୋଇ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।  ସେ ହେଲେ ଅଲସି ମିନିଆକା(୮)। ଡାକ୍ତରଙ୍କ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଦୁଇଦିନ ତଳେ ଅଲସି ଜ୍ୱରରେ ପୀଡିତ ହୋଇଥିବା ବେଳେ ଶିକ୍ଷକ ତାଙ୍କୁ ଗୁରବାର ରାତିରେ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ଅବହେଳା ଯୋଗୁ ଝିଅର ମୃତ୍ୟୁ ହୋଇଥିବା ବାପା ଡମ୍ବରୁ ମିନିଆକା ଅଭିଯୋଗ କରିଛନ୍ତି । ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷ୍ମୀ ନାରାୟଣ ନାୟକଙ୍କୁ ପଚରାଯିବାରୁ, ଦୁଇଦିନ ତଳେ ଅଲସିଙ୍କୁ ଜ୍ୱର ହୋଇଥିଲା। ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଇ ଗୁରୁତର ଅବସ୍ଥାରେ ଗୁରବାର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ସାଲାଇନ ଦିଆଯାଇ ଥିବା ବେଳେ ସେ ପାଣି ପିଇବାକୁ ମାଗିବାରୁ ପରିବାର ଲୋକେ ଆଣି ଦେଇଥିଲେ। ତାଙ୍କ ଛାତିରେ ପାଣି ଅଟକି ଯିବାରୁ ମୃତ୍ୟୁ ଘଟିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ

ହିଳିକାଟୁ,୧୦ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ...

ଲେଦ୍‌ ଫିଟିଂ ସହ କଳାରେ ମନ

ଅନୁଗୋଳ ବ୍ଲକ ଚନ୍ଦ୍ରବାହାଳ ଗ୍ରାମର ଧ୍ରୁବଚରଣ ଦାସଙ୍କ ପୁଅ କ୍ଷୀରୋଦ ଦାସ(୩୦) ପେଶାରେ ଜଣେ ଲେଦ୍‌ ଫିଟର। ହେଲେ ତାଙ୍କ ନିଶା କଳା ପରିବେଷଣରେ। ବାପା,...

ମୃତ ବଉଳା କୁମ୍ଭୀର ଉଦ୍ଧାର

ରାଜନଗର,୧୭।୧୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟ୍ଟଶାଳା ନଦୀରୁ ସୋମବାର ୬ ଫୁଟ ଲମ୍ବର ମାଈ କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି।...

ଗଞ୍ଜାମ, ଗଜପତିରେ ଧସିଲା ପାହାଡ଼

ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍‌.ଏ.)/ପାରଳାଖେମୁଣ୍ଡି, ୧୩ା୧୦(ସ୍ବ.ପ୍ର.)-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ...

ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅବ୍ୟବସ୍ଥା: ମିଳିନି ଡିସେମ୍ବର ଟଙ୍କା

ପରଜଙ୍ଗ, ୩।୧(ଡି.ଏନ.ଏ.) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ସୃଷ୍ଟି ହୋଇଥିବା ତୁମ୍ବିତୋଫାନ ନ ଥମୁଣୁ ପରଜଙ୍ଗ ବ୍ଲକରେ ଏବେ ଭତ୍ତା ବଣ୍ଟନ ବ୍ୟବସ୍ଥାରେ...

ଭଦ୍ରକ କାଳୀପୂଜାର ୫ମ ଦିନ: ପୂଜା ମଣ୍ଡପରେ ପ୍ରବଳ ଭିଡ଼

ଭଦ୍ରକ ଅଫିସ, ୧।୧୧ – ଭଦ୍ରକ ଐତିହାସିକ କାଳୀପୂଜା ପାଇଁ ଚରମ୍ପା ଅଞ୍ଚଳ ଝଲସୁଛି। ଗୁରୁବାର ଥିଲା ପୂଜାର ୫ମ ଦିନ। ଲକ୍ଷାଧିକ ଜନସମାଗମକୁ ନିୟନ୍ତ୍ରଣ...

ନାଲକୋ କଲୋନୀରେ ଦୁର୍ଘଟଣା

ବଅଁରପାଳ,୧୩।୧୨(ଡି.ଏନ.ଏ): ଅନୁଗୋଳ ଜିଲା ପବଅଁରପାଳ ନିକଟ ଶୁକ୍ରବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ନାଲକୋ କଲୋନୀର ଟିଏ ଲାଇନରେ ଏକ କାର ପାଚେରୀରେ ପିଟି ହୋଇଯାଇଥିଲା।...

ଦଲାଲଙ୍କ ଗିରଫ ଦାବି କଲେ ଦାଦନ

ବ୍ରହ୍ମପୁର ଅଫିସ୍‌,୬ା୧୨- କର୍ନାଟକରୁ ଖସି ଆସିଥିବା ୪୨ ଦାଦନ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦଲାଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଣେ ମୁଖ୍ୟ ଦଲାଲ୍‌...

Advertisement


Archives

Model This Week