ଡାଇଭର୍ସନ ରାସ୍ତା ବିପଦସଙ୍କୁଳ

ଝୁମ୍ପୁରା, ୨।୬ (ଡି.ଏନ୍‌.ଏ.)-ଝୁମ୍ପୁରା ବଜାର ଅଞ୍ଚଳ ତଥା ସରକାରୀ କାର୍ଯ୍ୟାଳୟ, ବ୍ଲକ, ଡାକ୍ତରଖାନା, ସ୍କୁଲକୁ ସଂଯୋଗ କରୁଥିବା ୨ଟି ମୁଖ୍ୟରାସ୍ତା, ଝୁମ୍ପୁରା – ଉଖୁଣ୍ଡା ରାସ୍ତା ଏବଂ ୨୦ନଂ ଜାତୀୟ ରାଜପଥର ବାଇପାସ୍‌ ରାସ୍ତାରେ ଏବେ ୨ଟି ସ୍ଥାନରେ ପୋଲ ନିର୍ମାଣାଧୀନ ରହିଥିବାରୁ ଡାଇଭର୍ସନ ରାସ୍ତା ଦେଇ ଗାଡ଼ି, ବାଇକ, ସାଧାରଣ ପଥଚାରୀଙ୍କ ଯାତାୟାତ ରହିଛି। ତେବେ ଡାଇଭର୍ସନ ରାସ୍ତା ବିପଦସଙ୍କୁଳ ହୋଇପଡିଥିବା ଏବଂ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, କାନପୁର ଜଳସେଚନ ପ୍ରକଳ୍ପର ୨ଟି କେନାଲ ଝୁମ୍ପୁରା ଅଞ୍ଚଳର ବ୍ଲକ ରୋଡ୍‌ର ଅଗ୍ନିଶମ ସେବାକେନ୍ଦ୍ର ନିକଟରେ ଗୋଟିଏ ଏବଂ ଝୁମ୍ପୁରା ବଡବନ୍ଧ ନିକଟରେ ଅନ୍ୟ କେନାଲ ରାସ୍ତା କ୍ରସ୍‌ କରୁଛି। ଏଥିପାଇଁ ପୋଲ ନିର୍ମାଣର ଆବଶ୍ୟକତା ଦୃଷ୍ଟିରୁ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ଜଣେ ଠିକାଦାରକୁ ୨ଟି ଯାକ ପୋଲ ନିର୍ମାଣର ଦାୟିତ୍ୱ ଦିଆଯାଇଛି। ଜିଲା ଖଣିଜ ପାଣ୍ଠିରୁ ବ୍ୟୟ ବରାଦ କରାଯାଇ ପୂର୍ତ୍ତ ବିଭାଗ ଦ୍ୱାରା ୨ଟି ଯାକ ପୋଲର ନିର୍ମାଣ କାମ କରାଯାଉ ଥିବାବେଳେ ଅଗ୍ନିଶମ ସେବା କେନ୍ଦ୍ର ପାଖ ପୋଲର ବ୍ୟୟ ଅଟକଳ ୫ କୋଟିରୁ ଊର୍ଦ୍ଧ୍ୱ ରହିଛି। ଝୁମ୍ପୁରା ବଡବନ୍ଧ ପାଖ ପୋଲର ବ୍ୟୟ ଅଟକଳ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରହିଛି ।
ଅଗ୍ନିଶମ ସେବାକେନ୍ଦ୍ର ପାଖ ପୋଲ ନିର୍ମାଣ କାମ ୧ବର୍ଷ ହେଲା ବନ୍ଦ ରହିଛି। ବନ୍ଦର କାରଣ ହେଲା ପୋଲର ଡିଜାଇନ ବଦଳାଯିବ ବୋଲି କୁହାଯାଉଛି। ହେଲେ ପୋଲ ପାଖର ଡାଇଭର୍ସନର ଅବସ୍ଥା କହିଲେ ନ ସରେ। କେବଳ ମାଟି ପକାଯାଇଥିବାରୁ ଡାଇଭର୍ସନ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ବର୍ଷା ହେଲେ ସାଧାରଣ ପଥଚାରୀ ଏବଂ ବାଇକ ଆରୋହୀଙ୍କୁ ହୀନସ୍ତା ହେବାକୁ ପଡ଼ୁଛି। ପୁଣି ଡାଇଭର୍ସନ ୨ପାର୍ଶ୍ୱରେ ବିରାଟ ଖାଲ, ଗୋଟିଏ ପଟେ କେନାଲ ଖାଲ, ଅନ୍ୟ ପଟେ ପୋଲ ନିର୍ମାଣ ପାଇଁ କରାଯାଇଥିବା ଫାଉଣ୍ଡେଶନରେ ମଧ୍ୟ ଖାଲ ହୋଇଛି। ଏପରିକି ଡାଇଭର୍ସନର ୨ପାର୍ଶ୍ୱରେ ସୁରକ୍ଷା ବାଡ଼ ମଧ୍ୟ ଦିଆଯାଉନାହିଁ। ଦୁର୍ଘଟଣା ନିତିଦିନିଆ କଥାରେ ପରିଣତ ହେଲାଣି। ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କେବଳ ପ୍ରତିଶ୍ରୁତିରେ ଅଟକିଯାଉଛି।
ତେବେ ପୂର୍ତ୍ତ ବିଭାଗର ଉକ୍ତ ୨ଟି ପୋଲ ନିର୍ମାଣ ଦାୟିତ୍ୱରେ ରହିଥିବା ବିଭାଗୀୟ ଯନ୍ତ୍ରୀ ଅଭିମନ୍ୟୁ ନାଏକ ଏବଂ ନିହାର ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଡାଇଭର୍ସନ ରାସ୍ତା ନିର୍ମାଣ ହେବ, ସୁରକ୍ଷା ବାଡ଼ ଲଗାଯିବ। ଡିଜାଇନ ଆସିଲେ ଅଗ୍ନିଶମ ସେବାକେନ୍ଦ୍ର ପାଖ ପୋଲ ନିର୍ମାଣ କାମ ମଧ୍ୟ ଆରମ୍ଭ ହେବ ବୋଲି ଉଭୟେ କହିଛନ୍ତି। ତେବେ ବହୁ ପ୍ରସଙ୍ଗ ଯନ୍ତ୍ରୀ ଦ୍ୱୟ ଏଡାଇଯାଇଥିଲେ। ଏ ସମ୍ପର୍କରେ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରଥଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri