ଡଙ୍ଗାଭସା ହେଲା କାଳ: ନାଗାବଳୀ ନଦୀରେ ଭାସିଯାଇ ଛାତ୍ର ମୃତ

ରାୟଗଡ଼ା ଅଫିସ, ୧୨।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲାରେ। ମୃତକ ହେଲେ ୟୁଜିଏମ୍‌ଆଇଟିର ଡିପ୍ଲୋମା ଛାତ୍ର ସୁମନ ବେହେରା। ତାଙ୍କ ଘର ମୁନିଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଭୋରରୁ ସୁମନ ତାଙ୍କ ୩ ସାଥୀଙ୍କ ସହ ଡଙ୍ଗା ଭସାଇବାକୁ ନାଗାବଳୀ ନଦୀକୁ ଯାଇଥିଲେ। ଡଙ୍ଗା ଭସାଇବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ନେଇ ସୁମନଙ୍କ ପରିବାରଲୋକେ କଲେଜ ବିରୋଧରେ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଛାତ୍ରମାନେ ରାତି ପ୍ରାୟ ୩ଟାରେ କାହାକୁ କିଛି ନ ଜଣାଇ ହଷ୍ଟେଲ ପାଚେରି ଡେଇଁ ଡଙ୍ଗା ଭସାଇବାକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ...

ମରାମତି ପାଇଁ ସହାୟତା ଯୋଗାଇ ଦିଆଯିବ

ରଘୁନାଥପୁର,୨୩ା୭(ଡି.ଏନ୍‌ଏ.): ରଘୁନାଥପୁର ବ୍ଲକର ୭ଟି ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରଣ ନେଇ ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ବିଡିଓ ଜିତେନ୍ଦ୍ର କୁମାର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏସଡ଼ିସିସି ବ୍ୟାଙ୍କ ଦେଲା ୫ଲକ୍ଷ ଟଙ୍କା

ବରଗଡ଼ ଅଫିସ୍‌,୩୧।୩-ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏ ନେଇ ବ୍ୟାଙ୍କର...

ଆଜି ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ଆସିବ

ପୁରୀ ଅଫିସ, ୨୬ା୮:ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ତାଡ଼ରେ ସାତପୁର ଦିଆ ପିଠା ଭୋଗ କରାଯାଇଥାଏ। ତେଣୁ...

ଜିଲାରେ ପ୍ରଥମ ଦିନରେ ୮୧୦ ପ୍ରାର୍ଥତ୍ପତ୍ର ଦାଖଲ

କେନ୍ଦ୍ରାପଡ଼ା ଅଫିସ, ୧୮ା୧: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ...

ଜମି ଦେଇ ପଟ୍ଟା କଥା ଭୁଲିଗଲା ସିଡିଏ; ଚିନ୍ତାରେ ଅଭିନବ ବିଡ଼ାନାସୀବାସୀ

କଟକ ଅଫିସ, ୩ା୧୦: ଅଭିନବ ବିଡ଼ାନାସୀ ହେଉଛି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ଆକାଂକ୍ଷିତ ପ୍ରକଳ୍ପ। ଯେହେତୁ ପୁରୁଣା କଟକ ଯୋଜନା ମୁତାବକ ତଥା ସୁବ୍ୟବସ୍ଥିତ...

ପାହାଡ଼ୀ ମଣିଷ ହରିହରଙ୍କ ପରିବାରକୁ ସହାୟତା ପ୍ରଦାନ ଦାବି

ଓଡ଼ଗାଁ,୨୯ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ଅଧୀନ ତୁଲୁବି ଗ୍ରାମକୁ ବିଖ୍ୟାତ ଗ୍ରାମରେ ପରିଣତ କରିଥିବା ପାହାଡ଼ି ମଣିଷ ହରିହର ବେହେରାଙ୍କ ମଙ୍ଗଳବାର...

ଫାଇନ୍‌ରେ ନ ଅଟକୁ ଆଇନ

ଅନୁଗୋଳ ଅଫିସ, ୯ା୧୨ – ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଛି ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ହାର। ୨୦୧୯ ବର୍ଷରେ ମୋଟ୍‌ ୧୧,୦୬୪ଟି ଦୁର୍ଘଟଣା...

Advertisement
Archives

Model This Week