ଟ୍ରେଡ୍‌ ଓ୍ବାରରୁ ଭାରତକୁ ମିଳିବ ଫାଇଦା

ନୂଆଦିଲ୍ଲୀ,୧୭-୬: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍‌ ଓ୍ବାରର ଫାଇଦା ଉଠାଇ ଭାରତ କେମିକାଲ ଓ ଗ୍ରାନାଇଟ୍‌ ସମେତ ପ୍ରାୟ ୩୫୦ ପ୍ରକାର ସାମଗ୍ରୀ ଏହି ଦୁଇ ଦେଶକୁ ରପ୍ତାନି କରିପାରିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ୩୫୦ରୁ ଊର୍ଦ୍ଧ୍ୱ ଉତ୍ପାଦ ମଧ୍ୟରୁ ଏଭଳି ୧୫୧ ରହିଛି, ଯାହା ଆମେରିକାରୁ ଚାଇନାକୁ ରପ୍ତାନି କରାଯାଇଥାଏ। ସେହିପରି ୨୦୩ ଉତ୍ପାଦ ରହିଛି, ଯାହା ଚାଇନାରୁ ଆମେରିକାକୁ ଆମଦାନୀ ହୋଇଥାଏ। ରିପୋର୍ଟରେ କୁହାଯାଇଛି ଯେ, ଉଭୟ ଆମେରିକା ଓ ଚାଇନା ଜଣେ ଅନ୍ୟର ଉତ୍ପାଦ ଉପରେ ଭାରି ମାତ୍ରାରେ ଆମଦାନୀ ଶୁଳ୍କ ଆଦାୟ କରୁଛି। ଏପରିସ୍ଥଳେ ଭାରତ ପାଇଁ ବଡ଼ ବଜାର ଖୋଲି ଯାଇଛି। ଏଥିରେ କୁହାଯାଇଛି ଯେ, ଭାରତ ଏଭଳି କିଛି ସାମଗ୍ରୀ ଚାଇନାକୁ ରପ୍ତାନି କରିପାରିବ, ଯାହାର ପୂର୍ବରୁ ବଜାର ରହିଛି। ଭାରତ ତମ୍ବା ପଥର, ରବର, ପେପର/ପେପରବୋର୍ଡ, ଭଏସ୍‌/ଡାଟା ପଠାଇବାରେ ଲାଗୁଥିବା ଯନ୍ତ୍ରପାତି, ପାଇପ, ଡିଜେଲ, ଏକ୍ସ-ରେ ଟ୍ୟୁବ୍‌ ଆଦି ଚାଇନାକୁ ପଠାଇପାରିବ। ସେହିପରି ଇଣ୍ଡଷ୍ଟ୍ରିଆଲ ଭାଲ୍ବ,ଭଲ୍‌କାନାଇଜଡ ରବର,କାର୍ବନ ଏବଂ ଗ୍ରାଫାଇଟ ଇଲେକ୍ଟ୍ରୋଡ, ପ୍ରାକୃତିକ ମହୁ ଆଦିକୁ ଆମେରିକାକୁ ରପ୍ତାନି କରିହେବ। ଚାଇନାରେ ରପ୍ତାନି ବୃଦ୍ଧି କରି ସେଦେଶ ସହ ଥିବା ବାଣିଜ୍ୟ ନିଅଣ୍ଟ ପରିମାଣକୁ କମାଇପାରିବ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଏହା ୫୦.୧୨ ବିଲିୟନ ଡଲାର ରହିଛି। ଫେରେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ ଅଧ୍ୟକ୍ଷ ଗଣେଶ କୁମାର ଗୁପ୍ତା କହିଛନ୍ତି ଯେ, ୨୦୧୮ରେ ଆମେରିକାରୁ ଭାରତକୁ ହେଉଥିବା ରପ୍ତାନି ୧୧.୨%ରେ ପହଞ୍ଚତ୍ୟାଇଛି। ସେହିପରି ଚାଇନାରୁ ରପ୍ତାନି ୩୧.୪% ରହିଛି। ଏହି ଦୁଇ ଦେଶରେ ଇଞ୍ଜିନିୟରିଂ ଓ ମେଶିନେରୀ କ୍ଷେତ୍ରରେ ଭାରତ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri