କଳାଧନ ନେଇ ୫୦ ଭାରତୀୟଙ୍କୁ ନୋଟିସ ଦେଲା ସୁଇଜରଲାଣ୍ଡ

ନୂଆଦିଲ୍ଲୀ,୧୭-୬: ସ୍ବିସ୍‌ ବ୍ୟାଙ୍କରେ ଅଘୋଷିତ ଅର୍ଥ(କଳାଧନ) ଲୁଚାଇ ରଖିଥିବା ଭାରତୀୟଙ୍କ ବିରୋଧରେ ଉଭୟ ସ୍ବିଜରଲାଣ୍ଡ ଏବଂ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସ୍ବିଜରଲାଣ୍ଡ ଅଧିକାରୀ ଏ ସମ୍ପର୍କରେ ଅତିକମ୍‌ରେ ୫୦ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ଭାରତୀୟ ଅଧିକାରୀଙ୍କୁ ଦେବାକୁ ଆରମ୍ଭ କରିଛନ୍ତି। ତଥ୍ୟ ପ୍ରଦାନ କରିବା ପୂର୍ବରୁ ସେମାନଙ୍କୁ ସ୍ବିଜରଲାଣ୍ଡ ପକ୍ଷରୁ ନୋଟିସ ଦେବା ଆରମ୍ଭ କରାଯାଇଛି। ଏମାନଙ୍କ ମଧ୍ୟରେ ଜମିଜମା, ଆର୍ଥିକ ସେବା,ପ୍ରଯୁକ୍ତିଗତ, ଟେଲିକମ୍‌,ପେଣ୍ଟ, ଘରୋଇ ସାଜସଜା, କପଡା, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ରନତ୍ ଆଭୂଷଣ କ୍ଷେତ୍ରରେ କାରବାର କରୁଥିବା ବ୍ୟକ୍ତିବିଶେଷ ଓ କମ୍ପାନୀ ରହିଛନ୍ତି। ଏମାନଙ୍କ ମଧ୍ୟରେ କିଛି ଡମି ବା ଭୂତ କମ୍ପାନୀ ମଧ୍ୟ ରହିଛନ୍ତି। କଳାଧନ ରଖିବାର ମୁଖ୍ୟ ପେଣ୍ଠସ୍ଥଳ ବୋଲି ରହିଥିବା ଛବିକୁ ବଦଳାଇବା ପାଇଁ ଏବେ ସ୍ବିଜରଲାଣ୍ଡ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଏହା ଏବେ ନିଜ ଦେଶର ଆଇନରେ ପରିବର୍ତ୍ତନ ଆଣିଛି ଓ ନିୟମରେ ସୁଧାର କରୁଛି। କଳାଧନ ସମ୍ପର୍କରେ ଚୁକ୍ତି ସ୍ବାକ୍ଷର ପରେ ଏହା ବିଭିନ୍ନ ଦେଶକୁ ସମ୍ପୃକ୍ତ ଦେଶର ଆକାଉଣ୍ଟଧାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଆରମ୍ଭ କରିଛି। ୫୦ ଭାରତୀୟଙ୍କୁ ନୋଟିସ ଜାରି କରି ସେମାନଙ୍କୁ ଅପିଲ କରିବାର ଶେଷ ସୁଯୋଗ ଦେଇଛି ସ୍ବିଜରଲାଣ୍ଡ। ପ୍ରକାଶ ପାଇଥିବା ଗେଜେଟ ଅନୁସାରେ କେବଳ ମେ ୨୧ରେ ୧୧ ଭାରତୀୟଙ୍କୁ ନୋଟିସ ଜାରି କରାଯାଇଥିଲା। ଯେଉଁଥିରେ ଦୁଇଜଣଙ୍କ ସମ୍ପୂର୍ଣ୍ଣ ନାମ ପ୍ରକାଶ କରାଯାଇଛି। ସେମାନେ ହେଲେ ୧୯୪୯ରେ କୃଷ୍ଣ ଭଗବାନ ରାମଚନ୍ଦ୍ର ଏବଂ ସେପ୍ଟେମ୍ବର ୧୯୭୨ରେ ଜନ୍ମିତ କଳ୍ପେଶ ହର୍ଷଦ କିନାରୀଓ୍ବାଲା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାମର ଆଦ୍ୟ ଅକ୍ଷର ଦର୍ଶାଯାଇଛି। ସେମାନେ ହେଲେ ୨୪ ନଭେମ୍ବର, ୧୯୪୪ରେ ଜନ୍ମିତ ଏଏସ୍‌ବିକେ, ଜୁଲାଇ ୯, ୧୯୪୪ରେ ଜନ୍ମିତ ଏବିକେଆଇ, ୨ନଭେମ୍ବର, ୧୯୮୩ରେ ଜନ୍ମଲାଭ କରିଥିବା ପିଏଏସ୍‌, ୨୨ ନଭେମ୍ବର, ୧୯୭୩ରେ ଜନ୍ମ ନେଇଥିବା ଆର୍‌ଏଏସ୍‌, ୨୭ ନଭେମ୍ବର,୧୯୪୪ରେ ଜନ୍ମ ନେଇଥିବା ଏପିଏସ୍‌, ୧୪ ଅଗଷ୍ଟ, ୧୯୪୯ରେ ଜନ୍ମିତ ଏଡିଏସ୍‌, ୨୦ ମେ’, ୧୯୩୫ରେ ଜନ୍ମିତ ଏମଏଲ୍‌ଏ, ୨୧ ଫେବୃୟାରୀ, ୧୯୬୮ରେ ଜନ୍ମିତ ଏନ୍‌ଏମ୍‌ଏ ଓ ୨୭ ଜୁନ୍‌, ୧୯୭୩ରେ ଜନ୍ମିତ ଏମ୍‌ଏମ୍‌ଏ ସାମିଲ ହୋଇଛନ୍ତି। ୩୦ ଦିନ ଭିତରେ ବ୍ୟକ୍ତିଗତ ଭାବେ ଅଥବା ନିଜର ଅଧିକୃତ ବ୍ୟକ୍ତିଙ୍କ ଜରିଆରେ ହାଜର ହୋଇ ନୋଟିସର ଜବାବ ଦେବା ସହିତ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?