ଟ୍ରାଫିକ ପରିଚାଳନା ଢାଞ୍ଚା ବଦଳିବ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଏଥିସହ ବଢ଼ିଚାଲିଛି ଦୁର୍ଘଟଣା। ଏନେଇ ଗୁରୁବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଅତିରିକ୍ତ ଟ୍ରାଫିକ ଡିସିପି, ଟ୍ରାଫିକ ଏସିପିଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହି ଟ୍ରାଫିକ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବିଶେଷକରି ଭୁବନେଶ୍ୱରର ବରମୁଣ୍ଡାରୁ ହଂସପାଳ ପର୍ଯ୍ୟନ୍ତ ଘରୋଇ ବସ୍‌ଗୁଡିକୁ ନ ରଖିବା ପାଇଁ ବ୍ୟବସ୍ଥା କରାଯିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ସେହିଭଳି ରାଜଧାନୀର ଟ୍ରାଫିକ ସିଗ୍‌ନାଲଜନିତ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯିବା ସହ ଢାଞ୍ଚା ବଦଳାଇବାକୁ ନିଷ୍ପତ୍ତି ହୋଇଥିଲା। ପୁରୁଣା ସରଞ୍ଜାମ ବଦଳାଯାଇ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବ। ସିଗ୍‌ନାଲ ସହ କ୍ୟାମେରା ଓ ବିଭିନ୍ନ ସାମଗ୍ରୀ କିଣିବା ଲାଗି ଯୋଜନା ଚାଲିଥିବା ସୂଚନା ଦିଆଯାଇଥିଲା। ତେବେ ଆଧୁନିକୀକରଣ ପାଇଁ ସରଞ୍ଜାମ ଯୋଗାଇବାକୁ ଏକ ଘରୋଇ କମ୍ପାନୀ କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥାହେବା ସହ ଡେମୋ ମଧ୍ୟ ଦେଖାଇଥଲା। ତେବେ କେଉଁ ପ୍ରକାର ସାମଗ୍ରୀ କିଣାଯିବ ସେନେଇ କୌଣସି ନିଷ୍ପତ୍ତି ହୋଇ ନ ଥିବା ଜଣାପଡିଛି।

ମଲ୍‌ ସମ୍ମୁଖରେ ମୁତୟନ ରହିବେ ଏସ୍‌ପିଓ

ରାଜଧାନୀର ଏକାଧିକ ମଲ୍‌ ଆଗରେ ବିଭିନ୍ନ ସମୟରେ ଭିଡ଼ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ପାଇଁ କେତେକ ମଲ୍‌ ହାତଗଣତି କର୍ମଚାରୀ ନିୟୋଜିତ କରୁଛନ୍ତି। ହେଲେ ସେମାନଙ୍କର ଆବଶ୍ୟକ ଜ୍ଞାନ ନ ଥିବାରୁ ସେମାନେ ଠିକ୍‌ ଭାବେ ଟ୍ରାଫିକ ପରିଚାଳନା କରିପାରୁନାହାନ୍ତି। ଆଗକୁ ଦୁର୍ଗାପୂଜା ସହ ବିଭିନ୍ନ ପୂଜାପର୍ବ ରହିଛି। ଏହି ସମୟରେ ସହରରେ ଜାମ୍‌ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ତେଣୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ କମିଶନରେଟ ପୋଲିସ ବଡ଼ ବଡ଼ ମଲ୍‌ ସମ୍ମୁଖରେ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ମୁତୟନ ପାଇଁ ନିଷ୍ପତ୍ତି ନେଇଛି। ମଲ୍‌ କର୍ମଚାରୀଙ୍କ ମଧ୍ୟରୁ ଏସ୍‌ପିଓ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହାପରେ ସେମାନେ କମିଶନରେଟ ପୋଲିସ ଲୋଗୋ ଥିବା ପୋଷାକ ପିନ୍ଧି ମଲ୍‌ ସମ୍ମୁଖରେ ଟ୍ରାଫିକ ନିୟନ୍ତ୍ରଣରେ ନିୟୋଜିତ ରହିବେ। ସେମାନଙ୍କୁ ମଲ୍‌ ଦରମା ଦେବ ବୋଲି ଟ୍ରାଫିକ ଏସିପି ଡ. କେ.କେ. ପାଣିଗ୍ରାହୀ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଡ. ପାଣିଗ୍ରାହୀ କହିଛନ୍ତି, ଗୁରୁବାର ସମସ୍ତ ମଲ୍‌ ମାଲିକମାନଙ୍କୁ ଡକାଇ ଟ୍ରାଫିକ ସମସ୍ୟା ନେଇ ଆଲୋଚନା କରାଯାଇଛି। ଏସ୍‌ପିଓ ନିଯୁକ୍ତି ପାଇଁ ନାମ ପଠାଇବାକୁ ମଲ୍‌ ମାଲିକମାନଙ୍କୁ କୁହାଯାଇଛି। ନୋ ପାର୍କିଂ ଜୋନ୍‌ ସ୍ଥାନରେ ସୂଚନା ଫଳକ ଲଗାଯିବା ସହ କେଉଁ ସ୍ଥାନରେ ଗାଡ଼ି ପାର୍କିଂ କରାଯିବ, କେଉଁବାଟ ଦେଇ ଯିବେ ଓ ଆସିବେ ସେ ସଂକ୍ରାନ୍ତରେ ଏକ ନକ୍ସା ପ୍ରସ୍ତୁତ ହୋଇଛି। ମଲ୍‌ ଆଗରେ ବେଆଇନ ପାର୍କିଂ ହେଲେ ଗାଡ଼ି ଓ ମଲ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ୧୦ରୁ ଊର୍ଦ୍ଧ୍ୱ ମଲ୍‌ ସମ୍ମୁଖରେ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏସ୍‌ପିଓ ପାଇଁ ମଲ୍‌ ପକ୍ଷରୁ କର୍ମଚାରୀଙ୍କ ନାମ ଆସିବା ପରେ ସେମାନଙ୍କ ଅପରାଧ ରେକର୍ଡ ଯାଞ୍ଚ ପରେ ଚୟନ କରାଯାଇ ରଖାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri