ଟ୍ରାଫିକ ପରିଚାଳନା ଢାଞ୍ଚା ବଦଳିବ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଏଥିସହ ବଢ଼ିଚାଲିଛି ଦୁର୍ଘଟଣା। ଏନେଇ ଗୁରୁବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଅତିରିକ୍ତ ଟ୍ରାଫିକ ଡିସିପି, ଟ୍ରାଫିକ ଏସିପିଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହି ଟ୍ରାଫିକ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବିଶେଷକରି ଭୁବନେଶ୍ୱରର ବରମୁଣ୍ଡାରୁ ହଂସପାଳ ପର୍ଯ୍ୟନ୍ତ ଘରୋଇ ବସ୍‌ଗୁଡିକୁ ନ ରଖିବା ପାଇଁ ବ୍ୟବସ୍ଥା କରାଯିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ସେହିଭଳି ରାଜଧାନୀର ଟ୍ରାଫିକ ସିଗ୍‌ନାଲଜନିତ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯିବା ସହ ଢାଞ୍ଚା ବଦଳାଇବାକୁ ନିଷ୍ପତ୍ତି ହୋଇଥିଲା। ପୁରୁଣା ସରଞ୍ଜାମ ବଦଳାଯାଇ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବ। ସିଗ୍‌ନାଲ ସହ କ୍ୟାମେରା ଓ ବିଭିନ୍ନ ସାମଗ୍ରୀ କିଣିବା ଲାଗି ଯୋଜନା ଚାଲିଥିବା ସୂଚନା ଦିଆଯାଇଥିଲା। ତେବେ ଆଧୁନିକୀକରଣ ପାଇଁ ସରଞ୍ଜାମ ଯୋଗାଇବାକୁ ଏକ ଘରୋଇ କମ୍ପାନୀ କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥାହେବା ସହ ଡେମୋ ମଧ୍ୟ ଦେଖାଇଥଲା। ତେବେ କେଉଁ ପ୍ରକାର ସାମଗ୍ରୀ କିଣାଯିବ ସେନେଇ କୌଣସି ନିଷ୍ପତ୍ତି ହୋଇ ନ ଥିବା ଜଣାପଡିଛି।

ମଲ୍‌ ସମ୍ମୁଖରେ ମୁତୟନ ରହିବେ ଏସ୍‌ପିଓ

ରାଜଧାନୀର ଏକାଧିକ ମଲ୍‌ ଆଗରେ ବିଭିନ୍ନ ସମୟରେ ଭିଡ଼ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ପାଇଁ କେତେକ ମଲ୍‌ ହାତଗଣତି କର୍ମଚାରୀ ନିୟୋଜିତ କରୁଛନ୍ତି। ହେଲେ ସେମାନଙ୍କର ଆବଶ୍ୟକ ଜ୍ଞାନ ନ ଥିବାରୁ ସେମାନେ ଠିକ୍‌ ଭାବେ ଟ୍ରାଫିକ ପରିଚାଳନା କରିପାରୁନାହାନ୍ତି। ଆଗକୁ ଦୁର୍ଗାପୂଜା ସହ ବିଭିନ୍ନ ପୂଜାପର୍ବ ରହିଛି। ଏହି ସମୟରେ ସହରରେ ଜାମ୍‌ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ତେଣୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ କମିଶନରେଟ ପୋଲିସ ବଡ଼ ବଡ଼ ମଲ୍‌ ସମ୍ମୁଖରେ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ମୁତୟନ ପାଇଁ ନିଷ୍ପତ୍ତି ନେଇଛି। ମଲ୍‌ କର୍ମଚାରୀଙ୍କ ମଧ୍ୟରୁ ଏସ୍‌ପିଓ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହାପରେ ସେମାନେ କମିଶନରେଟ ପୋଲିସ ଲୋଗୋ ଥିବା ପୋଷାକ ପିନ୍ଧି ମଲ୍‌ ସମ୍ମୁଖରେ ଟ୍ରାଫିକ ନିୟନ୍ତ୍ରଣରେ ନିୟୋଜିତ ରହିବେ। ସେମାନଙ୍କୁ ମଲ୍‌ ଦରମା ଦେବ ବୋଲି ଟ୍ରାଫିକ ଏସିପି ଡ. କେ.କେ. ପାଣିଗ୍ରାହୀ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଡ. ପାଣିଗ୍ରାହୀ କହିଛନ୍ତି, ଗୁରୁବାର ସମସ୍ତ ମଲ୍‌ ମାଲିକମାନଙ୍କୁ ଡକାଇ ଟ୍ରାଫିକ ସମସ୍ୟା ନେଇ ଆଲୋଚନା କରାଯାଇଛି। ଏସ୍‌ପିଓ ନିଯୁକ୍ତି ପାଇଁ ନାମ ପଠାଇବାକୁ ମଲ୍‌ ମାଲିକମାନଙ୍କୁ କୁହାଯାଇଛି। ନୋ ପାର୍କିଂ ଜୋନ୍‌ ସ୍ଥାନରେ ସୂଚନା ଫଳକ ଲଗାଯିବା ସହ କେଉଁ ସ୍ଥାନରେ ଗାଡ଼ି ପାର୍କିଂ କରାଯିବ, କେଉଁବାଟ ଦେଇ ଯିବେ ଓ ଆସିବେ ସେ ସଂକ୍ରାନ୍ତରେ ଏକ ନକ୍ସା ପ୍ରସ୍ତୁତ ହୋଇଛି। ମଲ୍‌ ଆଗରେ ବେଆଇନ ପାର୍କିଂ ହେଲେ ଗାଡ଼ି ଓ ମଲ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ୧୦ରୁ ଊର୍ଦ୍ଧ୍ୱ ମଲ୍‌ ସମ୍ମୁଖରେ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏସ୍‌ପିଓ ପାଇଁ ମଲ୍‌ ପକ୍ଷରୁ କର୍ମଚାରୀଙ୍କ ନାମ ଆସିବା ପରେ ସେମାନଙ୍କ ଅପରାଧ ରେକର୍ଡ ଯାଞ୍ଚ ପରେ ଚୟନ କରାଯାଇ ରଖାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri