Posted inଜାତୀୟ

ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି

ଅଯୋଧ୍ୟା,୧୬ା୧୧(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ତଦାରଖ କରିବାକୁ ଥିବା ଟ୍ରଷ୍ଟ ଗଠନ ଉପରେ ସମସ୍ତଙ୍କର ନଜର ରହିଥିଲାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବେ ଅନୁଧ୍ୟାନ କରି ଯଥାଶୀଘ୍ର ପ୍ରସ୍ତାବିତ ଟ୍ରଷ୍ଟର ଗଠନ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇନ, ସ୍ବରାଷ୍ଟ୍ର ଓ ସଂସ୍କୃତି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରଷ୍ଟରେ ସ୍ଥାନ ପାଇବା ଲାଗି ସନ୍ଥ ଓ ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିବାର ସଙ୍କେତ ମିଳିଲାଣି। ଏହାକୁ ନେଇ ଅଯୋଧ୍ୟାରେ ରାଜନୀତି ଜୋର ଧରିଥିଲାବେଳେ ସନ୍ଥମାନେ ନିଜକୁ ଉପସ୍ଥାପନ କରିବାରେ କୁଣ୍ଠାବୋଧ କରୁନାହାନ୍ତି।
ଏହା ସ୍ପଷ୍ଟ ଯେ, ଯେଉଁମାନେ ଟ୍ରଷ୍ଟରେ ସ୍ଥାନ ପାଇବେ ରାମମନ୍ଦିର ନିର୍ମାଣ ଶ୍ରେୟ ସ୍ବତଃ ସେମାନଙ୍କୁ ମିଳିବ। ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ୍‌ ନୂତନ ଟ୍ରଷ୍ଟରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ଥିବା ଚର୍ଚ୍ଚା ହେଉଛି। କାରଣ ତାଙ୍କ ନେତୃତ୍ୱରେ ନ୍ୟାସ ୯୦ ଦଶକରୁ ମନ୍ଦିର ଆନ୍ଦୋଳନ ଚଳାଇଥିଲା। ୧୯୯୩ ଜାନୁୟାରୀରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ସଦସ୍ୟମାନଙ୍କ ଦ୍ୱାରା ଏହି ରାମ ଜନ୍ମଭୂମି ନ୍ୟାସ ଗଠନ ହୋଇଥିଲା। ୨୦୦୩ ପର୍ଯ୍ୟନ୍ତ ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ଏହାର ମୁଖ୍ୟ ରହିଥିଲେ। ଉକ୍ତ ଟ୍ରଷ୍ଟ କରସେବକପୁରମ୍‌ରେ ଥିବା କର୍ମଶାଳାର ତଦାରଖ କରୁଥିଲା। ତେଣୁ କେନ୍ଦ୍ର ସରକାର ପ୍ରସ୍ତାବିତ ଟ୍ରଷ୍ଟରେ ଉକ୍ତ ନ୍ୟାସରୁ ପ୍ରତିନିଧିଙ୍କୁ ସାମିଲ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ଏହାବ୍ୟତୀତ ଟ୍ରଷ୍ଟରେ ସାମିଲ ହେବା ପାଇଁ ପୂର୍ବତନ ଭାଜପା ନେତା ରାମବିଳାସ ବେଦାନ୍ତି ଏବଂ ବିନୟ କଟିୟାର ମଧ୍ୟ ସେମାନଙ୍କ ନାଁକୁ ଉପସ୍ଥାପନ କରୁଛନ୍ତି। ମୋଦିଙ୍କର କେତେଜଣ ଖାସ୍‌ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଆଇନଜୀବୀ ମଧ୍ୟ ଟ୍ରଷ୍ଟରେ ସ୍ଥାନ ପାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି। ୟୁପିର ଜଣେ ବରିଷ୍ଠ ମନ୍ତ୍ରୀ କିମ୍ବା ଭାଜପା ନେତା, ସୁପ୍ରିମକୋର୍ଟର ବିଚାରପତି କିମ୍ବା ବିଦ୍ୱାନଙ୍କୁ ଟ୍ରଷ୍ଟରେ ନିଆଯିବା ସମ୍ଭାବନା ରହିଛି।
ରାମମନ୍ଦିର ନିର୍ମାଣ ଲାଗି ବିଭିନ୍ନ ସଂଗଠନ ଓ ନ୍ୟାସ ଦ୍ୱାରା ସଂଗୃହୀତ ପାଣ୍ଠିକୁ ନେଇ ପ୍ରସ୍ତାବିତ ଟ୍ରଷ୍ଟରେ ସବୁଠୁ ବଡ଼ ବିବାଦ ଦେଖାଦେବା ସମ୍ଭାବନା ରହିଛି। ସର୍ବାଧିକ ପାଣ୍ଠି ଭିଏଚ୍‌ପି ସଂଗ୍ରହ କରିଛି। ମୁଖ୍ୟ ପ୍ରସଙ୍ଗ ହେଉଛି ପାଣ୍ଠି ସଂଗ୍ରହକାରୀମାନେ ଏହାକୁ ନୂଆ ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେବେ ତ? ଗତ ୨୭ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସଂଗୃହୀତ ହୋଇଛି। ତେବେ ପାଣ୍ଠି ସଂଗ୍ରହ କରିଥିବା ସଂଗଠନଗୁଡିକର ଉପଯୁକ୍ତ ରେକର୍ଡ ନାହିଁ। ତେଣୁ ସଂଗୃହୀତ ପାଣ୍ଠି ପାଇଁ କିଏ ଉତ୍ତରଦାୟୀ ରହିବ ତାହା ଅନ୍ୟ ଏକ ପ୍ରଶ୍ନ। ୧୮ କୋଟି ଟଙ୍କା ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର କରାଯାଇଥିବା ରାମଲାଲା ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ୍‌ ଦାବି କରୁଥିଲାବେଳେ ଏହାର ହିସାବ କାହା ପାଖରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri