Posted inଜାତୀୟ

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦ ପହଞ୍ଚିଲେ ୨୦୦ ଆମେରିକା ସୁରକ୍ଷାକର୍ମୀ: ସ୍ବତନ୍ତ୍ର ଗାଡିରେ କରିବେ ରୋଡ ଶୋ’

ଅହମଦାବାଦ,୧୮।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତ ୨୪-୨୫ରେ ସେମାନେ ଭାରତ ଆସୁଥିବା ବେଳେ ଏହା ପୂର୍ବରୁ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖାପାଖି ଏକ ସପ୍ତାହ ପୂର୍ବରୁ ଆମେରିକାର ୨ଶହ ସୁରକ୍ଷାକର୍ମୀ ଅହମଦାବାଦ ପହଞ୍ଚି ସାରିଥିବା ଜଣାପଡିଛି। ଏମାନେ ସ୍ବତନ୍ତ୍ର ବିମାନରେ ଆସି ଭାରତରେ ପହଞ୍ଚିଛନ୍ତି। ହରକ୍ୟୁଲେସ ବିମାନରେ ଆସିଥିବା ଏହି ସୁରକ୍ଷାକର୍ମୀ ଓ ସ୍ନାଇପରଙ୍କ ସହ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ଉପକରଣ ମଧ୍ୟ ଆସିଯାଇଛି। ଟ୍ରମ୍ପଙ୍କ ରୋଡ ଶୋ’ରେ ସାମିଲ ହେବାକୁ ଥିବା ଗାଡ଼ି, ଫାୟାର ସେପ୍ଟି ସିଷ୍ଟମ ଓ ସ୍ନାଇପ କ୍ୟାମେରା ଭଳି ଅନେକ ଜିନିଷ ଆସିଛି। ଏହା ପୂର୍ବରୁ ଟ୍ରମ୍ପ ଗସ୍ତ କରିବାକୁ ଥିବା ଷ୍ଟାଡିୟରେ ଆମେରିକା ସୁରକ୍ଷାକର୍ମୀ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲି ସାରିଛନ୍ତି। ଏହାସହ ଭାରତର ସୁରକ୍ଷା ଏଜେନ୍ସି ଓ ଗୁଜରାଟ ପୋଲିସ ଦ୍ୱାରା ଅଲଗା କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ତେବେ ଟ୍ରମ୍ପଙ୍କ ଗସ୍ତ ସମୟରେ ଅହମଦାବାଦ ଆକାଶରେ କୌଣସି ବିମାନ ଉଡିପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଟ୍ରମ୍ପ ଯେଉଁ ଗାଡିରେ ରୋଡ ଶୋ’ କରିବେ ଏହା କୌଣସି ଯୁଦ୍ଧ ଟ୍ୟାଙ୍କଠାରୁ କମ୍‌ ନୁହେଁ ବୋଲି ଜଣାପଡିଛି। ଏଥିରେ ସୁରକ୍ଷା ବ୍ୟବସ୍ଥା ଏପରି କରାଯାଇଛି ଯେ ବାହାରର କୌଣସି ଶକ୍ତି ଏହାକୁ ଭେଦ କରିପାରିବ ନାହିଁ। ଏହି ବୁଲେଟ୍‌ ଫ୍ରୁଫ୍‌ ଗାଡିରେ ଡ୍ରାଇଭରଙ୍କ ପାଇଁ ଅଲଗା ଚାମ୍ବର ଥିବା ବେଳେ ସେ ରାଷ୍ଟ୍ରପତିଙ୍କ କୌଣସି କଥାବାର୍ତ୍ତ ବା ଆଲୋଚନାକୁ ଶୁଣି ପାରିବେ ନାହିଁ। ଆର୍ମଡ ଲିମୋଜିନ ନାମକ ଏହି ଗାଡି ୨୦୧୮ରେ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ସାମିଲ କରାଯାଇଥିଲା। ଏହାକୁ ଦି ବିଷ୍ଟ ମଧ୍ୟ କୁହାଯାଇଥାଏ। ଏଥିରେ ଜିପିଏସ୍‌ ଟ୍ରାକିଙ୍ଗ ସିଷ୍ଟମ ଲାଗିଛି, ଯାହା ପ୍ରତି ସେକେଣ୍ଡରେ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri