ଟ୍ରକ୍‌, ଆମ୍ବୁଲାନ୍ସରେ ବେଆଇନ୍‌ ପ୍ରବେଶ କରୁଛନ୍ତି ଲୋକେ: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ

ଛତ୍ରପୁର, ୨୨।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସୀମାରେ କରାଯାଉଥିବା ମିଳିତ ଯାଞ୍ଚ ବୁଧବାର ଷଷ୍ଠ ଦିନରେ ପହଁଚିଛି। ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରି ଅସ୍ଥାୟୀ ଚେକ୍‌ଗେଟ କରାଯାଇ ଏହି ଯାଞ୍ଚ କରାଯାଉଥିବା ସୂଚନା ଦିଆଯାଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଗଞ୍ଜାମ – ଆନ୍ଧ୍ର ସୀମାନ୍ତ ବଳରାମପୁର, ୧୬ ନଂ ଜାତୀୟ ରାଜପଥ ଗୁରାପଲ୍ଲୀ ଚେକ୍‌ଗେଟଠାରେ ପୋଲିସ ତନଖି ଫାଟକ ଖୋଲାଯାଇଛି। ପରିବହନ, ପୋଲିସ ରାଜସ୍ବ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ଏହି ଯାଞ୍ଚ ଚାଲିଛି। ଜ଼ିଲାପାଳଙ୍କ ଦ୍ୱାରା ଗଠିତ ମଲ୍ଟି ଡିସିପ୍ଳିନାରୀ ସ୍କ୍ବାର୍ଡ଼ ଏହା ଉପରେ ନଜର ରଖୁଛନ୍ତି। ଅନ୍ୟ ଜ଼ିଲାରୁ କିଛି ଲୋକ ବିଭିନ୍ନ ଟ୍ରକ୍‌, ଆମ୍ବୁଲାନ୍ସରେ ଗଞ୍ଜାମ ଜ଼ିଲାକୁ ଆସୁଛନ୍ତି। ଏମାନେ କିଭଳି ଜିଲାକୁ ଅସୁରକ୍ଷିତ ତଥା ବେଆଇନ ଭାବେ ପ୍ରବେଶ ନ କରିପାରିବେ ସେଥିପାଇଁ ଯାଞ୍ଚ କଡାକଡି କରାଯାଇଛି। ଏପରିକି ସମ୍ପୃକ୍ତ ଯାନବାହନ ଗୁଡିକର ନମ୍ବର, ଯାତ୍ରୀଙ୍କ ସଂଖ୍ୟା, ଯାତ୍ରାର ଉଦ୍ଦେଶ୍ୟ ଏବଂ ମୋବାଇଲ ନମ୍ବର ପଞ୍ଜିକରଣ କରାଯାଉଛି। ଚେକ୍‌ଗେଟ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ସହ ୨୪ ଘଣ୍ଟିଆ ମନିଟରିଂ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ବାପା, ଝିଅ ନିଖୋଜ

ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ...

ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ବାତିଲ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ.) କରୋନା ମହାମାରି ନେଇ ଚଳିତ ବର୍ଷ ବଲାଙ୍ଗୀର ଜିଲା ଟିଟିଲାଗଡ ଧବଳେଶ୍ୱର ବାବାଙ୍କ ମହାଶିବ ରାତ୍ରୀ ମେଳା ବାତିଲ ହୋଇଛି। ସୋମବାର...

୨୨ ଦିନରେ ଗଲାଣି ୩୫୪ ଜୀବନ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ) :ରାଜ୍ୟରେ ହ୍ରାସ ପାଉଥିବା ଦୈନିକ ସଂକ୍ରମଣ ଆଶ୍ୱସ୍ତି ଦେଉଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି। ଅଗଷ୍ଟରେ ୩୧୫ଜଣ ଓ ସେପ୍ଟେମ୍ବରରେ ୩୫୦ଜଣଙ୍କର କରୋନାରେ ମୃତ୍ୟୁ...

ବରଗଡରେ ସରକାରୀ କାର୍ଯ୍ୟ ଅଚଳ: ଧନୁଯାତ୍ରା ପାଇଁ ଦୋକାନ ବଜାର ଖୋଲା

ବରଗଡ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଆହ୍ବାନରେ କେନ୍ଦ୍ର ସରକାରଙ୍କ ଶ୍ରମିକ, ଚାଷୀମାରଣ ନୀତି, ଦରଦାମ ବୃଦ୍ଧି ବିରୋଧରେ ତଥା ୧୨ଦଫା ଦାବିରେ ଦିଆଯାଇଥିବା ଭାରତ...

ଜ୍ଞାନ ଆହରଣର ପୀଠ ସୂଚନା ଭବନ ପାଠାଗାର

ଭୁବନେଶ୍ୱର, ୧-୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପରିଚାଳିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ଅଗଷ୍ଟ ୧୫ରେ ପ୍ରତିଷ୍ଠା ହୋଇଥିଲା। ସ୍ବଳ୍ପ ସଂଖ୍ୟକ ପୁସ୍ତକକୁ...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡା ଅଫିସ,୨।୪: ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ମାମଲାରେ ରାୟ ଶନିବାର ପ୍ରକାଶ ପାଇଛି। ରାୟଗଡ ଅତିରିକ୍ତ ଜିଲା...

ଡିଡି ପଞ୍ଜାବ ରିଅଲିଟି ଶୋ’ ଫାଇନାଲରେ ଅନିକେତ

ସାକ୍ଷୀଗୋପାଳ,୨୮ା୭(ସ୍ବ.ପ୍ର.):ଡିଡି ପଞ୍ଜାବରେ ପ୍ରସାରିତ ଅନଲାଇନ ରିଅଲିଟି ଶୋ ‘କିସମେ କିତନା ହେ ଦମ’ ଫାଇନାଲରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର ଅନିକେତ...

Advertisement
Archives

Model This Week