Posted inଖେଳ

ଟୋକିଓ ଅଲିମ୍ପିକ୍ସ: ମିଳିତ କୋରିଆ ମହିଳା ହକି ଦଳ ଗଠନ ସମ୍ଭବ ହେଲାନି

ସିଓଲ, ୨୩ା୫ (ଏଏଫ୍‌ପି)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଉତ୍ତର କୋରିଆ ସହ ମିଳିତ ମହିଳା ଫିଲ୍ଡ ହକି ଦଳ ପଠାଇବା ଯୋଜନାରୁ ଓହରିଯାଇଛି ଦକ୍ଷିଣ କୋରିଆ। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ପରିବର୍ତ୍ତନ ଯୋଗୁ ଏପରି ହୋଇଛି। ୨୦୧୮ରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ଓ୍ବିଣ୍ଟର ଗେମ୍ସରେ ଦୁଇ ଦେଶ ପ୍ରଥମଥର ଏକ ମିଳିତ ଅଲିମ୍ପିକ ଦଳ (ମହିଳା ଆଇସ୍‌ ହକି ଦଳ) ପଠାଇଥିଲେ। ଏହି ଦଳ ଯଦିଓ ସେମାନଙ୍କ ସମସ୍ତ ୫ଟି ମ୍ୟାଚରେ ପରାଜୟ ବରଣ କରିଥିଲା, ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ଇଣ୍ଡୋନେସିଆରେ ୨୦୧୮ ଏସିଆନ ଗେମ୍ସ ପାଇଁ ଦୁଇ କୋରିଆ ବହୁ ମିଳିତ ଦଳ ପଠାଇଥିଲେ। ଫେବୃୟାରୀରେ ଟୋକିଓ ଅଲିମ୍ପିକ୍ସ ପାଇଁ ଦୁଇ ଦେଶ ବାସ୍କେଟବଲ୍‌, ଜୁଡୋ, ଫିଲ୍ଡ ହକି ଏବଂ ରୋଇଂରେ ମିଳିତ ଦଳ ପଠାଇବା ଲାଗି ରାଜି ହୋଇଥିଲେ। କିନ୍ତୁ ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ ଏବଂ ଆମେରିକା ରାଷ୍ଟ୍ରପତି ଡାନାଲ୍‌ଡ ଟ୍ରମ୍ପ ମଧ୍ୟରେ ଏକ ଶିଖର ସମ୍ମିଳନୀର କିଛି ସପ୍ତାହ ପରେ ପ୍ୟଙ୍ଗୟାଙ୍ଗ୍‌ର ଅସହଯୋଗ ଯୋଗୁ ମିଳିତ ଦଳ ପଠାଇବା ଯୋଜନା ଅଟକି ଯାଇଛି। ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ଟୋକିଓକୁ କୌଣସି ମିଳିତ ଟିମ୍‌ ପଠାଇବାକୁ ହେଲେ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଅର୍ଥାତ ମିଳିତ ମହିଳା ଦଳକୁ ଜୁନ୍‌ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଆଇଏଚ୍‌ଏଫ୍‌ ମହିଳା ହକି ସିରିଜ ଫାଇନାଲ୍ସରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଦଳର ଖେଳାଳି ତାଲିକା ପଠାଇବାର ଅନ୍ତିମ ଦିବସ ଗୁରୁବାର ଥିଲା। ଉତ୍ତର କୋରିଆ ତରଫରୁ କୌଣସି ଉତ୍ତର ନ ଥିବା ବେଳେ ଦକ୍ଷିଣ କୋରିଆ ଏକାକି ଭାଗ ନେବ ବୋଲି ସୂଚନାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri