Posted inଖେଳ

ଟେଷ୍ଟ ଖେଳିବା ପାଇଁ ବୋଲରଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ: ଆଇସିସି

ମୁମ୍ବାଇ, ୨୩।୫: କରୋନା ଭାଇରସ୍‌ ଲକଡାଉନ୍‌ ସରିବା ପରେ ଟେଷ୍ଟ ଖେଳ ଆରମ୍ଭ କରିବା ନେଇ ବୋଲରମାନେ ଲକ୍ଷ୍ୟ ରଖିଛନ୍ତି। ତେବେ ଟେଷ୍ଟ ଖେଳିବା ପାଇଁ ବୋଲରମାନଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ତରଫରୁ କୁହାଯାଇଛି। ଅନ୍ୟ କ୍ରୀଡ଼ା ଭଳି କ୍ରିକେଟ ମଧ୍ୟ କୋଭିଡ୍‌-୧୯ ମହାମାରୀ କାରଣରୁ ସସ୍‌ପେଣ୍ଡ ହୋଇଛି। ତେବେ ଏବେ କ୍ରିକେଟର ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତେ ତତ୍ପର ହୋଇଉଠିଛନ୍ତି। ବିଭିନ୍ନ ଦେଶରେ ଏବେ ଲକ୍‌ଡାଉନ୍‌ ଉଠିବାକୁ ଯାଉଛି। ବିଭିନ୍ନ ଦେଶର ସରକାରମାନେ ମଧ୍ୟ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଚଳିତ ସପ୍ତାହରେ ଇଂଲଣ୍ଡ ଖେଳାଳିମାନେ ବ୍ୟକ୍ତିଗତ କୌଶଳ ଆଧାରିତ ପ୍ରଶିକ୍ଷଣ କରିଛନ୍ତି। କାଉଣ୍ଟ କ୍ରିକେଟ ମଧ୍ୟ ସାମାନ୍ୟ ବିଳମ୍ବରେ ଆୟୋଜନ ହେବ। ଜୁଲାଇରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟ ଟେଷ୍ଟ ସିରିଜ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଗଷ୍ଟରେ ପାକିସ୍ତାନ ମଧ୍ୟ ଇଂଲଣ୍ଡ ଗସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଓ ଟି୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ଏହି ସିରିଜ୍‌ ଗୁଡିକ ଫାଙ୍କା ଷ୍ଟାଡିୟମରେ ଖେଳାଯିବ ବୋଲି ଆଶା କରାଯାଉଛି।
ଟେଷ୍ଟ ଖେଳାଗଲେ ବୋଲରମାନେ ପ୍ରକୃତ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବେ। ଦୀର୍ଘ ଦିନ ପରେ କ୍ରିକେଟ ଖେଳିବାକୁ ଯାଉଥିବାରୁ ବୋଲରମାନେ ଇଞ୍ଜୁରିର ସମ୍ମୁଖୀନ ହେବା ଯଥେଷ୍ଟ ସମ୍ଭାବନା ରହିଛି। ବୋଲରମାନଙ୍କ କାର୍ଯ୍ୟଭାର କମାଇବା ଉପରେ ଆଇସିସି ଅଧିକ ଗୁରୁତ୍ୱ ଦେଇଛି। ଟେଷ୍ଟ କ୍ରିକେଟକୁ ଫେରିବା ପୂର୍ବରୁ ବୋଲରଙ୍କୁ ଅତିକମ୍‌ରେ ଦୁଇ ମାସ ପ୍ରସ୍ତୁତି କରିବା ଆବଶ୍ୟକ ବୋଲି ଆଇସିସି କହିଛି। ତେବେ ଦିନିକିଆ ଓ ଟି୨୦ ପାଇଁ ବୋଲରମାନେ ୬ ସପ୍ତାହ ପ୍ରସ୍ତୁତି କରିବା ଦରକାର ବୋଲି ଆଇସିସି କହିଛି। ଟ୍ରେନିଂ ଆରମ୍ଭ କରିବାକୁ ପୂର୍ବରୁ ମେଡିକାଲ ଆଡଭାଇଜର ଓ ବାୟୋ ସେଫ୍ଟି ଅଫିସିଆଲ ନିଯୁକ୍ତ କରିବାକୁ ଆଇସିସି ବିଭିନ୍ନ ବୋର୍ଡକୁ ପରାମର୍ଶ ଦେଇଛି। ଇତିମଧ୍ୟରେ ରିଭର୍ସ ସୁଇଙ୍ଗ୍‌ ପାଇଁ ବଲ୍‌ରେ ଲାଳ ଲଗାଇବାକୁ ଆଇସିସି ବାରଣ କରିଛି। ଖେଳାଳି ଓ ଅମ୍ପାୟରମାନେ ସାମାଜିକ ଦୂରତା ରକ୍ଷା କରିବାକୁ, ଖେଳାଳିମାନେ ଅବାଞ୍ଛିତ ବଡି କଣ୍ଟାକ୍ଟରୁ ଦୂରେଇ ରହିବାକୁ ଓ ଟୋପି, ଟାଓ୍ବେଲ୍‌, ସନ୍‌ଗ୍ଲାସ ଅମ୍ପାୟର କିମ୍ବା ଟିମ୍‌ ସଦସ୍ୟଙ୍କୁ ହସ୍ତାନ୍ତର ନ କରିବାକୁ ଆଇସିସି ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri