Posted inଖେଳ

ଶ୍ରେୟାସଙ୍କ ସ୍ଥାନ ପକ୍କା

ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି। ଆୟାର ୨୦୧୬ ରଣଜୀ ଟ୍ରଫିରେ ୧୧ ମ୍ୟାଚ୍‌ରୁ ୧୩୮୧ ରନ୍‌ କରିଥିଲେ। ରଣଜୀର ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହାସତ୍ତ୍ୱେ ସେହିବର୍ଷ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଏଥିରେ ସେ ନିରାଶ ହୋଇ ଫୋନକୁ କଚାଡ଼ି ଭାଙ୍ଗି ଦେଇଥିଲେ। ପ୍ରାୟ ୪ ବର୍ଷ ପରେ ତାଙ୍କୁ ଚୟନ କରା ନ ଯିବାର କାରଣ ପ୍ରକାଶ କରିଛନ୍ତି ସେତେବେଳେ ମୁଖ୍ୟ ଚୟନକର୍ତ୍ତା ପଦରେ ଥିବା ସନ୍ଦୀପ ପାଟିଲ। ରଣଜୀ ଓ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ବଡ଼ ଗ୍ୟାପ ରହିଛି। ରଣଜୀରେ ରନ୍‌ କରୁଥିବା ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରୁ ନାହାନ୍ତି। ପୂର୍ବତନ କ୍ରିକେଟର ସନ୍ଦୀପ ପଞ୍ଜାବ ଓପନର ଜୀବନଜ୍ୟୋତ୍‌ ସିଂଙ୍କ ଉଦାହରଣ ଦେଇଛନ୍ତି। ଜୀବନଜ୍ୟୋତ୍‌ ପ୍ରଥମ ରଣଜୀ ସିଜନରେ ବହୁ ରନ୍‌ କରିଥିଲେ। କିନ୍ତୁ ଭାରତ ଏ’ ପାଇଁ ଖେଳିଲାବେଳେ ତାଙ୍କ ପ୍ରଦର୍ଶନ ନିମ୍ନମାନର ଥିଲା। ସମାନ ଘଟଣା ଅଭିନବ ମୁକୁନ୍ଦ, ସଚିନ ବେବି, ମନଦୀପ ସିଂଙ୍କ ଭଳି ଆହୁରି ଖେଳାଳିଙ୍କ କ୍ଷେତ୍ରରେ ଘଟିଛି। ଏଣୁ ଚୟନକର୍ତ୍ତାମାନେ ଅପେକ୍ଷା କରି ଖେଳାଳିଙ୍କୁ ଆଉ ଗୋଟେ ସିଜନ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କୁ କୋଳାଗ୍ରତ କରି ସ୍ବାଗତ କଲେ ସାଥୀ ଖେଳାଳି, କିନ୍ତୁ କୋଚ୍‌ ମାରିଲେ ଏମିତି କମେଣ୍ଟ

ସିଡନୀ,୩୧।୧୨: ହିଟ୍‌ମ୍ୟାନ୍‌ ରୋହିତ୍‌ ଶର୍ମା ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ଭାରତୀୟ ଦଳ ସହ...

ଇଂଲଣ୍ଡ ଦଳରେ ଯୋଗ ଦେଲେ ଜୋଫ୍ରା ଆର୍ଚର

ଲଣ୍ଡନ, ୨୬ା୬ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଦ୍ୱିତୀୟ ଥର ନେଗେଟିଭ୍‌ ଆସିବା ପରେ ଷ୍ଟାର ପେସ୍‌ ବୋଲର ଜୋଫ୍ରା ଆର୍ଚରଙ୍କ ଇଂଲଣ୍ଡ କ୍ରିକେଟ ଦଳରେ ଯୋଗଦେଇଛନ୍ତି।...

ଆର୍ସେନାଲ ଖେଳାଳିଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌

ଲଣ୍ଡନ,୯।୧୧(ଏଏଫ୍‌ପି)- ହାତରେ ମାରଣା ଅସ୍ତ୍ର ଧରି ଆର୍ସେନାଲ ଫୁଟ୍‌ବଲ ଖେଳାଳି ମେସୁଟ ଓଜିଲ ଓ ସିଡ୍‌ କୋଲାସିନାକଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ...

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ଅଗ୍ରଣୀ

ଆଡିଲେଡ୍‌, ୧୮।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଦଳ ୫୩ ରନ୍‌ର ଅଗ୍ରଣୀ ହାସଲ...

‘ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରା ବଜାୟ ରଖିବ ଭାରତ’

ଲଣ୍ଡନ,୧।୬- ଚଳିତ ମାସ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ କେଉଁ...

ବଲ୍‌ରେ ସାଲିଭା ବ୍ୟବହାର କରିଥିଲେ ଉଥାପ୍ପା

ଦୁବାଇ, ୨ା୧୦ (ପି.ଟି.)-ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମଧ୍ୟରେ ବୁଧବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟ...

ଏବେ କହିବାକୁ ବିଶେଷ କିଛି ନାହିଁ: ଚେନ୍ନାଇଠାରୁ ଲଜ୍ଜାଜନକ ପରାଜୟ ପରେ କିଛି ଏଭଳି ପ୍ରତିକ୍ରିୟା ରଖିଲେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଚେନ୍ନାଇ ୬...

ଏଲିଟ୍‌ ଗ୍ରୁପ୍‌ ବି’ରେ ଓଡ଼ିଶା

  ମୁମ୍ବାଇ, ୧୮ା୧୨ (ପି.ଟି.)-ଆସନ୍ତା ଜାନୁୟାରୀ ୧୦ରୁ ୩୧ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ପରିବେଶରେ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍‌ ଖେଳାଯିବ। ଏଥିସହିତ ଭାରତୀୟ...

Advertisement
Ten Cric Info


Archives

Model This Week