ବ୍ରହ୍ମପୁର ଅଫିସ,୮ା୯-ସରକାରୀ ଯୋଜନାରେ ମାଗଣାରେ ଯୋଗାଣ ହେଉଥିବା ଟିଟାନସ ଡିପ୍ଥେରିଆ (ଟିଡ଼ି) ଟିକା ନେଇ ବ୍ରହ୍ମପୁରର ଏକ ଘରୋଇ ସ୍କୁଲର ଦୁଇଜଣ ଛାତ୍ରୀ ଅଚେତ ହୋଇପଡ଼ିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଉଭୟ ଛାତ୍ରୀଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଡ଼ା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଟିକା ନେବାକୁ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପଟେ ଅଭିଭାବକ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟିଡି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଛାତ୍ରୀମାନେ ଅଚେତ ହୋଇପଡ଼ିଥିଲେ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଥିବ ତାହା ସ୍ପଷ୍ଟ ହୋଇପାରୁ ନ ଥିବା ଅଭିଭାବକମାନେ କହିଛନ୍ତି । ସେପଟେ ସିଡିଏମ୍ଓ ଡ଼ା. ପାଣିଗ୍ରାହୀ କହିଛନ୍ତି, ଇଞ୍ଜେକ୍ସନ ଦେବା ବେଳେ କେତେକ ଛାତ୍ରୀଛାତ୍ର ଡ଼ରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀ ଇଞ୍ଜେକ୍ସନ ନେବା ପରେ ଅଚେତ ହୋଇପଡ଼ିଥିବା ଅନୁମାନ କରାଯାଉଛି। ସେ ଆହୁରି କହିଛନ୍ତି, ଏହି ସ୍କୁଲ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟରେ ଏଭଳି ଖବର ମିଳିନାହିଁ ।
ପୂର୍ବରୁ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ଟିଡି ଟିକା ଦିଆଯାଉଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ୧୪ ରୁ ୧୬ ବର୍ଷ ବୟସ୍କ ଛାତ୍ରୀଛାତ୍ରଙ୍କୁ ଏହି ଟିକା ଦିଆଯାଉଛି । ସେ ଅନୁଯାୟୀ, ଗଞ୍ଜାମ ଜିଲାରେ ମଧ୍ୟ ଶନିବାର ମାଗଣାରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ଏହି ଟିକା ଦିଆଯାଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗ ଟିମ୍ ପୃଥକ୍ ଭାବେ ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରମାନଙ୍କୁ ଏହି ଟିକା ଦେଇଥିଲେ। ସ୍ଥାନୀୟ ଶିବାନନ୍ଦ ନଗରସ୍ଥିତ ମା’ ସରସ୍ବତୀ ବିଦ୍ୟା ମନ୍ଦିରକୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଶନିବାର ଯାଇଥିଲେ। ସେଠାରେ ଅଧ୍ୟୟନ କରୁଥିବା ୧୦ମ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ଟିକା ଦିଆଯାଇଥିଲା। ଏହା ପରେ ୨ଜଣ ଛାତ୍ରୀ ସ୍ନେହା ମହାନ୍ତି ଓ ସ୍ରଷ୍ଟା ସତରୂପା ପାଢ଼ୀ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହା ଦେଖି ଅନ୍ୟ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇ ପଡ଼ିଥିଲେ । ଗୁରୁମା ଗୁରୁଜୀମାନେ ତୁରନ୍ତ ଅଚେତ ଛାତ୍ରୀ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନଗର ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ସେମାନଙ୍କୁ ଏମ୍କେସିିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଉଭୟ ଛାତ୍ରୀଛାତ୍ରଙ୍କୁ କାଜୁଆଲଟିରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିଛି ସମୟ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇଥିଲା । ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚତ୍ ଉଭୟ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଛାତ୍ରୀଦ୍ୱୟଙ୍କ ଅବସ୍ଥାରେ ସୁଧାର ଆସିଥିବା ସିଡିଏମ୍ଓ ପାଣିଗ୍ରାହୀ କହିଛନ୍ତି। ଅନ୍ୟପଟେ ଜିଲା ଶିକ୍ଷାଧିକାରୀ (ଡିଇଓ) ଡ଼. ସନାତନ ପଣ୍ଡା ଖବର ପାଇ ଏମ୍କେସିଜି ମେଡିକାଲରେ ପହଞ୍ଚତ୍ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ସେମାନେ ସୁସ୍ଥ ଥିବା ସେ କହିଛନ୍ତି ।
Posted inଆମ ଜିଲା ଖବର, ଗଞ୍ଜାମ View All
କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ
ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ବାହାରେ ବୁଲିବା ପଡ଼ିଲା ମହଙ୍ଗା
ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…
କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ
ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
Archives

