ଟିକ୍‌ଟକ୍‌ ଭିଡିଓ କରି ମାସ୍କର ଉଡ଼ାଉଥିଲେ ମଜା, ଏବେ ନିଜେ କରୋନା ଆକ୍ରାନ୍ତ

ସମଗ୍ର ବିଶ୍ୱକୁ ମହାମାରୀ କରୋନା ଭୂତାଣୁ ଗ୍ରାସ କରିଥିବା ବେଳେ ଟିକ୍‌ଟକ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଟିକ୍‌ଟକ୍‌ ୟୁଜର ମାସ୍କର ମଜା ଉଡ଼ାଉଥିବା ବା ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଯାହା ତାଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି। ସେହି ଯୁବକ ଜଣକ ନିଜେ ଏବେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି। ଟିକ୍‌ଟକ୍‌ ୟୁଜର ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ସାଗର ଜିଲାର। ଏକ ଟିକ୍‌ଟକ୍‌ ଭିଡିଓରେ କରୋନାରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାରକୁ ସେ ଥଟ୍ଟା ପରିହାସ କରିଥିଲେ। ଯେଉଁ ସମୟରେ ଦେଶରେ ତୀବ୍ର ବେଗରେ କରୋନା ମାଡ଼ିଚାଲିଥିଲା। ଏହି ଯୁବକ ଜଣକ ବାଇକ୍‌ରେ ବସି ଟିକ୍‌ଟକ୍‌ ଭିଡିଓ ଶୁଟିଂ କରୁଥିଲେ। ଭିଡିଓଟିକୁ ଦେଖି କେହି ଜଣେ ତାଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ। ପରେ ଯୁବକ ଜଣକ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ। ସେ କହିଥିଲେ ଏ କପଡ଼ା ଉପରେ କ’ଣ ବିଶ୍ୱାସ? ଯଦି ତୁମେ ବିଶ୍ୱାସ କରୁଛ କର।
ସେହିପରି ଭିଡିଓର ଦ୍ୱିତୀୟ ଭାଗରେ ଉକ୍ତ ମାସ୍କକୁ ସେ ପବନରେ ଉଡ଼ାଇ ଦେଉଥିବା ନଜର ଆସିଥିଲା। ଏହାର କିଛିଦିନ ପରେ ସଂପୃକ୍ତ ଯୁବକଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପରେ ଅଧିକାରୀମାନେ ହସ୍ପିଟାଲ ଯାଇ ତାଙ୍କ ମୋବାଇଲ୍‌ ସିଜ୍‌ କରିଥିଲେ। ସଂପୃକ୍ତ ଯୁବକ ଜଣକ ଆଇସୋଲେଶନରେ ଥାଇ ମଧ୍ୟ ଟିକ୍‌ଟକ୍‌ ଭିଡିଓ ଅପ୍‌ଲୋଡ କରୁଥିଲେ। ଏହି ଭିଡିଓରେ ସେ କୋଭିଡ୍‌-୧୯ରେ ସଂକ୍ରମିତ ଏବଂ ବର୍ତ୍ତମାନ ସେ ଲୋକଙ୍କ ସହ କଥାବାର୍ତ୍ତା ହୋଇପାରିବେ ନାହିଁ ବୋଲି ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଅନ୍ୟପକ୍ଷରେ ସାଗର ଜିଲାର ସରକାରୀ ବୁନ୍ଦେଲଖଣ୍ଡ ମେଡିକାଲ କଲେଜର ଡାକ୍ତର କହିଛନ୍ତି, ବର୍ତ୍ତମାନ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri