Posted inଫୁରସତ

ଟାର୍ଗେଟ୍‌ ଅଲିମ୍ପିକ୍ସ

୧୯୯୩ ମସିହା ମେ ୧୦ ତାରିଖ ସୁନ୍ଦରଗଡ଼ ଜିଲା ସଉନାମରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅମିତ ରୋହିଦାସ। ୪ବର୍ଷ ବୟସରୁ ହକି ଖେଳିବା ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ। ପରେ ୧୦ ବର୍ଷ ବୟସରେ ପ୍ରଥମେ ଗାଁ ଟିମ୍‌ରେ ହକି ଖେଳିଥିଲେ। ୧୨ ବର୍ଷ ବୟସରେ ରାଉରକେଲା ପାନପୋସ୍‌ ସ୍ପୋଟର୍‌ସ ହଷ୍ଟେଲରେ ଟ୍ରେନିଂ ପରେ ୨୦୦୯ ମସିହାରେ ଅଣ୍ଡର୍‌ ୧୮ଟିମ୍‌ରେ ଆନ୍ତର୍ଜାତୀୟ ହକି ଖୋଳିବା ପାଇଁ ସିଲେକ୍ଟ ହୋଇଥିଲେ। ଯେଉଁଥିରେ କି ତାଙ୍କୁ ଷ୍ଟାର୍‌ ପ୍ଲେୟାର ଅଫ୍‌ ଦ ଟୁନର୍ର୍ାମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଥିତ୍ଲା। ୨୦୧୩ ମସିହା ଏସିଆ କପ୍‌ରେ ସିନିୟର ଖେଳାଳି ଭାବେ ସେ ଭାରତୀୟ ଦଳରେ ଖେଳିଥିଲେ।

ହକି ଖେଳିବାର ପ୍ରେରଣା କେଉଁଠୁ ପାଇଥିଲେ?
ଗାଁରେ ସମସ୍ତେ ହକି ଖେଳନ୍ତି। ହକି ଛଡ଼ା ଗାଁରେ ଆଉ କିଛି ଖେଳ ନାହିଁ। ବାପା ଗୋପାଳ ରୋହିଦାସ ଓ ଭାଇ ନିରଞ୍ଜନ ରୋହିଦାସଙ୍କଠାରୁ ମୁଁ ହକି ଖେଳିବାକୁ ପ୍ରେରଣା ପାଇଥିଲି। ୧୯୯୭ ମସିହାରେ ପ୍ରଥମେ ମୁଁ ହକି ଖେଳିବା ଆରମ୍ଭ କରିଥିଲିି। ସେତେବେଳେ ମତେ ୪ବର୍ଷ ହୋଇଥିଲା।
ପ୍ରଥମ ମ୍ୟାଚ୍‌ର ଅନୁଭୂତି କେମିତି ଥିଲା?
୨୦୦୯ ମସିହାରେ ପ୍ରଥମେ ମୁଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲି। ମାଲେସିଆରେ ଅଣ୍ଡର୍‌ ୧୮ ଏସିଆ କପ୍‌ ଥିଲା। ସେହି ଟିମ୍‌ରେ ମୁଁ ସ୍ଥାନ ପାଇଥିଲି। ସେତେବେଳେ ମୋତେ ୧୮ ବର୍ଷ ହୋଇଥିଲା। ପାକିସ୍ତାନ ସହ ଆମର ପ୍ରଥମ ମ୍ୟାଚ୍‌ ଥିଲା। ଟିକେ ନର୍ଭସ ଥିଲି କିନ୍ତୁ ପରେ ସବୁ ଠିକ୍‌ ହୋଇଗଲା। ମ୍ୟାଚ୍‌ରେ ମୁଁ ଗୋଟିଏ ଗୋଲ୍‌ ଦେବା ପରେ ମୋର ଆତ୍ମବିଶ୍ୱାସ ଆସିଥିଲା। ତା’ପରେ ଦ୍ୱିତୀୟ ହାଫ୍‌ରେ ଆଉ ଗୋଟିଏ ଗୋଲ୍‌ ମଧ୍ୟ ଦେଇଥିଲି। ଯାହାକି ଆଗକୁ ବଢାଇବାକୁ ଭରପୂର ବିଶ୍ୱାସ ଦେଇଥିଲା।
କେବେ ପାକିସ୍ତାନ ସହ ମୁକୁବିଲାରେ ଅଂଶଗ୍ରହଣ କରିଛନ୍ତି?
ହଁ, ତା’ ପରେ ପାକିସ୍ତାନ ସହ ଖେଳାଯାଇଥିବା ମ୍ୟାଚ୍‌ରେ ମୁଁ ଖେଳିବାକୁ ସୁଯୋଗ ପାଇଛି। ମ୍ୟାଚ୍‌ଟି ସୁଲତାନ ଜୋହର କୋର୍ଟରେ ଖେଳା ହୋଇଥିଲା। ଅବଶ୍ୟ ସବୁଥିରେ ମୁଁ ଗୋଲ୍‌ ମାରିପାରି ନାହିଁ। କିନ୍ତୁ ଭାରତ ମ୍ୟାଚ୍‌ ଜିତିବାରେ ସକ୍ଷମ ହୋଇଛି।
ଖେଳ ଜୀବନର କିଛି ବିଶେଷ ମୁହୂର୍ତ୍ତ ଅଛି କି?
ମୋ ଜୀବନରେ ମୁଁ ଦୁଇଟି ଟୁର୍ନାମେଣ୍ଟରୁ ବହୁତ୍‌ ଭଲ ଅନୁଭୂତି ସାଉଁଣ୍ଟିଛି। ସିନିୟର ଏସିଆ କପ୍‌ ଓ ଗତବର୍ଷ ହୋଇଥିବା ପୁରୁଷ ଓ୍ବାଲ୍ଡ କପ୍‌ ହକିରେ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍‌ ଆମ ପାଇଁ ସ୍ମରଣୀୟ ହୋଇ ରହିବ। ପୁରୁଷ ଓ୍ବାଲର୍‌ଡକପ୍‌ରେ କାନାଡା ସହ ହୋଇଥିବା ମ୍ୟାଚ୍‌ରେ ମୁଁ ଦେଇଥିବା ହିଟିଂ ଗୋଲ୍‌ ମୋର ସବୁବେଳେ ମନେ ରହିବ।
ନଭେମ୍ବର ୧ ଓ ୨ରେ ହେବାକୁ ଥିବା ଖେଳ ପାଇଁ କ’ଣ ପ୍ରସ୍ତୁତି ଅଛି?
ପୂର୍ବରୁ ଆମେ ସମସ୍ତ ଟିମ୍‌ ସହ ଖେଳିଛୁ। ସେମାନଙ୍କ ଖେଳର ତରିକା ଜାଣିଛୁ। କିନ୍ତୁ ଆମେ ଆମ ରଣନୀତିରେ ଖେଳିବୁ। ଅଲିମ୍ପିକ୍ସକୁ ଯିବା ଆମର ଟାର୍ଗେଟ୍‌ ରହିଛି। ସେଥିପାଇଁ ଆମେ ମୁଖ୍ୟତଃ ସମସ୍ତ ଖେଳାଳିଙ୍କ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଉଛୁ। ସବୁ ଟିମ୍‌ର ଭିଡିଓଗୁଡ଼ିକୁ ଦେଖୁଛୁ ଓ ନିଜର ରଣନୀତି ପ୍ରସ୍ତୁତ କରୁଛୁ। ଯେମିତି ହେଲେ ବି ଜିତିବାର ଅଛି।
ଭୁବନେଶ୍ୱରକୁ ସ୍ପୋଟର୍‌ସ କ୍ୟାପିଟାଲ୍‌ ସହ ସ୍ପୋଟର୍‌ସ ହବ୍‌ ପାଇଁ ପରିକଳ୍ପନା ଚାଲିଛି, ରାଜ୍ୟରେ ହକିର ଭବିଷ୍ୟତ କ’ଣ, ଏହାର ପ୍ରସାରପ୍ରଚାର କେତେ ଜରୁରୀ?
ରାଜ୍ୟରେ ହକିକୁ ସବୁବେଳେ ଅଗ୍ରାଧିକାର ଦିଆଯାଏ। ଭାରତୀୟ ଦଳରେ ବହୁ ଓଡ଼ିଆ ହକି ଖେଳାଳି ରହିଛନ୍ତି। ଯଦି ଭୁବନେଶ୍ୱରକୁ ସ୍ପୋଟର୍‌ସ କ୍ୟାପିଟାଲ କରାଯାଏ ତାହେଲେ ହକି ଏହାର ମୁଖ୍ୟ ପୁରୋଧା ସାଜିବ। ସୁନ୍ଦରଗଡ଼, ମୟୁରଭଞ୍ଜ ପରି ବହୁ ଜିଲାରେ ସ୍କୁଲ୍‌ରୁ ହିଁ ହକି ଖେଳିବା ପାଇଁ ଉତ୍ସାହିତ କରାଯାଉଛି। ଏବେ ତ ବିଭିନ୍ନ ଜିଲାମାନଙ୍କରେ ସ୍ପୋଟର୍‌ସ ହଷ୍ଟେଲ ବି ନିର୍ମାଣ ସରିଲାଣି। ହକିର ବହୁତ୍‌ ବଡ଼ ବଡ଼ ଇଭେଣ୍ଟ କରିସାରିଛନ୍ତି। ଯଦି ସ୍ପୋଟର୍‌ସ ହବ ହେବ ତା’ହେଲେ ବହୁତ ଭଲ। ଆଗକୁ ଆହୁରି ଅଧିକ ଇଭେଣ୍ଟ ହେବ। ପିଲାମାନେ ଆହୁରି ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିବେ।
ଫେଭରାଇଟ୍‌ ଖେଳାଳି କିଏ?
ମୋର ସବୁବେଳର ଫେଭ୍‌ରେଟ ହେଉଛନ୍ତି ପୂର୍ବତନ ଖେଳାଳି ଦିଲୀପ ତିର୍କୀ। ତାଙ୍କ ବ୍ୟତୀତ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଁ ବହୁତ୍‌ ଫଲୋ କରେ। ତାଙ୍କ ସହ ବିଭିନ୍ନ କଥା ନେଇ ଆଲୋଚନା କରେ। କିଛି ବି ସମସ୍ୟା ଥିଲେ ତାଙ୍କ ସହ କଥା ହୁଏ।
ଫିଟ୍‌ନେସ୍‌ କିପରି ରଖନ୍ତି?
ମୁଖ୍ୟତଃ ଖାଇବା ଉପରେ ନିୟନ୍ତ୍ରଣ କରିବାକୁ ପଡ଼େ। ତ’ପରେ ଟ୍ରେନର୍‌ଙ୍କ ଦ୍ୱାରା ୭ଦିିନିଆ ସେଡୁଲ ଦିଆଯାଏ। ମୁଖ୍ୟତଃ ମସଲା ଓ ତେଲ ଖାଦ୍ୟ ଛାଡି ସିଝା ଖାଦ୍ୟ ଖାଏ। ପ୍ରାକ୍ଟିସ୍‌ ଏବେ ବହୁତ୍‌ କଷ୍ଟ ଅଛି। ସେଥିପାଇଁ ଖାଇବା, ଦୌଡ଼କୁଦ ଓ ଜିମ୍‌କୁ ଭାବିଚିନ୍ତି କରିବାକୁ ପଡ଼େ। କାହିଁକି ନା ଫିଟ୍‌ ନ ରହିଲେ ମ୍ୟାଚ୍‌ରେ ଖେଳିବାରେ ସମସ୍ୟା ସୃଷ୍ଟି ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri