ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି: ଭଙ୍ଗାରୁଜା ନେଇ ମାମଲା ରୁଜୁ, ଉଭୟ ପକ୍ଷ ସହ ଆଲୋଚନା

ଛତ୍ରପୁର,୨୮ା୬(ଡି.ଏନ.ଏ.)- ଚମାଖଣ୍ଡି ଥାନା ଅଞ୍ଚଳରେ ଥିବା ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ା
ଟାଟା ଷ୍ଟିଲ୍‌ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଠିକା କର୍ମଚାରୀ ତଥା ବିସ୍ଥାପିତମାନେ କାମ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ଗୁରୁବାର ରାତିରେ ଆନ୍ଦୋଳନକାରୀ ଟାଟା ପ୍ରକଳ୍ପରେ ଭଙ୍ଗାରୁଜା କରିଥିଲେ। ଏ ସମ୍ପର୍କରେ ଶୁକ୍ରବାର କମ୍ପାନୀ କର୍ତ୍ତୃପକ୍ଷ ଏତଲା ଦେଇଥିଲେ ା ଏହାକୁ ଭିତ୍ତିକରି ଚମାଖଣ୍ଡି ପୋଲିସ ଏକ ମାମଲା (ନଂ.୭୩/୧୯) ରୁଜୁ କରି ତଦନ୍ତ ଚଳାଇଛି ା ଏବେ ପରିସ୍ଥିତି ଶାନ୍ତ ଅଛି। ଉଭୟ ପକ୍ଷ ସହ ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ଚାଲିଥିବା ଛତ୍ରପୁର ଏସଡିପିଓ ଉକତ୍ଳକେଶରୀ ଦାଶ କହିଛନ୍ତି। ସୂଚନାଯୋଗ୍ୟ, ଟାଟା ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ବିସ୍ଥାପିତ ହୋଇଥିଲେ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କମ୍ପାନୀ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି କୁଆଡେ ପ୍ରତିଶ୍ରୁତି ମିଳିଥିଲା ା ୭୦ ଜଣ ବିସ୍ଥାପିତ ଟାଟା ପ୍ରକଳ୍ପରେ ଠିକା ଭାବେ କାମ କରି ଆସୁଛନ୍ତି। ସ୍ଥାୟୀ ନିଯୁକ୍ତି ଦାବି ପୂରଣ ପାଇଁ ପୂର୍ବରୁ ବହୁବାର କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରି ଆସୁଥିଲେ ା
ସବଠୁୁନିରାଶ ହେବା ପରେ କେତେଜଣ ବିସ୍ଥାପିତ ଟାଟା ପ୍ରକଳ୍ପରେ ଭଙ୍ଗାରୁଜା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୨୮୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ବଜ୍ରାପାତରେ ମହିଳାଙ୍କ ଜୀବନ ଗଲା

ଦିଗପହଣ୍ଡି,୮ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମର ଦଳିତ ସାହିରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ଜୀବନ ଯାଇଛି।...

ସଂଖ୍ୟାଲଘୁଙ୍କ ପ୍ରତି ଚରମ ଅବହେଳା କରାଯାଉଛି: କଂଗ୍ରେସ

ଭୁବନେଶ୍ୱର,୫ା୭(ବ୍ୟୁରୋ): ପ୍ରଦେଶ ସଂଖ୍ୟାଲଘୁ ବିଭାଗ ସଭାପତି ଜିଆଉଲ୍‌ ହକ୍‌ଙ୍କ ଅଧ୍ୟକ୍ଷତାରେ ସୋମବାର କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ...

ଚୌକିଦାରଙ୍କ ଘର ଭାଙ୍ଗିବାକୁ ନୋଟିସ୍‌

ଭଞ୍ଜନଗର,୨୬।୯(ଡି.ଏନ.ଏ): ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଏକ ଚୌକିଦାର ଘରକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ମଧ୍ୟରେ ବହୁଦିନ...

ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ

ଅନୁଗୋଳ ଅଫିସ, ୬।୨ ଖୁବ୍‌ଶୀଘ୍ର ଦେଶରେ ସ୍କ୍ରାପେଜ୍‌ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ...

୨୯ଦିନ ହେବ ଯୁବକଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ) : ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରୁ ଜଣେ ଯୁବକ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା...

ନିଶା ମାଫିଆ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବୁଗୁଡା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ୩ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିକୁ ବାଜ୍ୟାପ୍ତ...

ଋଷିକୂଲ୍ୟାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀ ପୂର୍ଣ୍ଣ ପ୍ରତାପୁର ଋଷିକୂଲ୍ୟାର ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହା ବାରୁଣୀ ସ୍ନାନ ଅବସରରେ ହଜାର ହଜାର...

Advertisement
Archives

Model This Week