ଟାଟା ଖଣି ସମ୍ମୁଖରେ ଜମିହରା ଗ୍ରାମବାସୀଙ୍କ ଆନ୍ଦୋଳନ: କର୍ମଚାରୀଙ୍କୁ ଖଣି ଭିତରକୁ ଛାଡିଲେ ନାହିଁ

ଯୋଡ଼ା, ୫।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣି ଫାଟକ ସମ୍ମୁଖରେ ଜମିହରା ଅଧିବାସୀ ଗୁରୁବାର ଭୋରରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନେ ଖଣି ଫାଟକକୁ ବନ୍ଦ କରିବା ସହିତ ଧାରଣା ଦେଇଛନ୍ତି ା ଫଳରେ ଠିକା ଓ କମ୍ପାନୀ କର୍ମଚାରୀମାନେ ଭିତରକୁ ଯାଇ ନ ପାରି ଘରକୁ ଫେରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।
ଆନ୍ଦୋଳନରେ ସାମିଲ ଗ୍ରାମବାସୀ କହିଛନ୍ତି, ଦୀର୍ଘବର୍ଷ ହେବ ଟାଟାଷ୍ଟିଲ ଗ୍ରାମବାସୀଙ୍କ ଜମିରେ ଖନନ କରିଆସୁଥିଲେ ମଧ୍ୟ ଜମିହରାଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହିଁ ା କମ୍ପାନୀ ଗାଁ ରାସ୍ତାଘାଟ, ଶ୍ମଶାନ ଜମି, ଜଙ୍ଗଲ ପରି ସମସ୍ତ ଅଞ୍ଚଳ ନିଜ ଅଧୀନରେ ରଖିଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମି ଅଧିଗ୍ରହଣ ସମୟରେ ଟାଟା କମ୍ପାନୀ ପକ୍ଷରୁ ଗ୍ରାମବାସୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ ନିଜ ଲିଜ୍‌ ଅଞ୍ଚଳ କହି ସେହି ଜମିରେ ପାଚେରି ଘେରାଇଥିଲା। ଶ୍ମଶାନ ଜମିକୁ କମ୍ପାନୀ ନିଜ ଅକ୍ତିଆରକୁ ନେବା ଫଳରେ ଗ୍ରାମବାସୀ ମୃତଦେହ ସଂସ୍କାର କରିବାକୁ ସ୍ଥାନ ପାଉ ନାହାନ୍ତି ା ଦୀର୍ଘ ଦୁଇ ଦଶନ୍ଧି ଧରି କମ୍ପାନୀର ଏପରି କାର୍ଯ୍ୟକଳାପ ବିରୋଧରେ ତୀବ୍ର ଅସନ୍ତୋଷ ଲାଗି ରହିଛି ା ୨୦୦୦ ମସିହାରୁ ଜମିହରା ଗ୍ରାମବାସୀ ଖଣିରେ ଠିକା କମ୍ପାନୀରେ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି, ଟାଟା ଷ୍ଟିଲ ଡାକ୍ତରଖାନାରେ ମାଗଣା ଚିକିତ୍ସା ବ୍ୟବସ୍ଥା, ଚାଷ ଜମିର ପୁନରୁଦ୍ଧାର, କମ୍ପାନୀ ଜବରଦଖଲ କରିଥିବା ଶ୍ମଶାନ ଜମିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ଆଦି ଦାବି ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରିଛନ୍ତି ା ଏଥିସହିତ କେନ୍ଦୁଝର ଜିଲାପାଳ ଓ ଚମ୍ପୁଆ ଉପଜିଲାପାଳଙ୍କ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି ା ମାତ୍ର ଏ ଦିଗରେ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ମହିଳା ନେତ୍ରୀ ଉପମା ନାଏକ, ଅମୃତା ନାଏକ, ରୁକ୍ମଣୀ ବେହେରା ପ୍ରମୁଖ କହିଛନ୍ତି। ସେମାନେ ଆହୁରି କହିଛନ୍ତି, ଚାଷ ଜମିରେ ଧାନ ହୋଇଥିବା ବେଳେ ସେଠାରେ ଲୁହାପଥର ଗୁଣ୍ଡ ପକାଇ ପୋତି ଦିଆଯାଇ ଷ୍ଟକୟାର୍ଡ କରାଯାଇଛି ା ବସ୍ତିର ଶତାଧିକ ଏକର ଜମିକୁ ଟାଟା କମ୍ପାନୀ ନିଜ କାମରେ ବ୍ୟବହାର କରୁଛି ା ଅନ୍ୟପକ୍ଷେ ସ୍ଥାନୀୟ ଖଣିର ଲୁହାପଥରକୁ କମ୍ପାନୀ ଝାଡ଼ଖଣ୍ଡ ରାଜ୍ୟସ୍ଥିତ ଟାଟା ନଗର ଷ୍ଟିଲ ପ୍ଲାଣ୍ଟକୁ ପଠାଉଛି ା ହେଲେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ ା
ଆନ୍ଦୋଳନକାରୀ ଉପମା ନାଏକ କହିଛନ୍ତି, କମ୍ପାନୀ ଚାପରେ ଯଦି ପ୍ରଶାସନ ସେମାନଙ୍କୁ ଗିରଫ କରେ ତେବେ ଆମେ ଥାନା ଓ ଜେଲ୍‌ରେ ମଧ୍ୟ ଅନଶନ ଜାରି ରଖିବୁ ା ଏନେଇ ଟାଟା ଷ୍ଟିଲ ଖଣିର ବରିଷ୍ଠ ଅଧିକାରୀ ବିଜୟେନ୍ଦ୍ର ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ ା ଏନେଇ ବିଜୟେନ୍ଦ୍ରଙ୍କ ମତାମତ ମାଗିବାରୁ ସେ ଅଥରାଇଜ୍‌ଡ ପର୍ସନ ନୁହେଁ ବୋଲି କହି ଏହି ପ୍ରସଙ୍ଗରୁ ଏଡ଼ାଇ ଯାଇଛନ୍ତି। ଆନ୍ଦୋଳନକାରୀମାନେ କହିଛନ୍ତି, କେନ୍ଦୁଝର ଜିଲାର ଯୋଡା ଇଷ୍ଟ ଖଣିରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଅଞ୍ଚଳରୁ କିଛି ଦିନ ତଳେ କେତେଜଣ ଯୁବକଙ୍କୁ ଡ୍ରାଇଭର ଓ ଅନ୍ୟ ପଦବୀରେ ଚାକିରି ମିଳିଛି ା ହେଲେ ସ୍ଥାନୀୟ ବେକାର ଯୁବତୀ ଓ ଯୁବକଙ୍କୁ କମ୍ପାନୀ ନିଯୁକ୍ତି ଦେଉନାହିଁ ା
ପରବର୍ତ୍ତୀ ଖବର ଅନୁଯାୟୀ, ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଆନ୍ଦୋଳନକାରୀ ମହିଳା, ପୁରୁଷ ଏବଂ ବଡ଼ବିଲ ଏସ୍‌ଡିପିଓ, ତହସିଲଦାର, ଯୋଡ଼ା ଥାନା ଆଇଆଇସିଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ା ଶେଷରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ବାକ୍ଷର ହେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ା ଅଗଷ୍ଟ ୬ ତାରିଖ ଦିନ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri