ଟଳିନି ରାଜ୍ୟରେ ବନ୍ୟା ସ୍ଥିତି: ବହୁ ଲୋକ ଜଳବନ୍ଦୀ, ଆଜି ପ୍ରବଳ ବର୍ଷା

ଭୁବନେଶ୍ୱର, ୧୯ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ଟଳିଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିିଛି। ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଜିଲାର କିଛି ସ୍ଥାନରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରି ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନବିଲରେ ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଧାନ ଫସଲ ଉଜୁଡ଼ିବା ପରିସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ କଟକ ଜିଲାରେ ବନ୍ୟା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ସେହିପରି ବାଙ୍କୀ ଥାନା ଅନ୍ତର୍ଗତ ବରହମପୁରା ପଞ୍ଚାୟତ ହଳିଆ ସାହିର ବସନ୍ତ ସାମଲଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି। ରିପୋର୍ଟ ଅନୁସାରେ, ରବିବାର ସୁଦ୍ଧା ୧୪ ଜିଲାର ୫୧ ବ୍ଲକର ୨୦୯୧ ଗାଁ, ୯ ସହରାଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ୩ ଲକ୍ଷ ୩୨ ହଜାର ୬୮୨ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୯୨,୪୮୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୯୮ ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଅପରପକ୍ଷେ ରାଜସ୍ବ ବିଭାଗ ଶୁକ୍ରବାର ରିପୋର୍ଟ ଦେଇଥିଲା ଯେ, ରାଜ୍ୟର ୧୪ ଜିଲାରେ ୪୬ ବ୍ଲକର ୨୦୩୧ ଗାଁ ଓ ୯ ସହରାଞ୍ଚଳ ପ୍ରଭାବିତ ହୋଇଛି। ୩,୧୧,୯୩୧ଜଣ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୯୨,୩୧୭ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଗୋଟିଏ ଦିନ ପରେ ଆଉ ୫ ବ୍ଲକ, ୬୦ ଗାଁ ଓ ଅଧିକ ୨୦ହଜାର ୭୫୧ ଲୋକ ବନ୍ୟାରେ ପ୍ରଭାବିତ ହେଲେ। ତେଣୁ ବନ୍ୟା ପରିସ୍ଥିତି ଏବେ ବି ସଙ୍ଗିନ ଅଛି ବୋଲି ରିପୋର୍ଟରୁ ଜଣାପଡ଼ୁଛି। ସେପଟେ ବନ୍ୟାଞ୍ଚଳରେ ସଂକ୍ରାମକ ରୋଗ ବ୍ୟାପିବା ଆରମ୍ଭ କରିଥିବାରୁ ବିପନ୍ନଙ୍କ ଚିନ୍ତା ବଢ଼ିଛି।
ପୁରୀ ଜିଲାରେ ୭୯୧ ହେକ୍ଟର ଧାନଜମିରେ ପାଣି ମାଡ଼ି ଯାଇଛି। ସୋନପୁରରେ ୪ ବ୍ଲକ ଓ ୪୬ ଗାଁ ପ୍ରଭାବିତ ହୋଇଥିବାବେଳେ ସ୍ବାସ୍ଥ୍ୟ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଲୋକଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁ ସଂକ୍ରମଣର ଶିକାର ହେଲେଣି। ଏଥିପାଇଁ ୨ ମେଡିକାଲ ଟିମ୍‌ ଓ ଗୋଟିଏ ପ୍ରାଣୀ ଚିକିତ୍ସକ ଦଳ ନିୟୋଜିତ ରହିଛନ୍ତି। କଟକ ଜିଲାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫୫୦ଜଣ ଲୋକ ଓ ୪୮୦ ଗୃହପାଳିତ ପ୍ରାଣୀ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏଠାରେ ମଧ୍ୟ ସଂକ୍ରାମକ ରୋଗ ବ୍ୟାପିଥିବାରୁ ୨ଟି ମେଡିକାଲ ଟିମ୍‌ ଓ ଗୋଟିଏ ପ୍ରାଣୀ ଚିକିତ୍ସକ ଦଳକୁ ନିୟୋଜିତ କରାଯାଇଛି। ସେହିପରି ବଲାଙ୍ଗୀର ଜିଲାରେ ମଧ୍ୟ ୩ ମେଡିକାଲ ଟିମ୍‌ ନିୟୋଜିତ କରାଯାଇଛି। ବିପନ୍ନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏବେବି ୧୨ ଜିଲାରେ ୧୫ ଓଡ୍ରାଫ ଓ ଗୋଟିଏ ଏନ୍‌ଡିଆରଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି।

ଏପରିସ୍ଥଳେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲାରେ ପ୍ରବଳ ବର୍ଷା ହେବ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ସମେତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର ଓ ଭଦ୍ରକ ଜିଲାରେ ଝଡ଼ତୋଫାନ ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବର୍ଷା ଓ କାଳବୈଶାଖୀ ସୂଚନା ପାଇବା ପରେ ବନ୍ୟା ବିପନ୍ନଙ୍କ ନିଦ ହଜିଯାଇଛି। ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ଏବେ ବର୍ଷା ହେଲେ ବିପନ୍ନଙ୍କ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri