ଟଙ୍କତୋରାଣି ନାଁରେ ବିକ୍ରି ହେଉଛି ଦହିପାଣି

ପୁରୀ ଅଫିସ, ୧୮।୧୨:ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହୋଇଥାଏ ଟଙ୍କତୋରାଣି। ଦୀର୍ଘବର୍ଷ ଧରି ଏହା ବିକ୍ରି ହୋଇଆସୁଥିଲେ ମଧ୍ୟ ୨୦୧୭ରୁ ଏହା ବନ୍ଦ ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରି ବନ୍ଦ କରିଦେଇଛି। ହେଲେ ଟଙ୍କାତୋରାଣି ଭକ୍ତଙ୍କ ଭାବନା ସହ ଜଡ଼ିତ ହୋଇଥିବାରୁ ଏହାର ଫାଇଦା ଉଠାଉଛନ୍ତି କେତେଜଣ ଅଣସେବାୟତ। ଶ୍ରୀମନ୍ଦିର ବାହାରେ ଟଙ୍କାତୋରାଣି ନଁାରେ ବିକ୍ରି କରୁଛନ୍ତି ଦହିପାଣି। ମହାପ୍ରଭୁଙ୍କ ପ୍ରତି ବିଶ୍ୱାସ ଓ ଭକ୍ତି ରଖିଥିବା ଶ୍ରଦ୍ଧାଳୁ ଏହାକୁ ଟଙ୍କାତୋରାଣି ଭାବି ପିଉଛନ୍ତି।
ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆନନ୍ଦ ବଜାରକୁ ଯାଇଥାନ୍ତି। ମହାପ୍ରସାଦ ପାଇବା ସହ ଟଙ୍କତୋରାଣି ପିଇବାକୁ ଅନେକେ ଇଚ୍ଛା କରିଥାନ୍ତି। ଅବଢ଼ା, ପାଣି, ଦହି, ଲେମ୍ବୁ, ଲେମ୍ବୁପତ୍ର, ଆମ୍ବକଷିଆ ଅଦା, କଞ୍ଚାଲଙ୍କା, ଜିରାଗୁଣ୍ଡ, ଭୃସଙ୍ଗପତ୍ର ଆଦିରେ ଏହି ଟଙ୍କତୋରାଣି ପ୍ରସ୍ତୁତ କରିଥାନ୍ତି ସୁଆର ସେବକ। ଏହା ବହୁତ ସୁସ୍ବାଦୁ ଏବଂ ଦେହ ପାଇଁ ହିତକର ହୋଇଥାଏ। କିନ୍ତୁ ୨୦୧୭ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ଦୀର୍ଘବର୍ଷ ହେବ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଟଙ୍କାତୋରାଣି ଉପରେ କଟକଣା ଲଗାଇଥିଲା। ଏହା ଠିକ୍‌ ପରିବେଶରେ ପ୍ରସ୍ତୁତ ହେଉନାହିଁ ଏବଂ ବେଳେ ବେଳେ ବାସି ଟଙ୍କତୋରାଣି ବିକ୍ରି ଅଭିଯୋଗ ହେବା ପରେ ପ୍ରଶାସନ ଏହାର ବିକ୍ରିକୁ ବନ୍ଦ କରିଦେଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ବିଜ୍ଞପ୍ତି ଜାରି କରିବା ପରେ ଟଙ୍କତୋରାଣି ବିକୁଥିବା ସେବକ ଏହାକୁ ବିରୋଧ କରିଥିଲେ। ଟଙ୍କାତୋରାଣି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଥିବାବେଳେ କେଉଁ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ମାତ୍ର ଏହି ନିଷ୍ପତ୍ତି ଏ ପର୍ଯ୍ୟନ୍ତ କାଏମ ରହିଛି। ଏହାକୁ ପୁନଃ ଚାଲୁ କରିବା ଲାଗି ବିଭିନ୍ନ ସମୟରେ ପ୍ରତିବାଦ ହୋଇଛି। ଏମିତି କି ହାଇକୋର୍ଟ ପର୍ଯ୍ୟନ୍ତ କଥା ଯାଇଛି। କିନ୍ତୁ ଆନନ୍ଦ ବଜାରରେ ଏହା ବିକ୍ରି ହେଉ ନ ଥିବାବେଳେ ଏହାର ଫାଇଦା ନେଉଛନ୍ତି କେତେଜଣ ଅଣସେବକ। ମେଘନାଦ ପାଚେରି ବାହାରେ ବିଭିନ୍ନ ସ୍ଥାନରେ ବସି ଟଙ୍କତୋରାଣି ନଁାରେ ଦହିପାଣି ବିକ୍ରି କରୁଛନ୍ତି। ଶ୍ରଦ୍ଧାଳୁମାନେ ଏହାକୁ ପିଉଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ବନ୍ଦ କରାଯାଇଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହାକୁ ପ୍ରସ୍ତୁତ କରିବାରୁ ଏହି କଟକଣା ଲଗାଯାଇଛି। ମନ୍ଦିର ବାହାରେ ଯଦି କେହି କ’ଣ ବିକ୍ରି କରୁଛନ୍ତି ତାହା ଉପରେ କିଛି କହିହେବ ନାହିଁ। ସେମାନେ ଦହିପାଣିକୁ ଟଙ୍କାତୋରାଣି କହି ବିକ୍ରି କରୁଥିବାକୁ ଆମେ ପ୍ରମାଣ କରିପାରିବା ନାହିଁ। କିନ୍ତୁ ଭକ୍ତଙ୍କ ଭାବନା ସହିତ କେହି ଖେଳିବା ଠିକ୍‌ ନୁହେଁ ବୋଲି ନୀତି ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri