Posted inଖେଳ

ଟାଇଟଲ ବଜାୟ ଲକ୍ଷ୍ୟରେ ବେଙ୍ଗାଲୁରୁ ଏଫ୍‌ସି

ବେଙ୍ଗାଲୁରୁ, ୨୦ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଥମ ମ୍ୟାଚ ସୋମବାର ନର୍ଥଇଷ୍ଟ ୟୁନାଇଟେଡ୍‌ ବିପକ୍ଷରେ ଖେଳିବ। ଭାରତର ଘରୋଇ ଫୁଟ୍‌ବଲ ଇତିହାସରେ ସ୍ଥିର ପ୍ରଦର୍ଶନ କରିଆସୁଥିବା ଏହି ଦଳରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ସମେତ ଭାରତର ୫ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। କ୍ରମାଗତ ୩ଥର ଆଇ-ଲିଗ୍‌ ସଫଳତା ପରେ ଏହି ଦଳ ୨୦୧୭ରେ ଆଇଏସଏଲରେ ଯୋଗଦାନ କରିଛି। ପ୍ରତିଯୋଗିତାରେ ଦଳର ପ୍ରଦର୍ଶନ ଖୁବ୍‌ ଭଲ ରହି ଆସିଛି। ସ୍ପାନିଶ କୋଚ୍‌ ଅଲବର୍ଟ ରୋକାଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଥମ ସିଜନରେ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଦଳ ଲିଗ୍‌ ପର୍ଯ୍ୟାୟ ଷ୍ଟାଣ୍ଡିଂରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା, କିନ୍ତୁ ଫାଇନାଲରେ ଦୁର୍ଭାଗ୍ୟଜନକ ଭାବେ ଚେନ୍ନାଇନ୍‌ ଏଫ୍‌ସିଠାରୁ ହାରିଯାଇଥିଲା। ପରବର୍ତ୍ତୀ ସିଜନ ୨୦୧୮ରେ ଏଫ୍‌ସି ଗୋଆକୁ ପରାସ୍ତ କରି ବେଙ୍ଗାଲୁରୁ ଦଳ ଟାଇଟଲ ବିଜୟୀ ହୋଇଥିଲା। ଦଳ ୨୦୧୯ ସିଜନ ପାଇଁ ଏହାର ପ୍ରମୁଖ ଖେଳାଳିଙ୍କୁ ବଜାୟ ରଖିଥିବାବେଳେ କେତେଜଣ ନୂଆ ଖେଳାଳିଙ୍କୁ ଆଣିଛି। ସେମାନଙ୍କ ମଧ୍ୟରେ ଭାରତ ମିଡ୍‌ ଫିଲ୍ଡର ଆଶିକ୍‌ କୁରୁନିୟାନ ଅନ୍ୟତମ। ଛେତ୍ରୀ ଏବଂ ଉଦାନ୍ତ ସିଂ ପରେ କୁରୁନିୟାନଙ୍କ ଯୋଗଦାନ ଦ୍ୱାରା ଦଳ ଆଟାକିଂ ଲାଇନ୍‌ ଅଧିକ ଶକ୍ତିଶାଳୀ ହୋଇଛି। ଭାରତ ତରଫରୁ ଖେଳୁଥିବା ଗୁରପ୍ରୀତ ସିଂ ସାନ୍ଧୁ, ରାହୁଲ ଭେକେ ମଧ୍ୟ ଏହି ଦଳରେ ରହିଛନ୍ତି। ଗତ ସିଜନରେ ଦୁଇ ଲେଗ୍‌ ବିଶିଷ୍ଟ ପ୍ଲେ-ଅଫ୍‌ରେ ନର୍ଥ ଇଷ୍ଟ ୟୁନାଇଟେଡ୍‌କୁ ପରାସ୍ତ କରି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ତେବେ ସୋମବାର ମ୍ୟାଚରେ ଏହି ଦଳକୁ ହରାଇବା ସହଜ ହୋଇ ନ ପାରେ। ଗତ ସିଜନରେ ଖେଳିଥିବା କେତେଜଣ ପ୍ରମୁଖ ଖେଳାଳି ଦଳ ଛାଡ଼ି ଚାଲିଯାଇଥିଲେ ମଧ୍ୟ ନର୍ଥଇଷ୍ଟ ୟୁନାେଇଟେଡ୍‌ କେତେଜଣ ହାଇ ପ୍ରୋଫାଇଲ ଖେଳାଳିଙ୍କ ସହିତ ଚୁକ୍ତି କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଘାନାର ଆସାମୋଆ ଜ୍ଞାନ୍‌ ବେଙ୍ଗାଲୁରୁ ମୁଖ୍ୟ କୋଚ୍‌ କାର୍ଲସ କ୍ୱାଡ୍ରାଟ୍‌ କହିଛନ୍ତି, ଆଇଏସଏଲ ଏପର୍ଯ୍ୟନ୍ତ କୌଣସି ଦଳ ଟାଇଟଲ ବଜାୟ ରଖିବାରେ ସଫଳ ହୋଇ ନ ଥିବା ଦେଖା ଦେଖାଯାଇଛି। ତେଣୁ ପ୍ରଥମେ ପ୍ଲେ-ଅଫ୍‌ରେ ପ୍ରବେଶ ପ୍ରତି ଧ୍ୟାନ ଦେବାକୁ ମୁଁ ମୋ ଖେଳାଳିମାନଙ୍କୁ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ସୋମବାର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ସେମାବାର ଖେଳାଯିବାକୁ ଥିବା ମ୍ୟାଚରେ ତାଙ୍କ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବ ବୋଲି ନର୍ଥଇଷ୍ଟ ୟୁନାଇଟେଡର ନୂଆ କୋଚ୍‌ ରବର୍ଟ ଜାର୍ନି ଆଶା ପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri