ଝୁଲି ରହିଛି ୩ କଏଦୀଙ୍କ ଓଡ଼ିଶା ସ୍ଥାନାନ୍ତର ନିଷ୍ପତ୍ତି

ତ୍ରିନାଥ ମହାନ୍ତି
ଭୁବନେଶ୍ୱର, ୬ା୫(ବ୍ୟୁରୋ): କେତେକ ମାମଲାରେ ୩ଜଣ ଓଡ଼ିଆ କଏଦୀ ଏବେ ତାମିଲନାଡୁ ଜେଲରେ ଅଛନ୍ତି। ସେମାନେ ଓଡ଼ିଶା ସ୍ଥାନାନ୍ତର ପାଇଁ ବାରମ୍ବାର ଆବେଦନ କରି ନିରାଶ ହୋଇଛନ୍ତି। ଏପଟେ ଦୁଇବର୍ଷ ହେବ ଓଡ଼ିଶା ଜେଲ ବିଭାଗ ପକ୍ଷରୁ ତାମିଲ୍‌ନାଡୁ ଜେଲ ବିଭାଗକୁ ଅନେକଥର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ପ୍ରତ୍ୟୁତ୍ତର ମିଳିପାରୁନି। ଫଳରେ କଏଦୀ ସ୍ଥାନାନ୍ତର ନିଷ୍ପତ୍ତି ଝୁଲି ରହିଛି।
ସୂଚନାଯୋଗ୍ୟ, ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ହରସିଂପୁର ଗଁାର ଯତୀନ୍ଦ୍ର କୁମାର ବେହେରା ତାମିଲ୍‌ନାଡୁର ଚେନ୍ନାଇରେ ରହୁଥିବାବେଳେ ଏକ ଏସିଡ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୧୩ରୁ ସେ ମାଡ୍ରାସ ପୁଜଲ ସେଣ୍ଟ୍ରାଲ ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି। ପାରିବାରିକ ପରିସ୍ଥିତିକୁ ନେଇ ୨୦୧୭ରେ ସେ ଓଡ଼ିଶା ଜେଲକୁ ସ୍ଥାନାନ୍ତର ପାଇଁ ମାଡ୍ରାସ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ ଯେ, ଗାଁରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ୨୦୧୪ ଅଗଷ୍ଟ ୧୮ରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗଦେଇପାରି ନ ଥିଲେ। ଘରେ ଏକୁଟିଆ ଥିବା ୭୮ବର୍ଷୀୟା ମା’ ଅସୁସ୍ଥ ଅଛନ୍ତି। ସେ ତାଙ୍କୁ ଦେଖା କରିବାକୁ ତାମିଲନାଡୁ ଆସିପାରୁ ନାହାନ୍ତି କି ଦେଖାଶୁଣା କରିବା ପାଇଁ ମା’ଙ୍କ ପାଖରେ କେହି ନାହାନ୍ତି। ତେଣୁ ଓଡ଼ିଶାର ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଉ ବୋଲି ଯତୀନ୍ଦ୍ର କୋର୍ଟଙ୍କୁ ନିବେଦନ କରିଥିଲେ। ମାମଲାର ବିଚାର କରି ମାଡ୍ରାସ ହାଇକୋର୍ଟ ୩ ମାସ ମଧ୍ୟରେ ଯତୀନ୍ଦ୍ରଙ୍କ ସ୍ଥାନାନ୍ତର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ତାମିଲ୍‌ନାଡୁ ଜେଲ୍‌ ବିଭାଗକୁ ୨୦୧୯ ନଭେମ୍ବର ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଏହା ପୂର୍ବରୁ ଯତୀନ୍ଦ୍ରଙ୍କ ଭଳି ସେହି ଜେଲରେ ଥିବା ଅନ୍ୟ ଦୁଇ ଓଡ଼ିଆ କଏଦୀ ସତ୍ୟନାରାୟଣ ଗୁନାର ଓ ଅଜୟ କୁମାର ମଧ୍ୟ ଓଡ଼ିଶା ସ୍ଥାନାନ୍ତର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାମିଲନାଡୁ ଜେଲ ବିଭାଗ ୨୦୧୮ରେ ଓଡ଼ିଶା ଜେଲ ବିଭାଗ ଏବଂ ସଂଶୋଧନ ସେବା ନିର୍ଦ୍ଦେଶାଳୟକୁ ଚିଠି ମାଧ୍ୟମରେ ଏହି ୩ଜଣ ଦୋଷୀଙ୍କ ସ୍ଥାନାନ୍ତର ପାଇଁ ଅନୁମତି ଚାହିଁଥିଲେ। ଏହି ଆଧାରରେ ଓଡ଼ିଶା ଜେଲ ବିଭାଗ ସେହିବର୍ଷ ମେ ୩୧ରେ ତାମିଲନାଡୁ ଜେଲର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ମାମଲା ସଂକ୍ରାନ୍ତ କିଛି ଦଲିଲ ମାଗିଥିଲେ। ଏହାପରେ ମଧ୍ୟ ଓଡ଼ିଶା ଜେଲ ବିଭାଗ ଏକାଧିକ ଚିଠି କରିଛି, ହେଲେ ତାମିଲନାଡୁ ଜେଲ ବିଭାଗ ଆବଶ୍ୟକ ଦଲିଲ ପଠାଉ ନାହାନ୍ତି କି ପ୍ରତ୍ୟୁତ୍ତର ମଧ୍ୟ ଦେଉନାହାନ୍ତି। ଶେଷରେ ଓଡ଼ିଶା ଜେଲ କର୍ତ୍ତୃପକ୍ଷ ଗତ ଏପ୍ରିଲ ୩୦ରେ ପୁଣି ତାମିଲ୍‌ନାଡୁ ଜେଲ ବିଭାଗକୁ ଚିଠି ଲେଖିଛନ୍ତି।
ଯତୀନ୍ଦ୍ରଙ୍କ ଓକିଲ ଶୁଭଲକ୍ଷ୍ମୀ ସାମନ୍ତ କହିଛନ୍ତି, କୋର୍ଟ ଦେଇଥିବା ୩ମାସର ସମୟ ଅତିବାହିତ ହୋଇଯାଇଛି। ଓଡ଼ିଶା ଏବଂ ତାମିଲନାଡୁ ଜେଲ ବିଭାଗ କୋର୍ଟ ଅବମାନନା କରିଥିବାରୁ ପୁଣି କୋର୍ଟର ଆଶ୍ରୟ ନେବୁ। ମାନିବକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, କଏଦୀଙ୍କ ସ୍ଥାନାନ୍ତର ଏକ ଆଇନଗତ ଓ ମାନବିକ ଅଧିକାର। ତେଣୁ ମାଡ୍ରାସ ଜେଲରେ ପୀଡ଼ିତ ଓଡ଼ିଶାର କଏଦୀମାନେ ଟ୍ରାନ୍ସଫର ଅଫ ପ୍ରିଜନର୍ସ ଅଧିନିୟମର ଧାରା ୩ ଅନୁଯାୟୀ ଓଡ଼ିଶା ସ୍ଥାନାନ୍ତର ପାଇଁ ଅଧିକାର ପାଇଛନ୍ତି। ଏତେ ଦିନ ଧରି ଆବେଦନ ପକାଇ ରଖିବା ସେମାନଙ୍କ ମାନବିକ ଅଧିକାର ଉଲ୍ଲଂଘନ।
ଏ ନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ, ଆମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରି ତାମିଲନାଡୁ ଜେଲ ବିଭାଗକୁ ଚିଠି ଲେଖିଛୁ। ଆଶା କରୁଛୁ ଖୁବ୍‌ଶୀଘ୍ର ଏହି ୩କଏଦୀଙ୍କ ସ୍ଥାନାନ୍ତର ସଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri