ଝି’ପୁଓର ପାଠ୍‌ପଢ଼ା ଲାଗି ଭିଖ୍‌ ମାଗୁଛନ୍‌ ବାପା

ଅତାବିରା, ୧୮।୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଶିକ୍ଷାରେ ସଂସ୍କାର ଆନବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। କେନ୍‌ଥେଇ ସଭେ ସୁବିଧାରେ ଭଲ ପାଠ୍‌ ପଢ଼ିପାରବେ ସେଥିର ଲାଗି ବେବସ୍‌ତା କରୁଛନ୍‌। ହେଲେ ଆଏଜ୍‌ ବି ଆମର ସମାଜରେ ଏନ୍‌ତା ଗରିବ୍‌ ଦୁଖି ଅଛନ୍‌ ଯେନ୍‌ମାନେ ଅନେକ କାରନ୍‌ରୁ ଛୁଆପିଲାକୁ ପାଠ୍‌ ପଢ଼େଇ ନାଇଁ ପାରବାର। ଆଏଜ୍‌କାଲି ସବୁ ମା’ବାପ୍‌ ପାଠ୍‌ପଢ଼ାର ଗୁରୁତ୍‌କେ ବୁଝୁଛନ୍‌। ସେମାନେ ନିଜେ ନାନା ଦୁଖ୍‌ ଯାତନା ଭୁଗି ପିଲାଛୁଆକୁ ପାଠ୍‌ ଦୁଇ ଅଖର ପଢ଼େଇ ମୁନୁଷ୍‌ କରବାର ଚେଷ୍‌ଟା କରୁଛନ୍‌। ଏନ୍‌ତା ଗୁଟେ ହୁରୁଦ୍‌ ତରଲି ଗଲା ଲେଖେଁ ଘଟ୍‌ନା ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ।
ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଅଧୀନ ବେତରାପଡ଼ାର ମୂଲ ବାସିନ୍‌ଦା ହେଉଛନ୍‌ ବୈକୁଣ୍ଠ ନାଏକ(୬୦)। ପରିବାର କହେଲେ ମାଏକିନା, ଝି’ ତ୍ରିଲୋଚନା(୧୬) ଆର ପୁଓ ବୀରେନ୍ଦ୍ର(୧୧)କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଗୋଲାପଡ଼ାରେ ଝନ୍‌କର ଜାଗାଥି କୁରିଆଟେ କରି କୁଟୁମବସିଆ ଆଶ୍‌ରେ ନେଇଛନ୍‌। ଇଆଡ଼େ ବୈକୁଣ୍ଠକଁର ମାଏକିନା ଝନେ ମାନ୍‌ସିକ ରୁଗୀ। ସେନ୍‌ତା ବଛର କେତେଟା ତଲେ ବୈକୁଣ୍ଠ ଗଛୁପଡ଼ି ଅଦରବା ହେଇଯାଇଛନ୍‌। ଏନ୍‌ତାଥି ଯୁକ୍ତ ଦୁଇ ପହେଲା ବଛର ପଢ଼ି ସାରିଥିବାର ଝି’ ତ୍ରିଲୋଚନା ଆର ଷଷ୍ଠ ଶ୍ରେଣୀଥି ପଢ଼ୁଥିବାର ପୁଓ ବୀରେନ୍ଦ୍ରର ପାଠ୍‌ପଢ଼ା ଚିନ୍‌ତା ତାହାକୁ ଘାରୁଛେ। ଇଆଡ଼େ ଅଭାବ ଅନାଟନ ଲାଗି ବୈକୁଣ୍ଠ ଝି’ପୁଓର ପାଠ୍‌ପଢ଼ା ଖରଚ୍‌ ତୁଲାବାକେ ସକ୍ଷମ ହେଇ ନାଇଁପାରବାର। ଯେନ୍‌ଥିରଲାଗି ବୈକୁଣ୍ଠ ବୁଧୁବାର ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାରେ ଝି’ର ପାଠ୍‌ପଢ଼ା ପରମାନପତର ଧରି ଘର ଘର ବୁଲି ଲୁକ୍‌କୁ ଭିଖ୍‌ ମାଗୁଥିଲାବେଲେ ଥାନୀୟ ଧରିତ୍ରୀ ପରତିନିଧି ତାହାକୁ ଭେଟିଥିଲେ। ପରତିନିଧି ବୈକୁଣ୍ଠକୁଁ ତାକର ଦୁଖ୍‌ ଦୁରଦଶା ବାବ୍‌ଦେ ପଚାରି ବୁଝିଥିଲେ। ବୈକୁଣ୍ଠକଁର କହେବାର ହେଲା ସେ ଝି’ପୁଓର ପାଠ୍‌ପଢ଼ା ଲାଗି ଭିନେ ଭିନେ ସମିଆରେ ନେତା, ମନ୍ତ୍ରୀ, ସରକାରୀ ଅଧ୍‌କାରୀମାନକୁ ଭେଟି ନିରାଶ ହେଇଛନ୍‌। ଏନ୍‌ତାକି ଝି’ ମାଟ୍ରିକ ପାସ୍‌ କଲା ଉତାରୁ କଲେଜରେ ନଁା ଲେଖାବାର ଲାଗି ବୈକୁଣ୍ଠ ଜିଲାର ଝନେ ଟାନୁଆ ନେତାକୁ ଗୁହାରି କରିଥିଲେ। ହେଲେ ସେ ମୁଇଁ ତମର ନେତା ନୁହେ, ତମର ବିଧାୟକକେ ଗୁହାରି କର ବଲି ରୋକ୍‌ଠୋକ୍‌ ମନା କରିଥିଲେ। ହେଲେ ଦୁଖର କଥା ମୁଇଁ ଆଏଜ୍‌ତକ ଥାନୀୟ ବିଧାୟକ୍‌କୁଁ ନାଇଁ ଭେଟି ପାରି ବଲି ସେ କହିଛନ୍‌। ଗଲା ବଛର କଲେଜରେ ଝି’ର ନଁା ଲେଖା ଲାଗି ଅନେକ ଲୁକ୍‌କରନୁ ସାହାଯ୍‌ ମାଗିଛେଁ। ବିନିକାର ପୂରବର ବିଡିଓ ୧ ହଜାର ଟଁକା ଦେଇଥିଲାବେଲେ ସୋନପୁରର ଜୟନାରାୟଣ ନେଗୀ, ଚୂଡ଼ାମଣି ନାୟକକଁର ଲେଖେଁ କେତେ ସହୁରୁଦ୍‌ ଲୋକ୍‌ ସାହାଯ୍‌ ଦେଇଥିଲେ। ସେ ଟଁକାରେ ମୁଇଁ ଝି’ର ନଁା ବୌଦ୍ଧ ଜିଲା ବାଉଁଶୁଣୀ କଲେଜରେ ଲେଖେଇଥିଲି। ହେଲେ ଏହେଦେ ଝି’ର ନଁା ଯୁକ୍ତ ଦୁଇ ଦୁତୀଅ ବଛରରେ ଲେଖାବାକେ ପଡ଼ବା। ସେଥିରଲାଗି ଗଁା ଗଁା ବୁଲି ଭିଖ୍‌ ମାଗି ପଏସା ଠୁଲଉଛେଁ ଆଗିଅଁା ବଲି ସେ କହିଥିଲେ। ସରକାର ଶିକ୍ଷାର ପରଚାର ପରସାର, ସଂସ୍କାର ଲାଗି ଯୋଜନା ଉପରେ ଯୋଜନା କରୁଛନ୍‌। ହେଲେ ଆମର ରାଏଜେ ଆଏଜ୍‌ବି ଅନେକ ବୈକୁଣ୍ଠ ଅଛନ୍‌ ଯେନ୍‌ମାନେ ଅଭାବ ଅନାଟନ ଲାଗି ନିଜର ପିଲାଛୁଆକୁ ପାଠ୍‌ ପଢ଼େଇ ନାଇଁ ପାରବାର। ସୁବର୍ଣ୍ଣପୁର ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ତ୍ରିଲୋଚନାର ପାଠ୍‌ପଢ଼ା ଖରଚ୍‌ ତୁଲାବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri