Posted inଫୁରସତ

ଝିଅ ବିବାହ ପୂର୍ବରୁ ବାପାଙ୍କୁ ମୃତ ଘୋଷଣା କଲେ ଡାକ୍ତର: ବିଦା ପରେ ଜୀବନ ଫେରିଲା

କୌଣସି ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ପୁଣି ଥରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ଚାଲିବା ଘଟଣା ଆମେ ବହୁବାର ଶୁଣିବାକୁ ପାଇଛୁ। ମାତ୍ର କୌଣସି ବ୍ୟକ୍ତି ମରିବାର କିଛି ସମୟ ପରେ ପୁଣିଥରେ ଜୀବିତ ହୋଇଯିବା ଅସମ୍ଭବ କଥା। ଉତ୍ତରପ୍ରଦେଶର ରାମପୁରରେ ଏମିତି ଏକ ଘଟଣା ସମ୍ମୁଖକୁ ଆସିଛି। ରାମପୁରର ନୌଖରୀଦ ଗ୍ରାମରେ ଭାଗମଲ ସିଂହ(୫୦)ଙ୍କ ଝିଅ ରାଧିକାଙ୍କ ବିବାହ ପଡ଼ୋଶୀ ଗ୍ରାମର ପୁଅ ସହ ଠିକ୍‌ ହେଲା। ପୁଅଘର ଲୋକେ ବରଯାତ୍ରୀ ସହ ଝିଅଘରେ ପହଞ୍ଚିବା ପରେ ହଠାତ୍‌ ଭାଗମଲଙ୍କ ସ୍ବାସ୍ଥ୍ୟ ଖରାପ ହୋଇଗଲା। ଗାଁ ଡାକ୍ତରଙ୍କ ନିକଟକୁ ତାଙ୍କୁ ନିଆଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ପରିବାର ଲୋକେ ଝିଅକୁ କିଛି ନ ଜଣାଇ ତାଙ୍କୁ ବିଦା କରିଦେଲେ। ଏହା ପରେ ଭାଗମଲଙ୍କ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରାଗଲା। ଆଶ୍ଚର୍ଯ୍ୟର କଥା, ଠିକ୍‌ ଏହି ସମୟରେ ଭାଗମଲ ପ୍ରଶ୍ୱାସ ନେବା ସହ ଉଠି ବସି ପଡ଼ିଲେ। ପରିବାର ଲୋକେ ଏହା ଦେଖି ତାଙ୍କୁ କାଶୀପୁର ଉତ୍ତରାଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ତେବେ ଡାକ୍ତରଙ୍କ କହିବା କଥା, ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ବିଶେଷ ଅଗ୍ରଓ୍ବାଲଙ୍କ କହିବା ଅନୁସାରେ ଏପରି ଘଟଣା ଘଟିବା ପରେ କେହି ଜୀବିତ ହୋଇ ନ ଥାଆନ୍ତି। ଝିଅର ବିବାହ କାମ କରି ସେ ଥକି ପଡ଼ିଥିବେ। ମାନସିକ ଚିନ୍ତାରେ ମଧ୍ୟ ଥାଇପାରନ୍ତି। ଆରାମ କରିବାକୁ ସମୟ ନ ମିଳିବାରୁ ସେ ସଂଜ୍ଞାହୀନ ହୋଇଗଲେ ଏବଂ ତାଙ୍କ ଶରୀର ମୃତପ୍ରାୟ ନିଶ୍ଚଳ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମର ପାଠପଢାଇ ଫସିଲେ ବିଜ୍ଞାନ ଶିକ୍ଷକ: ସ୍କୁଲ ଫାଟକରେ ତାଲା, ଥାନାରେ ପହଞ୍ଚିଲା ମାମଲା…

ଦେବଗଡ,୧୩।୨(ଶଶାଙ୍କ ଶେଖର ଝାଙ୍କର): ସ୍କୁଲ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର। କୁଣ୍ଢେଇଗୋଳା ହାଇସ୍କୁଲ ଶିକ୍ଷକ ତପନ ମିଶ୍ର ଥାନାରେ ଅଟକ। ଛାତ୍ରୀଙ୍କ ମା’ ଦେଇଥିବା ଅଭିଯୋଗ…

୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଲେଣି ପୂର୍ବତନ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହେଲା ଯାଞ୍ଚ

ଇସଲାମାବାଦ,୧୩।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୋଟିଏ ଆଖିରେ ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ପରେ ଏହା…

IPL ପୂର୍ବରୁ RCBକୁ ମିଳିଲା ବଡ଼ ଖୁସି ଖବର: ଏଥର…

ନୂଆଦିଲ୍ଲୀ,୧୩।୨: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ RCBକୁ ମିଳିଛି ଖୁସି ଖବର। କର୍ନାଟକ ସରକାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ୍‌ର ହୋମ ଗ୍ରାଉଣ୍ଡ ଏମ.…

ଟିମ ଇଣ୍ଡିଆ ପାଇଁ ବିପଦ ସୃଷ୍ଟି କରିବେ ଏହି ପାକିସ୍ତାନୀ ଖେଳାଳି! IND vs PAK ମ୍ୟାଚ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୧୩।୨: ୨୦୨୬ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛି। ନାମ୍ବିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ୯୬ ରନର ବିଶାଳ ବ୍ୟବଧାନରେ…

କଲେଜ ପାଇଁ ଗୌରବ ଆଣିଲେ ଏନ୍‌ସିସି ନାଭାଲ ଓ୍ବିଙ୍ଗର କ୍ୟାଡେଟ୍‌ ହିମେଶ

ଭଞ୍ଜନଗର,୧୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ନାଭାଲ ଓ୍ବିଙ୍ଗ୍‌ର କ୍ୟାଡେଟ ହିମେଶ କୁମାର ଜେନା ଗତ ସାଧାରଣତନ୍ତ୍ର ଦିବସରେ…

ଗାଁରେ ଦନ୍ତା ଆତଙ୍କ, ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ଜଣଙ୍କୁ ଦଳିଦେଲା

ରାଞ୍ଚି,୧୩।୨: ଝାଡ଼ଖଣ୍ଡ ହଜାରିବାଗ ଜିଲା ଗଣ୍ଡୱାର ଗାଁରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।…

ତାରିକ ରହମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କଲାଣି ପାକିସ୍ତାନ ସହ ଆମେରିକା

ଢାକା,୧୩।୨: ବାଂଲାଦେଶ ନିର୍ବାଚନରେ ବିଏନପିର ବିପୁଳ ବିଜୟ ପରେ, ବିଶ୍ୱର ଧ୍ୟାନ ଢାକା ଉପରେ କେନ୍ଦ୍ରିତ। ତାରିକ ରହମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏହି ସମୟରେ,…

ବାଡ଼ିରେ କାମ କରୁଥିଲେ ଚାଷୀ, ହଠାତ୍‌ ପଛପଟୁ ଆସି ଦଳିଦେଲା ହାତୀ

ଭବାନୀପାଟଣା,୧୩ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡ଼ା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri