ଝିଅର ଆର୍‌ଟିଆଇ ତଥ୍ୟ ମା’ହତ୍ୟା ଘଟଣାର ଗୁମର ଖୋଲିଲା: ୮ ବର୍ଷ ପରେ ଖପୁରି ଉଦ୍ଧାର

ସମ୍ବଲପୁର, ୨୭।୭ (ବ୍ୟୁରୋ): ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ପିଏଚ୍‌ଡି କରୁଥିବା ଜଣେ ଛାତ୍ରୀ ସୂଚନା ଆଇନ ବଳରେ ତାଙ୍କ ମା’ଙ୍କ ନିଖୋଜ ନେଇ ଡିଜି ଅଫିସରୁ ତଥ୍ୟ ମାଗିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ସମ୍ବଲପୁର ସହର ନନ୍ଦପଡାର ଜୟଶ୍ରୀ ମିଶ୍ର ନିଖୋଜ ନ ଥିଲେ, ତାଙ୍କୁ ହତ୍ୟାକରି ପୋତି ଦିଆଯାଇଥିବା ଜଣାପଡ଼ିଛି। ଶୁକ୍ରବାର ବୁର୍ଲା ଥାନା ବଡସିଙ୍ଘାରି ଗାଁରୁ ମୃତାଙ୍କ ଖପୁରୀ ଓ ହାଡ ଆଦି ଦେହାବଶେଷକୁ ପୋଲିସ ଜବତ କରିଛି। ଜୟଶ୍ରୀଙ୍କ ସମ୍ପର୍କୀୟ ଭିଣୋଇ ତଥା ଅଭିଯୁକ୍ତ ବଡସିଙ୍ଘାରି ଗ୍ରାମର ବସନ୍ତ ପଣ୍ଡାଙ୍କୁ ପୋଲିସ ରିମାଣ୍ଡରେ ଆଣି ଘଟଣାସ୍ଥଳକୁ ନେଇଥିଲା। ତାଙ୍କ ଉପସ୍ଥିତିରେ ଜେସିବିରେ ମାଟି ଖୋଳା ହୋଇଥିଲା। ସେହିପରି ଜୟଶ୍ରୀଙ୍କୁ ପୋତିବା ସମୟରେ ମାଟି ଖୋଳିବା ପାଇଁ ସହଯୋଗ କରିଥିବା ସେହି ଗ୍ରାମର ଚୈତନ୍ୟ କୁଅଁରଙ୍କୁ ମଧ୍ୟ ପୋଲିସ ସେଠାକୁ ନେଇଥିଲେ । ପ୍ରାୟ ୪ ଘଣ୍ଟା ପରେ ଖପୁରୀ ଓ ଅଣ୍ଟା ହାଡର
କିଛି ଅଂଶକୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ଫରେନସିକ୍‌ ଟିମ୍‌ ଓ ଜୟଶ୍ରୀଙ୍କ ଝିଅ ଅଭିଯୋଗକାରିଣୀ ବିଜୟିନୀ ମିଶ୍ର ଉପସ୍ଥିତ ଥିଲେ। ଫରେନସିକ ଯାଞ୍ଚ ପରେ ଡିଏନଏ ଟେଷ୍ଟ ପାଇଁ ଏସବୁ ଦେହାବଶେଷକୁ ପଠାଯିବ। ଡିଏନଏ ଟେଷ୍ଟ ପରେ ଉଦ୍ଧାର ହାଡ ଜୟଶ୍ରୀଙ୍କର କିମ୍ବା ଆଉ କାହାର ତାହାର ପ୍ରମାଣ ମିଳିବ ବୋଲି ସମ୍ବଲପୁର ସଦର ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା ସୂଚନା ଦେଇଛନ୍ତି । ତେବେ ଏହି ହତ୍ୟା ଘଟଣାରେ ଚୈତନ୍ୟଙ୍କ କୌଣସି ସମ୍ପୃକ୍ତି ନାହିଁ । ଚୈତନ୍ୟ ଅଭିଯୁକ୍ତ ବସନ୍ତଙ୍କ ଘରେ ସେ ସମୟରେ ମଜୁରିଆ ଭାବେ କାମ କରୁଥିଲେ। ତାଙ୍କୁ ମୂଲ୍ୟବାନ ପଥର ଖୋଜିବାକୁ ଅଛି କହି ଅଭିଯୁକ୍ତ ବସନ୍ତ ଗାତ ଖୋଳାଇ ଥିଲେ । ହେଲେ କୌଣସି ପଥର ନ ମିଳିବାରୁ ଚୈତନ୍ୟଙ୍କୁ ୨ଶହ ଟଙ୍କା ମଜୁରୀ ଦେଇଥିଲେ। ସେ ଗାତ ଖୋଳି ଚାଲି ଯାଇଥିଲେ। ଦୁଇ ଦିନ ପରେ ରତ୍ନପଥର ପାଇବା ଲୋଭରେ ଚୈତନ୍ୟ ସେହି ସ୍ଥାନକୁ ଆସି ଗାତ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ପରେ ସେ ମାଟି ଖୋଳିବାରୁ ଗାତରେ ଜଣେ ମହିଳାଙ୍କ ମୃତଦେହ ପୋତା ଯାଇଥିବା ଦେଖି ବସନ୍ତଙ୍କୁ ପଚାରିଥିଲେ । ହେଲେ ବସନ୍ତ ତାଙ୍କୁ ଧମକ ଦେଇ ଚୁପ୍‌ ରହିବାକୁ କହିଥିଲେ ବୋଲି ଏସଡିପିଓ ଉଦ୍‌ଗାତା କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୧ ନଭେମ୍ବର ୧୧ ତାରିଖରେ ବଡ଼ଝିଅ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିବା ପାଇଁ ଜୟଶ୍ରୀ ବଡ଼ସିଂହାରୀ ଗ୍ରାମର ତାଙ୍କ ସମ୍ପର୍କୀୟ ଭିଣୋଇ ବସନ୍ତଙ୍କ ଘରକୁ ଯାଇଥିଲେ । ହେଲେ ସେହି ଦିନରୁ ସେ ଆଉ ଫେରି ନଥିଲେ । ଏ ନେଇ ଝିଅ ବିଜୟିନୀ ୨ ଦିନ ପରେ ସମ୍ବଲପୁର ଟାଉନ ଥାନାରେ ତାଙ୍କ ମା’ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଏହାର କିଛିଦିନ ପରେ ସେ ପୁଣି ଆଉ ଥରେ ଥାନାକୁ ଯାଇ ତାଙ୍କ ମା’ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ବସନ୍ତ ୧ ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ମା’ଙ୍କଠାରୁ ଧାର ସୂତ୍ରରେ ନେଇଥିଲେ। ହେଲେ ଫେରାଉ ନ ଥିଲେ। ଏହି ଟଙ୍କା ଫେରି ପାଇବାକୁ ମା’ ବାରମ୍ବାର ତାଙ୍କୁ ମାଗୁଥିଲେ । ଏହି ଘଟଣା ହତ୍ୟାର କାରଣ ହୋଇଥାଇ ପାରେ ବୋଲି ବିଜୟିନୀ ପୋଲିସକୁ କହିଥିଲେ। ହେଲେ ସେ ସମୟରେ ପୋଲିସ ତାଙ୍କ କଥାକୁ ଗୁରୁତ୍ୱ ନ ଦେଇ ଫେରାଇ ଦେଇଥିଲା। ଘଟଣାର ୮ ବର୍ଷ ପରେ ବିଜୟିନୀ ଶେଷରେ ଗତ ଏପ୍ରିଲ ୨୨ରେ ପୋଲିସ ଡିଜିଙ୍କ କାର୍ଯ୍ୟାଳୟକୁ ସମ୍ବଲପୁର ଟାଉନ ଥାନାରେ ହୋଇଥିବା ମାମଲାର ସ୍ଥିତି ବିଷୟରେ ଆରଟିଆଇରେ ତଥ୍ୟ ମାଗିଥିଲେ । ଡିଜି ଅଫିସ ଏହାକୁ ଗୁରୁତର ସହ ନେଇ ରିପୋର୍ଟ ଦେବା ପାଇଁ ସମ୍ବଲପୁର ଏସପିଙ୍କ ପାଖକୁ ନିର୍ଦ୍ଦେଶ ଆସିଥିଲା। ଏସପି ଅଫିସ ଚିଠି ପାଇବା ପରେ ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଏସ୍‌ଡିପିଓ ଉଦ୍‌ଗାତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପୋଲିସ ଏକ ଟିମ୍‌ ଗଠନ କରି ହତ୍ୟା ଅଭିଯୋଗ ଉପରେ ତଦନ୍ତ କରିଥିଲା। ଅଭିଯୁକ୍ତ ବସନ୍ତଙ୍କୁ ଯୁଯୁମୁରାରୁ ପୋଲିସ ଗତ ୨୦ ତାରିଖ ରାତିରେ ଗିରଫ କରିଥିଲା। ୨୦୧୧ରେ ହୋଇଥିବା ନିଖୋଜ ମାମଲାକୁ ଗତ ଜୁଲାଇ ୨୧ ତାରିଖରେ ପୋଲିସ ହତ୍ୟା ମାମଲା (ନଂ.୨୮୯/୧୯)କୁ ପରିବର୍ତ୍ତନ କରିଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ବସନ୍ତ ପ୍ରଥମେ ୨ ବର୍ଷ ପାଇଁ ହରିଦ୍ୱାର ପଳାଇଥିଲେ। ସେଠାରୁ ଫେରି ନିଜ ଗାଁରେ ନ ରହି ଯୁଯୁମୁରାରେ ଏକ ଘର ଭଡା ନେଇଥିଲେ । ସେଠାକାର ଏକ ମନ୍ଦିରରେ ପୂଜାପାଠ କରିବା ସହ ଏକ ଟ୍ରାକ୍ଟର ରଖି ରୋଜଗାର କରୁଥିଲେ।
ଏ ସମ୍ପର୍କରେ ବିଜୟିନୀ କହିଛନ୍ତି, ଆଗକୁ ଏହି ମାମଲାରେ ପୋଲିସ ଲକ୍ଷ୍ୟଚୁତ ନ ହୋଇ ଠିକ୍‌ ଭାବେ କିପରି ତଦନ୍ତ କରିବ ଓ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ମିଳିବ ସେଥିପାଇଁ ସେ ପୋଲିସ ଡିଜିଙ୍କୁ ଭେଟି ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri