ଝାରସୁଗୁଡ଼ାରୁ କୋଲକାତା ଉଡ଼ିଲା ବିମାନ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସୋମବାର କୋଲକାତାକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏଲାଏନ୍ସ ଏୟାର୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ବିମାନଟି କୋଲକାତାରୁ ପୂର୍ବାହ୍ନ ୧୧ଟା ୪୫ରୁ ଛାଡ଼ି ଝାରସୁଗୁଡ଼ାରେ ଅପରାହ୍ନ ୧ଟା ୧୫ରେ ପହଞ୍ଚତ୍ବାର ଥିଲା ଏବଂ ପୁଣି ଝାରସୁଗୁଡ଼ାରୁ ଅପରାହ୍ନ ୧ଟା ୪୫ରେ କୋଲକାତା ଅଭିମୁଖେ ଉଡ଼ାଣ କରିବାର ଥିଲା। କିନ୍ତୁ ସୋମବାର ଝାରସୁଗୁଡ଼ାରେ ମଧ୍ୟାହ୍ନ ୧୨ଟା ୫୦ମିନିଟ୍‌ରେ ପହଞ୍ଚତ୍ଥିବାବେଳେ ଅପରାହ୍ନ ୧ଟା ୨୫ମିନିଟ୍‌ରେ କୋଲକାତା ଅଭିମୁଖେ ଉଡ଼ାଣ କରିଥିଲା। ପ୍ରଥମ ଦିନରେ ବିମାନଟି କୋଲକାତାରୁ ୧୬ଜଣ ଯାତ୍ରୀଙ୍କୁ ନେଇ ଆସିଥିବା ଏବଂ ଝାରସୁଗୁଡ଼ାରୁ ୨୫ଜଣ ଯାତ୍ରା କରିଥିବା ସୂଚନା ମିଳିଛି। ଏହି ବିମାନ ସେବା ଆରମ୍ଭ ହେବା ଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏଲାଏନ୍ସ ଏୟାର୍‌ ଝାରସୁଗୁଡ଼ାରୁ ଭାୟା ରାୟପୁର ହୋଇ କୋଲକାତା ଉଡ଼ାଣ କରୁଥିଲା। ଉଲ୍ଲେଖଯୋଗ୍ୟ, ଏହି ବିମାନଟି କେବଳ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ସୀମିତ ହୋଇ ରହିବ ନାହିଁ। ବିମାନଟି ଆସନ୍ତା ୩୧ତାରିଖରୁ ବାରାଣସୀ ପର୍ଯ୍ୟନ୍ତ ଯିବ। ତେଣୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସମୟରେ ଚାଲିବାକୁ ଥିବା ବେଳେ ୩୧ତାରିଖରୁ ଅନ୍ୟ ଏକ ସମୟ ସାରଣୀରେ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଦୁଇ ସୁନା ବ୍ୟବସାୟୀ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୁଇ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ଶନିବାର ପଚରାଉଚରା କରିଛି ଇଡି। ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ...

ବଢ଼ୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨।୫(ବ୍ୟୁରୋ): ଆସନ୍ତା ୬ ତାରିଖରେ ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି।...

କରଞ୍ଜିଆ ଜେଲ୍‌ରୁ ଫେରାରଥିବା ଆସାମୀ ଗିରଫ 

କାଳିଆପାଣି,୨୬|୬(ଡି.ଏନ୍‌.ଏ.)- କରଞ୍ଜିଆ ଜେଲରୁ ଫେରାର ଥିବା ଆସାମୀଙ୍କୁ ମଙ୍ଗଳବାର କାଳିଆପାଣି ପୋଲିସ କାବୁକରି ଥାନାରେ ଅଟକ ରଖିଛି। ଆସାମୀ ଜଣଙ୍କ କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହି...

ଶିଖରଚଣ୍ଡୀ ପାହାଡରେ ନିଆଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ରେ ରବିବାର ନିଆଁ ଲାଗିଛି। ପାହାଡ଼ର ଏକାଧିକ ସ୍ଥାନକୁ ନିଆଁ ବ୍ୟାପିଯିବାରୁ ଏହା ମଧ୍ୟରେ ଥିବା ଏକ ହାତୀ ପ୍ରାୟ ୮ ଘଣ୍ଟା...

୫ ଜିଲାରେ ଉଜାଡ଼ିବ ଜଙ୍ଗଲ, ଚାଷ

କଟକ ଅଫିସ,୩ା୬: ପାକିସ୍ତାନୀ ପଙ୍ଗପାଳ ଏବେ ଛତିଶଗଡ଼ରେ ଉପଦ୍ରବ ଚଳାଇଛି। କିନ୍ତୁ ଓଡ଼ିଶାରେ ସେମାନଙ୍କ ଆଗମନ ସୂଚନା ପାଇବା ପରେ ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀଙ୍କ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା...

ବର୍ଷା ଛାଡ଼ିଲା: ତିନି ଦିନ କୁହୁଡ଼ି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ଆଉ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ,...

ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ...

Advertisement
Archives

Model This Week