ଝାରସୁଗଡ଼ାରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଗୁରୁତର

ଝାରସୁଗୁଡ଼ା ଅଫିସ/ଲଖନପୁର,୧୪।୯(ଡି.ଏନ୍‌.ଏ): ଝାରସୁଗଡ଼ା ଜିଲାର ବ୍ରଜରାଜନଗର ଛୁଆଲିବେରନାଠାରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ୩ ଟି ଗୁଳି ଜବତ ହୋଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଛୁଆଲିବେରନା ରାସ୍ତାରେ ଯାଉଥିବା ସମୟରେ ସ୍ବତନ୍ତ୍ର ପୋଲିସ୍‌ ଟିମ୍‌ ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା। ବିନୋଦଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ବେଳେ ସେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସହଯୋଗୀ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରୁ ଫେରି ଗାଁ ମୁଣ୍ଡ ତମ୍ବୁରେ ରହିଲେ ୧୨ ଯୁବକ

ଭବାନୀପାଟଣା, ୨୮।୩ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର କୁମ୍ଭାରପିପଲଗୁଡାର ୧୨ ଜଣ ଯୁବକ ଗାଁକୁ ଫେରିଛନ୍ତି। ହେଲେ ଏମାନେ ଘରକୁ...

କୋନାବିରା ଅଞ୍ଚଳରେ ୨୨ ହାତୀ

କୋମନା,୩୧।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ହାତୀ ପୁଣି ଥରେ ପ୍ରବେଶ କରି ତିଖାଳି ଡ୍ୟାମ ଭିତରେ ଆଡ୍ଡା ଜମାଇଛି । ଫଳରେ...

ସଫଳତା ପଥେ ଦୁଇ ଭଉଣୀ

ଖଣ୍ଡପଡା,୧୩।୧୦(ସ୍ବ.ପ୍ର.)-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜୟ ପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୧ା୯-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଲୋକଙ୍କଠାରୁ କଲିକତାର ୟୁନିମାସ୍‌ ଡେଭଲପର୍ସ ଲିମିଟେଡ୍‌ ନାମକ ଏକ ଚିଟ୍‌ଫଣ୍ଡ କମ୍ପାନୀ ୩ କୋଟିରୁ ଊର୍ଦ୍ଧ୍ୱ...

ଭାଜପାର ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ

କେନ୍ଦୁଝର, ୨୬।୪(ସ୍ବ.ପ୍ର.)-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆନନ୍ଦପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ପଦ୍ମପୁର ଗ୍ରାମଠାରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବୋର୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଋଣ ଘୋଟାଲା : ତଦନ୍ତ ଆରମ୍ଭ

ଭବାନୀପାଟଣା,୧୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ ନାମରେ...

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ...

୪ରେ ଶ୍ରୀକ୍ଷେତ୍ର ଆସିବେ ଶତାଧିକ ପାକିସ୍ତାନୀ ହିନ୍ଦୁ: ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର ସ୍ନାନ କରିବେ

ପୁରୀ ଅଫିସ,୩ା୧: ପାକିସ୍ତାନରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହିନ୍ଦୁ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେମାନେ ମହୋଦଧି ସ୍ନାନ କରିବା ସହ...

Advertisement


Archives

Model This Week

Why Dharitri