ଜୟ ହିନ୍ଦ୍‌ ଲେଖି ପାକିସ୍ତାନୀ ମହିଳାଙ୍କ ରୋଷର ଶିକାର ହେଲେ ପ୍ରିୟଙ୍କା

ବ୍ୟକ୍ତିଗତ ହେଉ କି ପ୍ରଫେଶନାଲ ଜୀବନ ହେଉ ଦୁଇଟାଯାକରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂରା ସନ୍ତୁଳନ ରକ୍ଷା କରିଥାନ୍ତି। ଏମିତିରେ ବି ତାଙ୍କୁ ବହୁବାର ଟ୍ରୋଲ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ସେ ଏହାର କଡ଼ା ଜବାବ ରଖି ସମାଧାନ କରିଦିଅନ୍ତି। ଶନିବାର ଲସ୍‌ଏଞ୍ଜେଲସ୍‌ରେ ଚାଲିଥିବା ଏକ ଉତ୍ସବରେ ପ୍ରିୟଙ୍କା ପହଞ୍ଚି ଜଣେ ପାକିସ୍ତାନୀ ମହିଳାଙ୍କଠାରୁ ରୋଷର ଶିକାର ହୋଇଛନ୍ତି।

ପ୍ରିୟଙ୍କା ଉତ୍ସବର କିଛି ସମୟ ପୂର୍ବରୁ ଟୁଇଟ୍‌ କରି ଜୟ ହିନ୍ଦ୍‌, ହିନ୍ଦୁସ୍ତାନ ଅମର ରହେ ଲେଖିଥିଲେ। ଏହାକୁ ନେଇ ଜଣେ ପାକିସ୍ତାନୀ ମହିଳା ପ୍ରିୟଙ୍କାଙ୍କୁ କହିଲେ, ଆପଣ ଶାନ୍ତି ପାଇଁ ସଂଯୁକ୍ତ ରାଷ୍ଟ୍ରର ଆମ୍ବାସଡାର। ଏପରି ଲେଖି ଆପଣ ପାକିସ୍ତାନରେ ପରମାଣୁ ଯୁଦ୍ଧ ଲାଗି ପ୍ରୋତ୍ସାହନ କରୁଛନ୍ତି। ମହିଳାଙ୍କ ଏପରି କଥା ଶୁଣି ପ୍ରିୟଙ୍କା ଶାନ୍ତ ଭାବରେ ଉତ୍ତର ଦେଲେ ପାକିସ୍ତାନରେ ମୋର କିଛି ସାଙ୍ଗ ରହିଛନ୍ତି। ଆଉ ମୁଁ ଭାରତରେ। ଯୁଦ୍ଧ ଏମିତି କୌଣସି ଜିନିଷ ନୁହେଁ ଯେ, ମୁଁ ପ୍ରୋତ୍ସାହିତ କରିବି। ମୁଁ ଦେଶଭକ୍ତ। ମୋତେ ଯେଉଁମାନେ ଭଲ ପାଉଛନ୍ତି ମୁଁ ସେମାନଙ୍କ ଭାବନାକୁ କାହିଁକି ଆଘାତ କରିବି। ପ୍ରିୟଙ୍କା ଆହୁରି କହିଛନ୍ତି, ମୋତେ ଲାଗୁଛି ଆମ ମଝିରେ ଗୋଟିଏ ରାସ୍ତା। ଯେଉଁବାଟ ଦେଇ ଆମକୁ ଯିବାକୁ ପଡ଼ିବ। ଆପଣ ଏପରି କୁହନ୍ତୁ ନାହିଁ। ମୁଁ ସମସ୍ତଙ୍କ ଭଲପାଇବା ପାଇଁ ଏଠି ଅର୍ଥାତ ଲସ୍‌ ଏଞ୍ଜେଲସ୍‌ରେ। ଏହା ପରେ ମହିଳାଙ୍କ ପାଟି ଚୁପ୍‌ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri