Advertisement

ଜୋର୍‌ ଧରିଲା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି: ସଂସ୍କୃତିମ୍‌ ପକ୍ଷରୁ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆରମ୍ଭ

ଭୁବନେଶ୍ୱର,୨।୨(ବ୍ୟୁରୋ)-  ଓଡ଼ିଶୀ ନୃତ୍ୟ ସମ୍ପର୍କିତ ଐତିହାସିକ ସାହିତ୍ୟ ଓ ପରମ୍ପରା ବେଶ୍‌ ବ୍ୟାପକ। ଓଡ଼ିଶୀ ସଙ୍ଗୀତରେ ରାଗ, ତାଳ, ବାଦ୍ୟ ଏବଂ ସାଙ୍କେତିକ ଚିହ୍ନ ଆଦି କର୍ନାଟକୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଭଳି ରହିଛି। ସେହି ଅନୁସାରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିବାକୁ ଶନିବାର ସଂସ୍କୃତିମ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କବିଚନ୍ଦ୍ର ଡ. କାଳିଚରଣ ପଟ୍ଟନାୟକ ଓଡ଼ିଶୀ ସଙ୍ଗୀତ ସେମିନାରରେ ମତପ୍ରକାଶ ପାଇଛି। ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇବାର ସମସ୍ତ ଗୁଣ ଓଡ଼ିଶୀ ସଙ୍ଗୀତ ନିକଟରେ ରହିଥିବାରୁ ଏହାକୁ ତୁରନ୍ତ ମାନ୍ୟତା ପ୍ରଦାନ କରିବାକୁ ବିଶିଷ୍ଟ ବକ୍ତାମାନେ ଦାବି କରିଛନ୍ତି।

ବିହାରସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଓଡ଼ିଶୀ ସଙ୍ଗୀତ ବିଶାରଦ ଡ. କୀର୍ତ୍ତନ ନାରାୟଣ ପାଢ଼ୀ, ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି, ଗୁରୁ ଡ. ଗୋପଳ ଚନ୍ଦ୍ର ପଣ୍ଡା, ପ୍ରଫେସର ରଘୁନାଥ ପଣ୍ଡା, ଡ. ସଙ୍ଗୀତା ଗୋସାଇଁ, ଗୁରୁ ଡ. ବିଜୟ କୁମାର ଜେନା, ସଙ୍ଗୀତା ପଣ୍ଡା, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ, ପ୍ରଫେସର ଜଗନ୍ନାଥ କୁଁଅର, ଗୁରୁ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିବା ଲାଗି ଦାବି କରିଥିଲେ। ଓଡ଼ିଶୀ ନୃତ୍ୟ ବିଶାରଦ କସ୍ତୁରୀ ପଟ୍ଟନାୟକ ସେମିନାର ସଂଯୋଜନା କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ କବିଚନ୍ଦ୍ର ଡ. କାଳିଚରଣ ପଟ୍ଟନାୟକ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶୀ ସଙ୍ଗୀତ ବିଶାରଦ ଓ ଉଦୀୟମାନ କଳାକାରଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଦୁଇଦିନିଆ ଉତ୍ସବ ରବିବାର ଉଦ୍‌ଯାପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ପାଇଁ ବିପଦ ଛତିଶଗଡ଼ ବର୍ଷା; ବଢ଼ୁଛି ବନ୍ୟା ଆଶଙ୍କା

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ସେଠାରେ ଆସନ୍ତା ଦୁଇଦିନ...

ଇ-ପାଠଶାଳା, ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ଓପେପା ଦ୍ୱାରା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମରେ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଗୁରୁବାର...

ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଲାଣି। ଟିକା କମ୍‌ ଥିବାରୁ ଆଗକୁ ଟିକାକରଣରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ତେଣୁ...

ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍‌ଡି ଓଡ଼ିଶାକୁ ଏହି...

କରୋନା ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ ହେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଅର୍ଥ ଅଭାବରୁ କୌଣସି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବ ନାହିଁ...

ଗୁପ୍ତ କୋଠରିରେ ପଶିଲା ମହିଳା ପୋଲିସ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଲୁଟିବା ସହ ଚାକିରି ଓ ନାମଲେଖା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ନକଲି ଡାକ୍ତର...

ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ରାଜ୍ୟର ୧୫ ଜିଲାରେ ସର୍ବୋଚ୍ଚ ତାପମାତ୍ରା...

‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାମୁଦ୍ରିକ ବିଜ୍ଞାନରେ ପୁଣି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ। ଏକ ପାଞ୍ଚଜଣିଆ ରିସର୍ଚ୍ଚ ଟିମ୍‌...

Advertisement
Archives

Model This Week