Posted inଖେଳ

ଜୋକୋଭିଚ୍‌ଙ୍କ ପାଇଁ କ୍ଷମା ମାଗିଲା ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୭ା୫ (ଏପି)- କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରି ବିଶ୍ୱର ନମ୍ବର ଓ୍ବାନ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚର୍ଚ୍ଚାରେ ଥିବାବେଳେ ତାଙ୍କର ଏହି ଭୁଲ କାର୍ଯ୍ୟପାଇଁ ସ୍ପାନିଶ ଟେନିସ କ୍ଲବ ନିଜକୁ ଦାୟୀ କରିଛି। ସର୍ବୀୟ ଖେଳାଳି ଜୋକୋଭିଚ୍‌ ଲକଡାଉନ୍‌ ଯୋଗୁ ଏବେ ସ୍ପେନରେ ଅଛନ୍ତି। କଟକଣା ସତ୍ତ୍ବେ ସେ ବର୍ବେଲା ଉପକୂଳବର୍ତ୍ତୀ ସହରରେ ଥିବା ଏକ ଟେନିସ କ୍ଲବର କୋର୍ଟ ବ୍ୟବହାର କରିଥିଲେ। ” କ୍ଲେ କୋର୍ଟରେ ଖେଳି ମୁଁ ବହୁତ ଖୁସି“ ବୋଲି ଲେଖି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ବ୍ୟତୀତ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ସେ ପାର୍ଟନରଙ୍କ ସହ ଶଟ୍‌ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ସ୍ପେନ୍‌ ଲକ୍‌ଡାଉନ୍‌ ସମୟରେ କେତେକ କ୍ଷେତ୍ରରେ କୋହଳ କରିଛି। କିନ୍ତୁ ଅଧିକାଂଶ ଟ୍ରେନିଂ ସେଣ୍ଟର ଏବଂ କ୍ରୀଡ଼ା ପ୍ରତିଷ୍ଠାନ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ। ପୁଣ୍ଟେ ରୋମାନୋ ମାର୍ବେଲା ଟେନିସ୍‌ କ୍ଲବ ତରଫରୁ ଏକ ବିବୃତିିରେ କୁହାଯାଇଛି ଯେ, ବୁଝାମଣାରେ ତ୍ରୁଟି ଯୋଗୁ ଜୋକୋଭିଚ୍‌ଙ୍କୁ ଆମେ ଅଭ୍ୟାସ ପାଇଁ ଅନୁମତି ଦେଇଥିଲୁ ସେଥିପାଇଁ ଆମେ କ୍ଷମା ପ୍ରାର୍ଥନ କରୁଛୁ। ଆସନ୍ତା ସପ୍ତାହରୁ ଟ୍ରେନିଂ ପାଇଁ ଅନୁମତି ମିଳିବ ବୋଲି ସ୍ପାନିଶ ଟେନିସ ଫେଡେରେଶନ ପ୍ରକାଶ କରିଛି। ଟେନିସ୍‌ ଷ୍ଟାର ରାଫାଲ ନାଡାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସରକାରଙ୍କ ନିୟମ ସ୍ପଷ୍ଟ ନ ଥିବାରୁ ଚଳିତ ସପ୍ତାହରେ ସେ ଏକ ଘରୋଇ ଟେନିସ୍‌ କୋର୍ଟରେ ଅଭ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ହେଲା କ୍ରିକେଟରଙ୍କ ଟଙ୍କା ବାକି ରଖିଛି ବିସିସିଆଇ: ଅଭିଯୋଗ ଆଣିଲେ ଏହି ଖେଳାଳି…

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପୃଥିବୀର ଧନୀ ବୋର୍ଡ ଭାବେ ପରିଗଣିତ କରାଯାଇଥାଏ। ତେବେ କରୋନା ମହାମାରୀ ସଙ୍କଟ ଯୋଗୁ ବିସିସିଆଇର ଆର୍ଥିକ ସ୍ଥିତି...

୧୦୦ ଭିତରେ ଅଲଆଉଟ୍‌ ହେବାରେ ଆର୍‌ସିବିର ଛକା

ଆବୁ ଧାବି,୨୦।୯: ସ୍ଥାନୀୟ ଆବୁଧାବି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌...

ମାଞ୍ଚେଷ୍ଟର ଟେଷ୍ଟ ଉପରୁ ହଟିଲା ପ୍ରଶ୍ନବାଚୀ

ମାଞ୍ଚେଷ୍ଟର,୧୦।୯: ସପୋର୍ଟ ଷ୍ଟାଫଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟିମ୍‌ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏଥି ଯୋଗୁ...

ଗାଭାସ୍କର-ତେନ୍ଦୁଲକରଙ୍କ କ୍ଲବ୍‌ରେ ସାମିଲ ହେଲେ ପୂଜାରା

ସିଡନୀ,୧୧।୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା କମାଲ ପ୍ରଦର୍ଶନ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରି କେବଳ...

ପେନାଲ୍ଟି କର୍ନର: ହରମନପ୍ରୀତଙ୍କ ଶତକ ମ୍ୟାଚ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଜାପାନ ବିପକ୍ଷ ସେମିଫାଇନାଲରେ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ...

ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ...

୬ ସାଥିୟଁ ଦାନ କଲେ ୧ଲକ୍ଷ

ଚେନ୍ନାଇ, ୧୫ା୫ (ପି.ଟି.)-କୋଭିଡ୍‌ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପବ୍ଲିକ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ...

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ସିରାଜ, ଶାର୍ଦ୍ଦୁଳ ପ୍ରତିଦ୍ୱନ୍ଦ୍ୱୀ

ନୂଆଦିଲ୍ଲୀ,୨୧।୧୦(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ ଲାଗି ଦଳ ଘୋଷଣା କରିବାକୁ ଚୟନକର୍ତ୍ତାମାନେ ଦ୍ୱନ୍ଦ୍ୱରେ ପଡିବେ। ଦଳରେ ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ...

Advertisement
Archives

Model This Week