ଜୈବିକ ସାର ପ୍ରସ୍ତୁତ କରି କରନ୍ତି ଚାଷ

ବଉଳା, ୧୨। ୩(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢ଼େଙ୍କା ପଞ୍ଚାୟତର ଡେଙ୍ଗାଚୁଆ ଗ୍ରାମର ଆଦିବାସୀ ଯୁବକ ଗୋବିନ୍ଦ ମାଝୀ ଜୈବିକ ସାର ପ୍ରସ୍ତୁତ କରି ତାକୁ ପ୍ରୟୋଗ କରି ଚାଷ ଆରମ୍ଭ କରିଛନ୍ତି। ଦେଶୀ ଧାନରେ ଢ଼ିଙ୍କି କୁଟା ଚାଉଳ ପ୍ରସ୍ତୁତ କରି ନିରୋଗ ସ୍ବାସ୍ଥ୍ୟ ପାଇଁ ପ୍ରୟାସ ଚାଷୀ ଓ ସରକାରଙ୍କ ପାଇଁ ଉଦାହରଣ ପାଲଟିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଦିବାସୀ ଯୁବକ ଜଣଙ୍କ ୟୁଟ୍ୟୁବ ଏବଂ ଚାଷ ସମ୍ପର୍କିତ ଖବର ଟିଭି ଚ୍ୟାନେଲରେ ଦେଖି ଜୈବିକ ସାର ପ୍ରସ୍ତୁତ ପାଇଁ ମନ ବଳାଇଥିଲେ। ଧିରେଧିରେ ଜଙ୍ଗଲରୁ ବିଭିନ୍ନ ଔଷଧୀୟ ପତ୍ର ସାଙ୍ଗକୁ ଗାଈର ଗୋବର ଓ ଗୋମୂତ୍ରକୁ ପାଥେୟ କରି ଜୈବିକ ସାର ପ୍ରସ୍ତୁତ କରିଥିଲେ। ଏହି ସାର ପ୍ରୟୋଗ କରି ବିନା ସାର ବିଷରେ ପରିବା ଚାଷ ଆରମ୍ଭ କରିଥିଲେ ା
ଏହାକୁ ନେଇ ସେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକମାନଙ୍କର ସେହି ପରିବା ପ୍ରତି ଆଗ୍ରହ ବୃଦ୍ଧି ପାଇଥିଲା ା ଅଧିକ ଦରରେ ବିକ୍ରି କରିଥିଲେ ମଧ୍ୟ ଲୋକମାନେ ଖୁସିରେ ତାଙ୍କ ବାଡ଼ିରୁ ପରିବା କିଣି ନେଇଯାଉଛନ୍ତି। ଏବେ ସେ ଧାନଚାଷ ୧୦ ଏକରରୁ ଊର୍ଦ୍ଧ୍ୱ ଜମିରେ କରିଛନ୍ତି ା ଏହି ଜମିରେ ସେ କୌଣସି ପ୍ରକାର ରାସାୟନିକ ସାର ପ୍ରାୟାଗ କରିନାହାନ୍ତି। ନିଜେ ପ୍ରସ୍ତୁତ କରିଥିବା ଜୈବିକ ସାର ମାଧ୍ୟମରେ ସେ ଚାଷ କରିଛନ୍ତି ା ରାସାୟନିକ ସାର ପ୍ରୟୋଗ ଦ୍ୱାରା ୨୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଉତ୍ପାଦନ କରାଯାଇ ପାରୁଥିବା ବେଳେ ଗୋବିନ୍ଦ ଜୈବିକ ସାର ପ୍ରୟୋଗ କରି ଏକର ପିଛା ୧୦ କୁଇଣ୍ଟାଲରୁ ୧୨ କୁଇଣ୍ଟାଲ ଧାନ ଉତ୍ପାଦନ କରିଥାନ୍ତି। ଏଥିମଧ୍ୟରୁ ସେ ଢିଙ୍କି କୁଟା ଦେଶୀ ଚାଉଳ ପ୍ରସ୍ତୁତ କରନ୍ତି। ଏଥିଏଲାଗି ତାଙ୍କ ସ୍ତ୍ରୀ, ଭଉଣୀ ତାଙ୍କୁ ସାହାଯ୍ୟ କରନ୍ତି। ଧାନକୁ ୩ ଥର କୁଟିବା ପରେ ଚାଉଳ ପ୍ରସ୍ତୁତ ହୋଇଥାଏ ା ୩ ଜଣ ଏଥିରେ ସାମିଲ ହୋଇ ଦିନକୁ ପ୍ରାୟ ୨୫ରୁ ୩୦ କିଲୋ ଚାଉଳ ପ୍ରସ୍ତୁତ କରିଥାନ୍ତି। ଏହି ଚାଉଳ ଖାଇଲେ ବିଭିନ୍ନ ରୋଗ କମିବା ସହିତ ପ୍ରତିଶେଧକ କ୍ଷମତା ବୃଦ୍ଧି ପାଇବା ସହିତ ଡାଇବେଟିସ ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି ା ଉକ୍ତ ଚାଉଳକୁ ଶହେ ଟଙ୍କାରେ ବିକିଲେ ମଧ୍ୟ ଲୋକମାନେ ନେବାକୁ ଖୁସି ମଣୁଛନ୍ତି ା ଥରେ ଯିଏ ନେଉଛି ପୁନର୍ବାର ସେହି ଚାଉଳ ନେବା ପାଇଁ ଅର୍ଡ଼ର ଦେଉଛନ୍ତି। ଏଭଳି ଜୈବିକ ସାର ମାଧ୍ୟମରେ ଚାଷ କରି ସୁସ୍ଥ ରହିବା ସହିତ ଅନ୍ୟକୁ ସୁସ୍ଥ ରଖିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହିତ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ ବୋଲି ସେ କହିଛନ୍ତି ା ଗୋବିନ୍ଦ ୨୦୧୧ରେ ବ୍ଲକ ସ୍ତରରେ କୃଷି ବିଭାଗ ପକ୍ଷରୁ ପୁରସ୍କୃତ ହୋଇଥିବା ବେଳେ ୨୦୧୨ରେ ଜିଲା ସ୍ତରରେ କୃଷି ବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ୨୦୧୩ରେ ରାଜ୍ୟସ୍ତରୀୟ ଚାଷୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ପୁରସ୍କୃତ ହୋଇଥିଲେ। ଜୈବିକ ସାର ପଦ୍ଧତିରେ ଚାଷ କରି ଅନ୍ୟ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଜଣେ ଆଦିବାସୀ ଯୁବକ ରାସାୟନିକ ସାର ପ୍ରଣାଳୀକୁ ବନ୍ଦ କରି ଜୈବିକ ସାର ପଦ୍ଧତିକୁ ଆପଣେଇବା ସହିତ ସୁସ୍ଥ ସମାଜ ଓ ନିରୋଗ ସମାଜ ଗଠନ ପାଇଁ ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ଏ ଅଞ୍ଚଳରେ ଚର୍ଚ୍ଚା ହେଉଛି ା ଏଭଳି ଉଦୀୟମାନ ଯୁବକ ଚାଷୀଙ୍କୁ ସରକାର ପ୍ରେତ୍ସାହନ ଯୋଗାଇ ଦେବା ସହିତ ଅନ୍ୟ ଚାଷୀ ମାନଙ୍କୁ ସଚେତନତା ଓ ଆକୃଷ୍ଟ ପାଇଁ ଏହାକୁ ମାଧ୍ୟମ କରାଯିବ ବୋଲି ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଓ ବରିଷ୍ଠ ଚାଷୀ ମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଇଓ କମଳଲୋଚନ ନାୟକଙ୍କୁ ପଚାରିବାରୁ ସେ ଜଣେ ଭଲ ଚାଷୀ ଏବେ ସେ ଜୈବିକ ସାର ମାଧ୍ୟମରେ ଚାଷ କରି ଚାଷ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri