Posted inପୁରୀ

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର ଏକ ଗ୍ୟାସ ସିଲିଣ୍ଡର ଫାଟି ୧୨ବଖରା ଘର ଜଳିଯାଇଛି। ସୂଚନା ମୁତାବକ, ଜେନା ସାହିର ଦୁଃଖି ଜେନାଙ୍କ ଘରେ ପୂର୍ବାହ୍ନରେ ରୋଷେଇ ଚାଲୁଥିବା ସମୟରେ ହଠାତ୍‌ ଗ୍ୟାସରେ ନିଆଁ ଲାଗିଯାଇଥିଲା। ଭୟରେ ସମସ୍ତ ଘରୁ ବାହାରକୁ ଆସିଯାଇଥିବା ବେଳେ ଅଳ୍ପକେ ମଧ୍ୟରେ ଗ୍ୟାସ ସିଲିଣ୍ଡର ଫାଟି ଶବ୍ଦ ହୋଇ ଘର ପୋଡିଯିବା ସହ ନଡ଼ିଆ ଗଛରେ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଜୋରରେ ଥିଲା ସଙ୍ଗେ ସଙ୍ଗେ ପଡ଼ୋଶୀ ଧଡୁ ଜେନା, ସନାତନ ଜେନା, ପବନା ଜେନା, ପ୍ରମୋଦ ଚରଣ ଜେନା, ମଞ୍ଜୁ ବେୱା, ଅଜୁ ମଲ୍ଲିକ ଓ ଆଲୋକ ଜେନାଙ୍କ ଚାଳ ଘରଗୁଡିକୁ ଲାଗିଯାଇଥିଲା। ଖବରପାଇ ପିପିଲି ଓ ସାକ୍ଷୀଗୋପାଳରୁ ଦମକଳ ପହଞ୍ଚତ୍ ନିଆଁକୁ ଆୟତ୍ତ କଲାବେଳକୁ ଘରର ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ, ସଉଦା ସବୁ ପୋଡିଯାଇଥିଲା। ଘଟଣାସ୍ଥଳରେ ବିଧାୟକ ପ୍ରଦୀପ ମହାରଥି ପହଞ୍ଚତ୍ ଅଗ୍ନିବିପନ୍ନଙ୍କୁ ଭେଟି ଚାଉଳ, ବିସ୍କୁଟ ଓ ପଲିଥିନ ଯୋଗାଇଥିଲେ। ପରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଆର୍‌ଆଇ ଓ ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଓ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ପଞ୍ଚାୟତରୁ ରନ୍ଧା ଖାଦ୍ୟ ଦେବା ପାଇଁ କହିଛନ୍ତି। ସେହିପରି ସରପଞ୍ଚ ବାସନ୍ତି ବେହେରା, ସମିତିସଭ୍ୟ ସୁମିତ୍ରା ଚଉଁରି, ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାସ ଓ ସଦାଶିବ ଦାସ ସହାୟତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବ୍ୟାପୁଛି ଜ୍ୱର, ଟେଷ୍ଟିଂ ବ୍ୟବସ୍ଥା ନାହିଁ

ପୁରୀ ଅଫିସ,୧୪।୫: ପୁରୀ ଜିଲାର ଗ୍ରାମାଞ୍ଚଳରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ତଥାପି ପ୍ରଶାସନ ପକ୍ଷରୁ ମୋବାଇଲ୍‌ ଟେଷ୍ଟିଂ ଭ୍ୟାନ୍‌ ବୁଲୁଥିବା ଦେଖିବାକୁ ମିଳୁନାହିଁ।...

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ

ପୁରୀ ଅଫିସ,୩୧।୫: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ତେବେ ମରାମତି ହେବା ନେଇ ଏଏସ୍‌ଆଇ ସହ ଆଲୋଚନା ହୋଇଛି ବୋଲି ପୁରୀ ଜିଲାପାଳ...

ଆଜି ଶ୍ରୀମନ୍ଦିରରେ ବନକଲାଗି: ୪ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୧୫।୧୨: ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି...

ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଏଲ୍‌ଇଡି ଚାଲୁନି

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିର ହୁଣ୍ଡି ଗଣତିରେ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବେଢ଼ା ପରିସର ଶାଖା କାର୍ଯ୍ୟାଳୟ ବାହାରେ ଲଗାଯାଇଥିଲା ଏଲ୍‌ଇଡି। ଉଦ୍ଦେଶ୍ୟ...

ଚକ ନିର୍ମାଣ ଶେଷ, ଚାଲିଛି ଦଣ୍ଡା କାମ

ପୁରୀ ଅଫିସ,୨୫ା୫: ଏଥର ଅନୁକୂଳର ୧୨ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ତଥାପି ଠିକଣା ସମୟକୁ ମହାପ୍ରଭୁଙ୍କ ତିନିରଥ ପ୍ରସ୍ତୁତ କରିବା ପାଇଁ...

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ...

ସିଂହଦ୍ୱାର ସମ୍ମୁଖରେ ୩ ରଥ

ପୁରୀ ଅଫିସ,୩୦ା୬: ଆସନ୍ତାକାଲି ଅର୍ଥାତ୍‌ ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ହେଉଛି ଉଭାଯାତ୍ରା। ରଥଯାତ୍ରା ପାଇଁ ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ...

ଶ୍ରୀମନ୍ଦିରରେ ଆଜିଠୁ ଅଣସର ନୀତି, ଦର୍ଶନ ପାଇଁ ଅଲାରନାଥ ପୀଠରେ ଭିଡ଼

ପୁରୀ ଅଫିସ,୧୫।୬: ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ଅଣସର ନୀତି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ...

Advertisement
Archives

Model This Week