ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଧିକାରୀ(ସିଇଓ) ବିନୟ ଦୁବେ, ଡେପୁଟି ସିଇଓ ତଥା ସିଏଫ୍‌ଓ ଅମିତ ଅଗ୍ରଓ୍ବାଲ ଏବଂ ଚିଫ୍‌ ପିପୁଲ୍ସ ଅଫିସର ରାହୁଲ ତନେଜା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ନିଜ ପଦରୁ ଇସ୍ତଫା ଦେଲେ ବୋଲି ସେମାନେ ଜଣାଇଛନ୍ତି।

ଦୁବେ ୨୦୧୭ ଅଗଷ୍ଟରେ ଜେଟ୍‌ ଏୟାରଓ୍ବେଜ୍‌ ସହ ନିଜକୁ ଜଡ଼ିତ କରିଥିଲେ। ଏହାପୂର୍ବରୁ ସେ ଡେଲ୍ଟା ଏୟାରଲାଇନ୍ସ ଏବଂ ଆମେରିକାନ ଏୟାରଲାଇନ୍ସରେ କାମ କରିଥିଲେ। ଅନ୍ୟପକ୍ଷରେ ଏସାର ଗ୍ରୁପ୍‌ର ଏଚ୍‌ଆର୍‌ ମୁଖ୍ୟ ରହିଥିବା ତନେଜା ୨୦୧୬ ଫେବୃୟାରୀରେ ଜେଟ୍‌ରେ ଯୋଗ ଦେଇଥିଲେ। ଅଗ୍ରଓ୍ବାଲ ଫାଇନାନ୍ସ ମୁଖ୍ୟ ଭାବେ ୨୦୧୫ ଡିସେମ୍ବରରେ କମ୍ପାନୀରେ ସାମିଲ ହୋଇଥିଲେ। ତାଙ୍କୁ ୨୦୧୭ ନଭେମ୍ବରରେ ଡେପୁଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଜେଟ୍‌ ଏୟାରଓ୍ବେଜର ବିଡ଼୍‌ ଦାଖଲ ବେଳେ ଆବୁଧାବୀର ବିମାନ କମ୍ପାନୀ ଏଟିହାଦ ଏୟାରଲାଇନ୍ସ କେତେକ ସର୍ତ୍ତାରୋପ କରିଛି। ଜେଟ୍‌ରେ କମ୍ପାନୀ ୧୭୦୦ କୋଟି ଟଙ୍କା ନିବେଶ କରିପାରିବ ବୋଲି ସ୍ପଷ୍ଟ କରିଛି। ପୁନର୍ଗଠିତ ଜେଟ୍‌ ଏୟାରଓ୍ବେଜରେ ଏହାର ୨୪% ଅଂଶଧନ ହିଁ ରହିବ ବୋଲି ଏଟିହାଦ କହିଛି। ତେବେ ଜେଟ୍‌ ଉପରେ ଏବେ ୯ ହଜାର କୋଟି ଟଙ୍କାରୁ ଅଧିକ ବକେୟା ଋଣ ରହିଥିବାରୁ କମ୍ପାନୀର ପୁନରୁଦ୍ଧାର ଲାଗି ବଡ଼ ନିବେଶକଙ୍କ ଆବଶ୍ୟକତା ରହିଛି, ଯାହା କି ମିଳୁନାହିଁ। ପ୍ରମୋଟର ନରେଶ ଗୋୟଲଙ୍କ ପରେ ମ୍ୟାନେଜମେଣ୍ଟର ୩ ଶୀର୍ଷ ଅଧିକାରୀଙ୍କ ଇସ୍ତଫା ଦେବାରୁ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ସେମାନେ ନିଜର ଦୁଃଖ ଓ ଅସୁବିଧା ଦୂର ଲାଗି କାହାପାଖକୁ ଯିବେ ବୋଲି କର୍ମଚାରୀମାନେ ମତପ୍ରକାଶ କରିଛନ୍ତି। ସୂଚନାଥାଉ କି, ଜେଟ୍‌ର ଅପରେଶନ ସାମୟିକ ବନ୍ଦ ହୋଇଯିବା ପରେ ଏହାର ୭୫୦ ସ୍ଲଟ୍‌ ଖାଲି ପଡିଥିଲା। ତନ୍ମଧ୍ୟରୁ କେନ୍ଦ୍ର ସରକାର ୪୮୦ ସ୍ଲଟ୍‌କୁ ଅନ୍ୟ ଏୟାରଲାଇନ୍ସକୁ ବାଣ୍ଟି ଦେଇଥିଲେ। ଏଥିରୁ ସ୍ପାଇସ୍‌ଜେଟ୍‌ ୧୩୦, ଇଣ୍ଡିଗୋ ୧୨୫, ଭିସ୍ତାରା ୧୧୦, ଗୋଏୟାର ଏବଂ ଏୟାରଏସିଆ ୪୦ରୁ ୪୫ ସ୍ଲଟ୍‌ ପାଇଛନ୍ତି। ଜେଟ୍‌ ଏୟାରଓ୍ବେଜ୍‌ର ୧୧୮ ଦିଲ୍ଲୀ ସ୍ଲଟ୍‌ ମଧ୍ୟରୁ ଇଣ୍ଡିଗୋକୁ ୪୦ ଏବଂ ସ୍ପାଇସ୍‌ଜେଟ୍‌କୁ ୨୦୦ରୁ ୭୦ ମୁମ୍ବାଇ ସ୍ଲଟ୍‌ ମିଳିଛି। ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ନିଜର କର୍ମଚାରୀଙ୍କୁ ଗତ ୫ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦରମା ଦେଇପାରିନି। ଏହା ଅର୍ଥ ଅଭାବରେ ନିଜର ଅପରେଶନ ବନ୍ଦ କରିଦେଇଛି। ଅନ୍ୟପକ୍ଷରେ ଜେଟ୍‌ର ଅଂଶଧନ ବିକ୍ରି କରିବା ପାଇଁ ଏସ୍‌ବିଆଇ ନେତୃତ୍ୱରେ ବ୍ୟାଙ୍କ କନ୍‌ସୋର୍ଟିୟମର ଉଦ୍ୟମ ଫଶର ଫାଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri