୧୦ କୋଟିର ଅନୀୟମିତତା ଧରିଲା ପେଟିଏମ୍‌

ନୂଆଦିଲ୍ଲୀ,୧୪-୫: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ରେ ୧୦ କୋଟି ଟଙ୍କାର ଅନୀୟମିତତା ହୋଇଥିବା ଜଣାପଡିଛି। କମ୍ପାନୀର ଆଭ୍ୟନ୍ତରୀଣ ଯାଞ୍ଚରୁ ଏହା ଧରାପଡିଛି ବୋଲି ପେଟିଏମ୍‌ର ପ୍ରମୁଖ ବିଜୟ ଶେଖର ଶର୍ମା ମଙ୍ଗଳବାର କହିଛନ୍ତି। ଏହା ଜଣାପଡିବା ପରେ କମ୍ପାନୀ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଥିବା ବେଳେ ବହୁ ସଂଖ୍ୟାରେ ବିକ୍ରେତାଙ୍କୁ ନିଜର ପ୍ଲାଟଫର୍ମରୁ ହଟାଇ ଦେଇଛି ବୋଲି ସେ କହିଛନ୍ତି। ଦୋଷୀ କର୍ମଚାରୀମାନେ ବିକ୍ରେତାଙ୍କ ସହ ମିଶି ଜାଲିଆତିରେ ସାମିଲ ଥିଲେ ବୋଲି କମ୍ପାନୀ ମୁଖ୍ୟ କହିଛନ୍ତି। ଦୀପାବଳି ପରେ କ୍ଷୁଦ୍ର ବିକ୍ରେତାଙ୍କୁ ଭାରିମାତ୍ରାରେ କ୍ୟାଶ୍‌ବ୍ୟାକ୍‌ ଦିଆଯାଉଥିବାର ଅଚାନକ ଜଣାପଡିଥିଲା। ଏହାପରେ ଅଡିଟରଙ୍କୁ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ବିଜୟ ଶେଖର କହିଛନ୍ତି। କେତେକ ଜୁନିୟର କର୍ମଚାରୀ କ୍ଷୁଦ୍ର ବିକ୍ରେତାଙ୍କ ସହ ମିଶି ଜାଲ୍‌ ଅର୍ଡର ଜରିଆରେ କ୍ୟାଶ୍‌ବ୍ୟାକରେ ଜାଲିଆତି କରୁଥିଲେ ବୋଲି ଜଣାପଡିଥିଲା। ଏହାର ପରିମାଣ ପ୍ରାୟ ୧୦ କୋଟି ଟଙ୍କା ହେବ। ଜାଲିଆତିର ପର୍ଦ୍ଦାଫାଶ ପରେ ଦୋଷୀ କର୍ମଚାରୀଙ୍କୁ କମ୍ପାନୀରୁ ବିଦା କରିଦିଆଯାଇଛି ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ପ୍ଲାଟଫର୍ମରେ ବ୍ରିକ୍ରେତାଙ୍କ ସଂଖ୍ୟା କମିଲେ ମଧ୍ୟ କମ୍ପାନୀର ପ୍ରଦର୍ଶନ ଭଲ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22,…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ…

କମିବ କି ପେଟ୍ରୋଲ ରେଟ୍‌? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବଜାର ଏବଂ ଘରୋଇ ଗ୍ରାହକ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ସମୟ…

SBI ୟୁଜର୍ସ ଆଲର୍ଟ: ୬ଦିନ ଠପ୍‌ ପଡିବ ବ୍ୟାଙ୍କ୍‌ କାମ! ଏଇ ସପ୍ତାହରୁ ସାରନ୍ତୁ କାମ…

ନୂଆଦିଲ୍ଲୀ,୧୯।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଯଦି ଆପଣଙ୍କୁ…

ଆଉ କେତେ ବଢିବ ପେଟ୍ରୋଲ-ଡିଜେଲ ରେଟ୍‌? ରିପୋର୍ଟରେ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା!

ନୂଆଦିଲ୍ଲୀ,୧୯।୫: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପ୍ରାୟ ୪ଟଙ୍କା ପ୍ରତି ଲିଟର ବୃଦ୍ଧି ଘଟିଛି। ଯଦିଓ ଏହି ବୃଦ୍ଧି ସାଧାରଣ ଲୋକଙ୍କ ବଜେଟ ଉପରେ ପ୍ରଭାବ ପକାଇବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri