Posted inଜାତୀୟ

ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇଲେ ଡାକ୍ତର

ସାଗର,୨୨।୬: ମଧ୍ୟପ୍ରଦେଶର ସାଗର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଡାକ୍ତରଙ୍କର ଏକ ଖାମଖିଆଲି ମନୋଭାବ ଦେଖିବାକୁ ମିଳିଛି। ଜଣେ ଜୀବିତ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ତାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିବା ପ୍ରକାଶ। ପୋଲିସର ସୂଚନା ମୁତାବକ, କାଶିରାମ(୭୨) ନାମକ ଜଣେ ବୃଦ୍ଧଙ୍କର ଜିଲା ହସ୍ପିଟାଲରେ ଚିକିତ୍ସା ଚାଲୁଥିବା। ଗୁରୁବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଷ୍ଟମର୍ଟମ କରିବାକୁ ଲେଖିଦେଇଥିଲେ। ପୋଲିସ ପହଞ୍ଚି ଦେଖିବା ବେଳେକୁ ବୃଦ୍ଧ ଜଣଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିଲା। ଏହାପରେ ତାଙ୍କୁ ପୁଣିଥରେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶୁକ୍ରବାର ସକାଳ ପ୍ରାୟ ୧୦ଟା ୨୦ରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ତେବେ ଡାକ୍ତରଙ୍କ ଖାମଖିଆଲି ମନୋଭାବକୁ ନେଇ ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି: ୨୧ ହଜାରରୁ ଅଧିକ ଭୂତ ଖାତା

ମୁମ୍ବାଇ,୬।୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ(ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ମୁମ୍ବାଇ ପୋଲିସର ଅପରାଧ ଶାଖା ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାଙ୍କରେ...

କଟା ହେଲା ଗଛ: ଭଙ୍ଗା ବସା ପାଖରେ ୨ଦିନ ବସି ରହିଲା ମା’ ପକ୍ଷୀ; ଭିଡ଼ିଓ ଭାଇରାଲ

ମୁମ୍ବାଇ,୬।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କଟା ଜାରି ରହିଛି। ଏହାଦ୍ୱାରା ଘଛରେ ଥିବା ଶହେରୁ ଅଧିକ ପକ୍ଷୀ ବସା ଭାଙ୍ଗି ଯାଇଛି। ତେବେ...

ଇନ୍ଦୋରରେ ଅନର୍‌କିଲିଂ:ଭଉଣୀଙ୍କୁ ଗୁଳିକଲେ ସାନଭାଇ

ଇନ୍ଦୋର,୨୩ା୬(ପି.ଟି.): ମଧ୍ୟପ୍ରଦେଶର ଇନ୍ଦୋରରେ ଶନିବାର ଏକ ଅନରକିଲିଂ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ଜାତିରେ ବିବାହ କରିଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାନଭାଇ...

ସରକାରୀ ବାସଭବନ ଛାଡିଲେ ଗୋଗୋଇ

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିଥିଲେ। ସରକାରୀ ବାସଭବନରେ ରହିବା ପାଇଁ ତାଙ୍କୁ ଏକ ମାସ...

ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ତିହାର ଜେଲ୍‌ରେ ୪ ମଞ୍ଚ ୪ ସୁଡ଼ଙ୍ଗର ନିର୍ମାଣ ଶେଷ: ଜାନୁୟାରୀ ୭ରେ ଓ୍ବାରେଣ୍ଟ୍‌ ଶୁଣାଣି

ନୂଆଦିଲ୍ଲୀ,୧।୧: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜେଲ୍‌ରେ ୪ ଫାଶୀ ମଞ୍ଚ ସହିତ ୪...

ଢୋକଲା, ସମୋସା, ମସଲା ଚା’ର ମଜା ନେବେ ଟ୍ରମ୍ପ

ନୂଆଦିଲ୍ଲୀ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ, ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା, ଜ୍ୱାଇଁ ଜେରେଡ ଓ କେତେଜଣ ଉଚ୍ଚ ସ୍ତରୀୟ ପ୍ରତିନିଧିଙ୍କ ସହ...

ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା :ଭାଜପା ୧୪୪, ଶିବସେନା ୧୨୬

ନୂଆଦିଲ୍ଲୀ,୨୭।୯:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ଓ ଶିବସେନା ଏକାଠି ମିଶି ନିର୍ବାଚନ ଲଢୁଥିବାବେଳେ ଗୁରୁବାର ଏମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଡ଼ିଛି। ମୋଟ ୨୮୮ ଆସନ...

ପାର୍ଥ, ରାଜୀବଙ୍କୁ ସିବିଆଇ ସମନ

କୋଲକାତା, ୧୭ା୮(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମ୍‌ସି ମହାସଚିବ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ ଜାରିକରିଛି। ସିବିଆଇ କାର୍ଯ୍ୟାଳୟରେ ବ୍ୟକ୍ତିଗତ...

Coronavirus Update


Archives

Model This Week

Why Dharitri