ଜୀବନ ନେବ ମୁକୁଳା ଟ୍ରାନ୍ସଫର୍ମର: ବିଦ୍ୟୁତ୍‌ ବିଭାଗର ନିଘା ନାହିିଁ

ନାଉଗାଁ ,୮ା୧(ସ୍ବ.ପ୍ର.):ନାଉଗାଁ ବଜାରରେ ରହିଛି ୫୦୦ କେ.ଭି. ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ନାଉଗାଁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବଜାରରେ ଥିବା ପୁରୁଣା ଯାତ୍ରୀ ବିଶ୍ରାମ ଘର ପାଖରେ ରହିଛି। ମାତ୍ର ଏହି ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି। ଟ୍ରାନ୍ସଫର୍ମରଠାରୁ ଏନ୍‌ଜେଏନ୍‌ କାର୍ଯ୍ୟାଳୟ ୨ ଶହ ମିଟର ଓ ସେସୁ କାର୍ଯ୍ୟାଳୟ ମାତ୍ର କେଇହାତ ଦୂର। ହେଲେ ଏଥିପ୍ରତି ବିଭାଗର ନିଘାନାହିଁ। ନିୟମାନୁଯାୟୀ ଟ୍ରାନ୍ସଫର୍ମରଗୁଡିକ ଜନବସତିଠାରୁ ଦୂରରେ ବସାଇବା ସହିତ ଏହାର ଚତୁଃପାର୍ଶ୍ୱ ଆବଦ୍ଧ କରି ରଖିବା ଆବଶ୍ୟକ। ଯାହାଫଳରେ ବାହାରର କୌଣସି ଜୀବଜନ୍ତୁ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ଏହି ଟ୍ରାନ୍ସଫର୍ମର ବଜାର ପାଖ ରାସ୍ତା ପାର୍ଶ୍ୱରୁ ମାତ୍ର ୪ରୁ୫ଫୁଟ ଉଚ୍ଚରେ ରହିଥିବାବେଳେ ନାମକୁ ମାତ୍ର କଣ୍ଟବାଡ ଘେରାଯାଇଛି। ଏହାମଧ୍ୟକୁ ଅନାୟସରେ ଗୃହପାଳିତ ପଶୁ,ବୁଲାକୁକୁର ଅବାଧରେ ପ୍ରବେଶ କରୁଛନ୍ତି। ଏପରି କି ଏହି ଟ୍ରାନ୍ସଫରମର ସଂସ୍ଫର୍ଶରେ ଆସି ଅନେକ ପ୍ରାଣୀଙ୍କ ମୃତ୍ୟୁ ଘଟି ସାରିଲାଣି।
କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କେବଳଯେ, ନାଉଗାଁ ବଜାରରେ ଥିବା ଏହି ଟ୍ରାନ୍ସଫରମର ନୁହେଁ ବ୍ଲକର ୧୬ ପଞ୍ଚାୟତର ଅଧିକାଂଶ ଟ୍ରାନ୍ସଫରମର ଖୋଲାମେଲା ପଡିଥିବା ଦେଖିବାକୁ ମିଳିଛି। ଫଳରେ ଏହି ଟ୍ରାନ୍ସଫର୍ମର ସଂସ୍ଫର୍ଶରେ ଆସି କେତେବେଳେ ଯେ କାହାର ଜୀବନ ଯିବ ତାହା କହି ହେବ ନାହିଁ। ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଟ୍ରାନ୍ସଫର୍ମର ଗୁଡିକର ରକ୍ଷାଣାବେକ୍ଷଣ ଠିକ୍‌ରେ ହେଉନାହିଁ। କେଉଁଠି ଟ୍ରାନ୍ସଫର୍ମରରେ ଗଛ ମାଡ଼ିଗଲାଣି ତ ଆଉ କେଉଁଠି କେଉଁଠି ଘେରା ଯାଇଥିବା କାଣ୍ଟା ତାରରେ କଳଙ୍କି ଲାଗି ଭାଙ୍ଗି ଗଲାଣି। ତେଣୁ କମ ଉଚ୍ଚରେ ଥିବା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ତୁରନ୍ତ ପାଚେରି ନିର୍ମାଣକରିବା ସହିତ ରକ୍ଷାଣବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି। ଏସମ୍ପର୍କରେ ବାଲିକୁଦା ସେସୁ ବିଭାଗ ଏସ୍‌ଡିଓ ଦେବଦତ୍ତ ଉପାଧ୍ୟାୟଙ୍କୁ ପଚାରିବାରେ ସେ କହିଥିଲେ, ପାଚେରି ନିର୍ମାଣ ହୋଇଥିଲା। ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣବେଳେ ତାହାକୁ ଆର୍‌ ଆଣ୍ଡ୍‌ ବି ବିଭାଗ ଭାଙ୍ଗି ଦେଇଥିଲା। ପରେ ସେମାନେ କରିଦେବେ ବୋଲି କହିଥିଲେ। ହେଲେ କରିଲେ ନାହିଁ। ଏବେ ଆମେ ନାଉଗାଁ ବଜାର କମିଟି ସହ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri