ଜିଲା ଚିଠି: ଦେବଗଡ଼ରେ ହାତୀ ଆତଙ୍କ

ଦେବଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଗତ କିଛିଦିନ ହେବ ହାତୀ ଆତଙ୍କ ଦେଖାଦେଇଛି। ସହର ବି ସେଥିରୁ ବାଦ୍‌ ପଡ଼ିନି। ବଣ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହଁା ହେଉଥିବା ସେହି ହାତୀପଲଙ୍କୁ ରୋକିବା ବନ ବିଭାଗ କର୍ମଚାରୀଙ୍କ ପକ୍ଷେ ବି ସମ୍ଭବ ହୋଇପାରିନାହିଁ। ଏଥିଯୋଗୁ ଚାଷୀଙ୍କ ଫସଲ ଉଜୁଡୁଥିବା ବେଳେ ହାତୀ ଆକ୍ରମଣରେ ଏକାଧିକ ଲୋକଙ୍କ ଜୀବନ ଯାଇଛି। ହାତୀଙ୍କ ଉପଦ୍ରବ ସତେ ଯେମିତି ଦେବଗଡ଼ ଜିଲାରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏପରି ପରିସ୍ଥିତିରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ନଇଁବା ପରେ ଲୋକେ ପଦାକୁ ବାହାରୁ ନାହାନ୍ତି। କେତେକ କ୍ଷେତ୍ରରେ ହାତୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବନ ବିଭାଗ କେବଳ କ୍ଷତିପୂରଣ ଦେବ ବୋଲି ପ୍ରତିଶ୍ରୁତି ଦେଇ ନିଜର କର୍ତ୍ତବ୍ୟ ଶେଷ କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଅଧିକାଂଶ ଗୁରୁତର ରୂପ ନେଇଛି। ବନ ବିଭାଗ ନିକଟରେ ଏହି ଖବର ଥିଲେ ସୁଦ୍ଧା ଏଥିପ୍ରତି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହାତୀପଲ ସହରମୁହାଁ ହେବାଯୋଗୁ ବର୍ତ୍ତମାନ ଜଙ୍ଗଲ ନିକଟରେ ରହୁଥିବା ରଜାମୁଣ୍ଡା, ଚର୍ଚ୍ଚ ସାହି, ରଙ୍ଗିଆଗୁଡ଼ା, ହାତୀଶାଳ, ତଅଁଳା ସାହି, ଜକତିପାଲି ସରକାରୀ ନର୍ସରି ଫାର୍ମ ପାଖ କଲୋନୀ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ପ୍ରତିଦିନ କୁରଡ଼କୋଡ଼ ଜଳପ୍ରପାତ ଉପରେ ନିର୍ଭର କରୁଥିବା ଲୋକେ ଆଉ ସେଠାକୁ ଯାଉ ନାହାନ୍ତି। ଫଳରେ ସେମାନଙ୍କ ପାଇଁ ସ୍ନାନ, ଶୌଚ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଅଧିକାଂଶ ସମୟରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁକୁ ଗାଁ ବୁଲୁଛନ୍ତି। ସେମାନେ କ୍ଷେତରେ ପଶି ଧାନ ଫସଲ ନଷ୍ଟ କରିବା ସହ ବଗିଚାର କଦଳୀ, ଅମୃତଭଣ୍ଡା ଏବଂ ପଣସ ଗଛକୁ ଭାଙ୍ଗି ଛିନ୍‌ଛତର କରୁଛନ୍ତି। ହାତୀପଲ ଘରଦ୍ୱାର ଭାଙ୍ଗି ଦେଉଥିବା ମଧ୍ୟ ନଜିର ରହିଛି। ଏଥିପ୍ରତି ବନ ବିଭାଗ ଓ ଜିଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ କରିବା ଉପରେ ସାଧାରଣରେ ମତ ପ୍ରକାଶ ପାଇଛି। କ୍ଷତିଗସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ବଣୁଆ ହାତୀଙ୍କ ଉପତ୍ାତରୁ ଦେବଗଡ଼ ସହରବାସୀଙ୍କୁ କିପରି ସୁରକ୍ଷା ଯୋଗାଇହେବ ସେଥିନିମନ୍ତେ ସ୍ବତନ୍ତ୍ର ଦୃଷ୍ଟିଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
– ଶଶାଙ୍କ ଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri