ଜିଲା ଖଣିଜ ପାଣ୍ଠି ସପ୍ତମ ବୋର୍ଡ ଅଫ୍‌ ଟ୍ରଷ୍ଟି ବୈଠକ:ଅଧାପନ୍ତରିଆ କାର୍ଯ୍ୟ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୨।୧୧ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ବିକାଶ ଓ କଲ୍ୟାଣ ପାଇଁ ଜିଲା ଖଣିଜ ପାଣ୍ଠିର ସପ୍ତମ ବୋର୍ଡ ଅଫ୍‌ ଟ୍ରଷ୍ଟି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଜିଲା ଖଣିଜ ପାଣ୍ଠିରୁ ନିୟମାବଳୀ ଆଧାରରେ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ ଖର୍ଚ୍ଚ କରିବା ସହ ଚଳିତ ବର୍ଷ ପାଇଁ ଏକ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ହୋଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
୨୦୧୫ ମସିହାରୁ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜିଲା ଖଣିଜ ପାଣ୍ଠି ଯୋଜନାରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅର୍ଥର ସୁବିନିଯୋଗ ଉପରେ ଢେଙ୍କାନାଳ ଏମ୍‌ପି ଗୁରୁତ୍ୱାରୋପ କରିଥିଲେ। ଜିଲାର ସାମୂହିକ ବିକାଶ ଓ ଲୋକମାନଙ୍କ ହିତରେ ବିଭିନ୍ନ ପ୍ରକଳ୍ପ ଜରିଆରେ ଅର୍ଥ ଖର୍ଚ୍ଚ କରିବାକୁ ଏମ୍‌ପି ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ସେହିପରି ଜିଲା ଖଣିଜ ପାଣ୍ଠିରେ ଜଳ ଯୋଗାଣ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଥିବା ଅନୁଦାନ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ସମ୍ବଲପୁର ଏମ୍‌ପି ପରାମର୍ଶ ଦେଇଥିଲେ। ଜିଲା ଖଣିଜ ପାଣ୍ଠିର ସୁବିନିଯୋଗ କରି ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବା ଉପରେ ତାଳଚେର ବିଧାୟକ ଗୁରୁତ୍ୱାରୋପ କରିଥିଲେ। ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍‌ ସେବା ଭଳି ଅତ୍ୟବଶ୍ୟକ ସେବା ତ୍ୱରାନ୍ବିତ ଭାବେ କାର୍ଯ୍ୟକାରୀ କରିବାକୁ ଛେଣ୍ଡିପଦା ବିଧାୟକ ମତବ୍ୟକ୍ତ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଜିଲା ଖଣିଜ ପାଣ୍ଠିରୁ ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲା ଖଣିଜ ପାଣ୍ଠିରେ ବର୍ତ୍ତମାନ ସୁଦ୍ଧା ୧୨୦୮.୪୨ କୋଟି ଟଙ୍କା ସଂଗ୍ରହ ହୋଇଛି। ସେଥିମଧ୍ୟରୁ ମୋଟ ୧୦୯୮.୯୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଛି। ଏଥିରେ ଉଚ୍ଚ ଅଗ୍ରାଧିକାର ସେକ୍ଟରରେ ୧୮୧୪ଟି ପ୍ରକଳ୍ପ ଓ ଅନ୍ୟାନ୍ୟ ଅଗ୍ରାଧିକାର ସେକ୍ଟରରେ ୧୧୦୪ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ୧୬୨୭ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୭୫୨ଟି ଚାଲୁ ରହିଛି ଓ ୫୪୨ଟି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଜିଲା ଖଣିଜ ପାଣ୍ଠିରେ ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ମା ଓ ଶିଶୁ ବିକାଶ, ବୟସ୍କ ଓ ଅକର୍ମଣ୍ୟମାନଙ୍କ ସହାୟତା, ଦକ୍ଷତା ବିକାଶ, ଜଳ ସେଚନ, ଶକ୍ତି ଓ ବୃକ୍ଷରୋପଣ ଆଦି ସେକ୍ଟର ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ। ତାଳଚେର ଓ ବଅଁରପାଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଜିଲାର ୨ଟି ପୌରପାଳିକାରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଏହାଛଡ଼ା ସମସ୍ତ ବ୍ଲକର ଆଦର୍ଶ ବିଦ୍ୟାଳୟ ଓ ବସ୍‌ଷ୍ଟାଣ୍ଡରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କରିବାକୁ ସ୍ଥିର କରାଯାଇଥିଲା। ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅର୍ଥ ଓ ସମୁଦାୟ ଖର୍ଚ୍ଚ ତଥା ବଳକା ଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବି ସମୀକ୍ଷା କରାଯାଇଥିଲା। ବିଭାଗ ଗୁଡ଼ିକୁ ପ୍ରଦାନ କରାଯାଇଥିବା ଅନୁଦାନ ଜାନୁୟାରୀ ସୁଦ୍ଧା ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନୁଗୋଳ ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ ପାଇଁ ୧.୮୧ କୋଟି ଟଙ୍କା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସେହିପରି ବନ ବିଭାଗ ଦ୍ୱାରା ଜିଲାର ୬ଟି ସ୍ଥାନରେ ୫୬ ହଜାର ଚାରାରୋପଣ କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଖଣି ପ୍ରଭାବିତ ଅଞ୍ଚଳର ବୃଦ୍ଧାବୃଦ୍ଧମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସହ ନବମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁ କରବା ଉପରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି ଓ ଜିଲା ଖଣିଜ ପାଣ୍ଠିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର,୨।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଜୁ…

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କୁ କଟାକ୍ଷ କଲେ ଜିଲାପାଳ

ନୂଆଦିଲ୍ଲୀ,୨।୨: ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରବିବାର ସୁବର୍ଣ୍ଣପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ ହୋଇଥିଲା।…

ଆନ୍ଧ୍ର ଆଧାର କାର୍ଡ ଅପଡେଡ୍‌ କରି ରାଶନ କାର୍ଡ ପ୍ରଦାନ କଲାପରେ ପଶିଲା ଚିନ୍ତା, ମେଳିକଲା…

ପଟ୍ଟାଙ୍ଗି,୨।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏକାଠିକରି ବୈଠକ ମାଧ୍ୟମରେ…

କାମସାରି ଘରକୁ ଫେରୁଥିଲେ ଶ୍ରମିକ, ରାସ୍ତାରେ ଗଲା ଜୀବନ 

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ପେଟ୍ରୋଲ ପମ୍ପ  ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ…

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

ସମ୍ବଲପୁର ତହସିଲ ଦୁଇ ଭାଗ: ନିଯୁକ୍ତି ହେବେ ଅନେକ ଅମିନ-ଆରଆଇ କହିଲେ…

ସମ୍ବଲପୁର, ୨।୨(ପ୍ରମୋଦ ବହିଦାର): ସମ୍ବଲପୁରର ରାଜସ୍ବ ବିଭାଗ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସୋମବାର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri