ଜିଲାସ୍ତରୀୟ ରାଷ୍ଟ୍ରିୟ ପୋଷଣ ମାସ:ଘର ତିଆରି ପୋଷକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ନୂଆପଡା ଅଫିସ,୨୮ା୯
ଘର ତିଆରି ଖାଦ୍ୟରେ ହିଁ ଉପଯୁକ୍ତ ପୋଷକ ତତ୍ୱ ରହିଥାଏ । ଆବହମାନ କାଳରୁ ଆମେ ଘରେ ମା’ ତିଆରି କରୁଥିବା ଖାଦ୍ୟରେ ଢେର ପୋଷକ ପାଉଥିଲୁ । ହେଲେ ଆମେ ସଭ୍ୟ ସମାଜ ଆଡକୁ ଯେତେ ଯାଉଛୁ ବୋଲି କୁହାଯାଉଛି, ଆମେ ସେତିକି ପୁଷ୍ଟିହୀନତାର ଶିକାର ହେଉଛୁ। ତେଣୁ ଘର ତିଆରି ପୋଷକ ଆମକୁ ଉପଯୁକ୍ତ ପୌଷ୍ଟିକ ଆହାର ଯୋଗାଇ ପାରିବ ବୋଲି ଜିଲାପାଳ କହିଥିଲେ। ଶୁକ୍ରବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ସେଭ ଦି ଚିଲଡ୍ରେନ ଏବଂ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନରେ ଯୋଗଦେଇ ଜିଲାପାଳ ମଧୁସ୍ମିତା ସାହୁ ଏହା କହିଥିଲେ । କାର୍ଯ୍ୟକ୍ରମରେ ସେଭ ଦି ଚିଲଡ୍ରେନର ଜିଲା ଅଧିକାରୀ ବିଦ୍ୟାଧର ମେହେର ଅଧ୍ୟକ୍ଷତା କରିଥିବାବେଳେ ଜିଲାପାଳ ସାହୁ ମୁଖ୍ୟଅତିଥି, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ବିଶେଷ ଅତିଥି, ଡିପିଏମ ଟିମନ ବାରା, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ନିବେଦିତା ସାମଲ, ଆରବିଏସକେୱାଇର ମୁକେଶ କୁମାର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବାହ୍ନରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନୂଆପଡା ବ୍ଲକ କ୍ୟାମ୍ପସରେ ଚାରାରୋପଣ କାର୍ଯ୍ୟକ୍ରମ ପରେ ଏକ ରାଲିରେ ମହିଳାମାନେ ଇଣ୍ଡୋର ଷ୍ଟାଡିୟମ ଯାଏଁ ଆସିଥିଲେ। ଏହି ଅବସରରେ ଯୁବତୀ ଫେଡେରେଶନ ଅନନ୍ୟା ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପୋଷଣ ଉପରେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିସରରେ ଖାଦ୍ୟ ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଥିଲା। ଏଥିରେ ଖଡିଆଳ ବ୍ଲକ ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ନୂଆପଡା ବ୍ଲକ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହିଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସକାଶେ ଅନ୍ୟ ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗଗୁଡିକୁ ପୁରସ୍କୃତ କରାଯାଇଥିଲା। ଜିଲାପାଳ ଘର ତିଆରି ପୌଷ୍ଟିକ ଆହାର ଉପରେ ଗୁରୁତ୍ୱ ଦେଇଥିବାବେଳେ ଘରେ ଯଦି ପୁଷ୍ଟିକର ଖାଦ୍ୟ ନ ପାଇ କେହି ମୃତ୍ୟୁବରଣ କରୁଛନ୍ତି, ଏଥିପାଇଁ ଆମେ ନିଜକୁ ଉତ୍ତର ଦାୟୀ କରିବା ଦରକାର । ଏଥିପାଇଁ ଆମେ ନିଜକୁ ପ୍ରସ୍ତୁତି କରିବା ଜରୁରୀ ବୋଲି କହିଥିଲେ। ଆଜିର ଦିନରେ ପୌଷ୍ଟିକ ଆହାର ହିଁ ଜୀବନରେ ଉତମ ସ୍ବାସ୍ଥ୍ୟ ରକ୍ଷାର ମାଧ୍ୟମ ହୋଇପାରିବ ବୋଲି ଆମ ସମସ୍ତଙ୍କୁ ସଂକଳ୍ପ କରିବାକୁ ପଡିବ ବୋଲି ବକ୍ତାମାନେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ସେଭ ଦି ଚିଲଡ୍ରେନର ଜିଲା ଅଧ୍ୟକ୍ଷ ମେହେର ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକକୋଡ୍‌କୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ...

ବୃଦ୍ଧଙ୍କ ଗଳା କାଟିଦେଲେ

ମାଲକାନଗିରି/ପଡ଼ିଆ,୮ା୫: ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡା ପଞ୍ଚାୟତ ନିଲିଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ୨ ଜଣ ଯୁବକ ଜଣେ...

ଆଜି ୧୬ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ ବୁଧବାର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ...

ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର, ୩ ଫେରାର, ମାରଣାସ୍ତ୍ର ସହ ଗାଡ଼ି ଜବତ

କେନ୍ଦ୍ରାପଡ଼ା ଅଫିସ/ ଆଳି,(ଡି.ଏନ୍‌.ଏ.), ୨୮ା୯: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକଠାରେ ଶନିବାର ଭୋରରେ ଜିଲା ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର ଆହତ...

ବିମାନବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଖୁବ୍‌ଶୀଘ୍ର: ପୋତାହେବ ଓୟୁଏଟି ଫାର୍ମରେ ଥିବା ୨ ପୋଖରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ କିଛିଦିନ ମଧ୍ୟରେ ଆରମ୍ଭ ହେବ। ବିଶେଷକରି ବିମାନ ଉଡ଼ାଣରେ ବଡ଼...

ଛାତ୍ରୀଛାତ୍ରଙ୍କ ପାଠପଢା ପାଇଁ ୨୮ରୁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬।୯(ବ୍ୟୁରୋ)-ମହାମାରୀ କରୋନା ଯୋଗୁ ଗତ ମାର୍ଚ୍ଚ ୧୭ ତାରିଖଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡ଼ି ରହିଛି। ପିଲାମାନେ କିପରି ଉଚିତ ଶିକ୍ଷା ପାଇପାରିବେ ସେଥିପାଇଁ...

ପୂଜାରେ ଭିଜିବ ଓଡ଼ିଶା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

ଆଉ ଦୁଇଦିନ ଛେଚିବ, ୭ ଜିଲାକୁ ଏଲୋଓ୍ବାର୍ନିଂ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଛି। ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ବାୟୁ ପ୍ରବାହ ହେଉଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଉତ୍ତର ଓ...

Advertisement
Archives

Model This Week