ଜିଲାରେ ୫୫୫ ଶିଶୁ ଅପପୁଷ୍ଟିର ଶିକାର

ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା। ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ସରକାରଙ୍କ ନାନା ଯୋଜନା କାର୍ଯ୍ୟକାରୀ ହେଉଛି। ଉପଯୁକ୍ତ ତଦାରଖ ଓ ଆନ୍ତରିକତା ଅଭାବରୁ ଯୋଜନା ତା’ର ମୂଳ ଉଦ୍ଦେଶ୍ୟଠାରୁ ଦୂରେଇ ଯାଉଛି। ଜିଲାରେ ମୋଟ ୫୫୫ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ନିକଟରେ ବିଭାଗ ଦ୍ୱାରା ରେଡ୍‌ଜୋନ୍‌ ଅଧୀନରେ ୫୨୭ ଶିଶୁ ଚିହ୍ନଟ କରାଯାଇଛି। ୬ ମାସରୁ ୫ ବର୍ଷ ମଧ୍ୟରେ ଥିବା ଏହି ଶିଶୁମାନେ ଆବଶ୍ୟକ ଓଜନଠାରୁ କମ୍‌। ଏଣୁ ବିଭାଗ ପକ୍ଷରୁ ଏମାନଙ୍କୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଗର୍ଭବତୀ ମହିଳାଙ୍କୁ ୩ ମାସଠାରୁ ଆରମ୍ଭ କରି ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଯଦି ସରକାରୀ ସ୍ତରରେ ସମସ୍ତ ପୁଷ୍ଟିକର ଖାଦ୍ୟ, ଅଣ୍ଡା, ଛତୁଆ ଇତ୍ୟାଦି ପ୍ରଦାନ କରାଯାଉଛି, ତେବେ ଶିଶୁମାନେ ଏତେ କମ୍‌ ଓଜନର କାହିଁକି ଜନ୍ମ ହେଉଛନ୍ତି ବୋଲି ପ୍ରଶ୍ନ ଉଠିଛି। ସରକାରୀ ସ୍ତରରେ ଦିଆଯାଉଥିବା ଖାଦ୍ୟର ଉପଯୁକ୍ତ ମାନ ରହୁ ନ ଥିବାରୁ ଏଭଳି ଘଟୁଥିବା ଅଭିଯୋଗ ହେଉଛି। ଅପପୁଷ୍ଟିର ଶିକାର ଶିଶୁମାନଙ୍କୁ ଭଦ୍ରକ ଗବସାହିରେ ଥିବା ପୁଷ୍ଟିସାଧନ କେନ୍ଦ୍ରକୁ ପଠାଯାଇ ସେଠାରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଏବଂ ଔଷଧ ଦିଆଯାଇ ଯତ୍ନ ନିଆଯାଉଛି।
ସୂଚନା ଅନୁଯାୟୀ, ସମୁଦାୟ ଜିଲାର ୭ ବ୍ଲକର ୮ ପ୍ରକଳ୍ପ ଅଞ୍ଚଳରୁ ଚିହ୍ନଟ ହୋଇଥିବା କମ୍‌ ଓଜନର ୫୨୭ ଶିଶୁଙ୍କ ମଧ୍ୟରୁ ବାସୁଦେବପୁରରୁ ୮୧, ଭଦ୍ରକରୁ ୭୮, ଭଣ୍ଡାରିପୋଖରୀରୁ ୬୬, ବନ୍ତରୁ ୮୫, ଚାନ୍ଦବାଲି-୧ ରୁ ୭୧, ଚାନ୍ଦବାଲି-୨ରୁ ୬୪, ଧାମନଗରରୁ ୩୯ ଓ ତିହିଡିରୁ ୪୩ ଶିଶୁ ଚିହ୍ନଟ ହୋଇଛନ୍ତି। ପୁଷ୍ଟିସାଧନ କେନ୍ଦ୍ରରେ ୨୮ଜଣ ଚିକିତ୍ସିତ ହେଉଥିବା ଦର୍ଶାଯାଇଛି। ଫନୀ ବାତ୍ୟା ପାଇଁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସମୟରେ ୨୨୭ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚିହ୍ନଟ କରାଯାଇଥିଲା। ଏହାପରେ ଜିଲା ପ୍ରଶାସନର ନିଦ ହଜିଯାଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ ଏହି ଶିଶୁଙ୍କ କେଶ୍‌ ଡାଏରୀ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେମାନଙ୍କ ପରିବାର ଲୋକଙ୍କ ସ୍ଥିତାବସ୍ଥା, ବୃତ୍ତି, ଆୟ ପନ୍ଥା ଓ ଅପପୁଷ୍ଟିର କାରଣ ସମ୍ପର୍କରେ ଜାଣିବା ପାଇଁ ନିକଟରେ ଏକ ବୈଠକ ଡକାଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲା ମଙ୍ଗଳ ଅଧିକାରୀ ଆଶାଲତା ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜରଙ୍କୁ ନେଇ ହୋଇଥିବା ଏହି ବୈଠକରେ ଜିଲାପାଳ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ଏଭଳି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁମାନଙ୍କୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇ ଧ୍ୟାନ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ମହାନ୍ତିଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଶିଶୁଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ସେମାନଙ୍କ ପରିବାରର ସ୍ଥିତାବସ୍ଥା ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଭତ୍ତାରୁ ବଞ୍ଚତ୍ତ ଜଗବନ୍ଧୁ

ବନ୍ତ, ୨୪।୬ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଗରିବ ବୃଦ୍ଧାବୃଦ୍ଧ, ବିଧବାମାନଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟରେ ଭତ୍ତା ପ୍ରଦାନର ସୁବିଧା କରିଛନ୍ତି।...

ରାଇସୁଆଁରେ ହାତୀ ଉପଦ୍ରବ

କେନ୍ଦୁଝର/ରାଇସୁଆଁ,୨୨ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ କାଲା ମହାଦେବ ମନ୍ଦିର ପରିସରରେ ରବିବାର ବିଳମ୍ବିତ ରାତିରେ ୨ଟି ହାତୀ ପଶି ଅନେକ ଗଛ ନଷ୍ଟ କରିବା...

ବେଆଇନ ପିସ୍ତଲ ସହ ୮ ଜୀବନ୍ତ ଗୁଳି ଜବତ, ଅଭିଯୁକ୍ତ ଗିରଫ

ବଡବିଲ, ୧୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉପରବସ୍ତିରୁ ଜଣେ ଯୁବକଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ସହ ୮ଟି ଜୀବନ୍ତ ଗୁଳି ଜବତ ହୋଇଥିବାବେଳେ...

ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା...

ଜେଲ୍‌ ଗଲେ କୋଟିପତି କିରାଣି

ଜଳେଶ୍ୱର, ୨୬।୭(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା (ନଂ.୨୬/୨୦୧୯)ରେ ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାରସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତଥା...

ପୌରପାଳିକା ନାଁରେ ନକଲି ଫେସବୁକ ଆକାଉଣ୍ଟ

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ପୌରାଞ୍ଚଳ ନାମରେ ଦୀର୍ଘ ୧ବର୍ଷ ଧରି ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌...

ପଶ୍ଚିମା ଝଡ଼ରେ ଉପୁଡ଼ିଲା ଗଛ

ବାରିପଦା ଅଫିସ/ଭଦ୍ରକ ଅଫିସ, ୧୯।୩: ପଶ୍ଚିମା ଝଡ଼ ପ୍ରଭାବରେ ମୟୂରଭଞ୍ଜ ଜିଲାର ଶିମିଳିପାଳ ସମେତ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଶନିବାର ଦିନ...

ଚାଷ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୫।୭(ଡି.ଏନ.ଏ.)-ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ...

Advertisement
Archives

Model This Week