ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି ମାନିଲେ  ଯାଜପୁର ଜିଲାପାଳ: ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଚିଠି

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ରୋଗୀସେବା ନିମନ୍ତେ ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଶନିବାର ଚିଠି ଲେଖିଥିବା ଜଣାପଡିଛି। ଚିଠି (ନଂ. ୩୭୬/୭।୯।୨୦୧୯)ରେୁ ଜିଲାପାଳ ମୋ ସରକାର ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଡାକ୍ତରଙ୍କ ପାଇଁ ୫-ଟି ଲାଗୁ କରିଥିବା ଜଣାପଡିଛି। ଖୋଦ୍‌ ଜିଲାପାଳ ଏହି ଚିଠିରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଅନୁନ୍ନତ ସ୍ବାସ୍ଥ୍ୟ ସେବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଡାକ୍ତରମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟମିତ ଠିକ୍‌ ସମୟରେ ପହଞ୍ଚତ୍ ନ ଥିବା, ରୋଗୀଙ୍କ ପାଇଁ ଆଉଟ୍‌ଡୋର ଓ ଅପରେସନ୍‌ ଥିଏଟରଗୁଡିକ ଠିକ୍‌ଭାବେ କାର୍ଯ୍ୟକାରୀ କରିବା, ଦଲାଲ ଓ ଘରୋଇ ଆମ୍ବୁଲାନ୍ସଗୁଡିକ ଉପରେ ନଜର ରଖିବା ସାଙ୍ଗକୁ ଡାକ୍ତରମାନେ ନିରାମୟ ମେଡିସିନ୍‌ ଉପରେ ଗୁରୁତ୍ୱାରୋପ କରିବା, ରେଡକ୍ରସ ଓ ଡିଏମ୍‌ଏଫ ପରି ବିଭାଗର ଅର୍ଥ ରାଶିକୁ ଖର୍ଚ୍ଚ କରି ରୋଗୀ ସେବାକୁ କିପରି ଉନ୍ନତ କରିହେବ ସେ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ୭ଦିନ ମଧ୍ୟରେ ଉପରୋକ୍ତ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଶୃଙ୍ଖଳିତ ଅଧିକାରୀ, କର୍ମଚାରୀଙ୍କ ଦୁର୍ନୀତି କିମ୍ବା ରୋଗୀଙ୍କୁ ଶୋଷଣ କରୁଥିବା ନେଇ କୈଫତ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ବାସେଳିସାହି ଥାନା ଅଧିକାରୀ

ପୁରୀ ଅଫିସ,୭ା୧୨: ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଶେଷରେ ରବିବାର ବଦଳି କରାଯାଇଛି। ଜେନାଙ୍କୁ ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବହୁ...

ଟିଡି ଟିକା ନେଇ ୨ ଛାତ୍ରୀ ଅଚେତ

ବ୍ରହ୍ମପୁର ଅଫିସ,୮ା୯-ସରକାରୀ ଯୋଜନାରେ ମାଗଣାରେ ଯୋଗାଣ ହେଉଥିବା ଟିଟାନସ ଡିପ୍‌ଥେରିଆ (ଟିଡ଼ି) ଟିକା ନେଇ ବ୍ରହ୍ମପୁରର ଏକ ଘରୋଇ ସ୍କୁଲର ଦୁଇଜଣ ଛାତ୍ରୀ ଅଚେତ ହୋଇପଡ଼ିଛନ୍ତି...

କଟକ ସହରରେ ୫୯ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୭: କଟକ ମହାନଗର ନିଗମ ଅଞ୍ଚଳରୁ ଶୁକ୍ରବାର ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ରୁ ୫୬, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଓ ଅନ୍ୟ...

କରୋନା ମୁକାବିଲା ସ୍ଥିତି ପରଖିଲେ ଜିଲାପାଳ

ବରଗଡ଼ ଅଫିସ୍‌,୧୯।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ସଭିଁଙ୍କ ଚିିନ୍ତା ବଢ଼ାଇ ଦେଇଛି । ଏଥିପାଇଁ ଦେଶବ୍ୟାପୀ ଲକ୍‌ ଡାଉନ କଟକଣା ଲାଗୁହୋଇ ଥିବାବେଳେ ସଚେତନତା,...

ଆସିଲା କି ତୃତୀୟ ଲହର! ଭୀମସାର ୨ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ

ସମ୍ବଲପୁର ଅଫିସ,୧୪ା୮: ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୮ ମାସର ଶିଶୁ ଥିବାବେଳେ ଆଉ...

ଟ୍ରକ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ୍‌: ଚାଲିଗଲା ଚାଳକଙ୍କ ଜୀବନ

ପଦ୍ମପୁର, ୪।୩(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାସୁଦେବପୁରରୁ ଭଦ୍ରକ...

୨୩ ବର୍ଷ ହେଲା ବିଛଣାରେ

ପଦ୍ମପୁର,୧୧।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାମବେହେରା ସାହିର ରମାମଣି ବେହେରା(୪୧) ଦୀର୍ଘ ୨୩ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏପଟେ...

ଦୁଇଭାଇଙ୍କ କିଚେନ ଗାର୍ଡେନ ଆପଣେଇଛନ୍ତି ଜୈବିକ ପଦ୍ଧତି

ଆନନ୍ଦପୁର, ୨୯।୧୨(ସ୍ବ.ପ୍ର.)-ଘର ଛାତ ଉପରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସାଙ୍ଗକୁ ନାନା ଜାତିର ଫୁଲ, ଫଳ ବଗିଚା ଯେ କେହି ବି ଦେଖିବ ତାର...

Advertisement
Archives

Model This Week