ଜିଲାରେ ଅସୁରକ୍ଷିତ ନାବାଳିକା,୩ବର୍ଷରେ ବଳାତ୍କାରର ଶିକାର ହୋଇଛନ୍ତି ୩୬୮

ଯାଜପୁର ଟାଉନ,୧୭।୯(ଡିଏନଏ)- ଯାଜପୁର ଜିଲାରେ ନାବାଳିକାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ନାବାଳିକାଙ୍କ ପାଇଁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଯେତେ ଆଇନ୍‌ ଓ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବଳାତ୍କାର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଫଳରେ ଯାଜପୁର ଜିଲାରେ ନାବାଳିକାମାନେ ଅସୁରକ୍ଷିତ ମଣୁଥିବା ଜଣାଯାଇଛି। ସାଧାରଣ ଲୋକେ ସଚେତନ ହେବା ସହ ସାକ୍ଷରତାର ହାର ମଧ୍ୟ ଆଶାନୁରୂପ ଭାବେ ବୃଦ୍ଧି ପାଉଥିବା ସରକାରୀ ତଥ୍ୟରୁ ଜଣାପଡିଛି। ମାତ୍ର ଲୋକଙ୍କ ମାନସିକତା ପରିବର୍ତ୍ତନ ହେଉ ନ ଥିବାରୁ ନାବାଳିକା ବଳାତ୍କାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୩ବର୍ଷ ମଧ୍ୟରେ ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସହଜେ ଅନୁମେୟ। ୨୦୧୭ରେ ୧୧୪, ୨୦୧୮ରେ ୧୪୭ ଓ ୨୦୧୯ ଅଗଷ୍ଟ ସୁଦ୍ଧା ୧୦୭ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ପଞ୍ଜୀକୃତ ହୋଇଛି। ଯାଜପୁର ପୋକ୍ସୋ କୋର୍ଟରେ ଏଯାବତ୍‌ ୭୧୦ଟି ମାମଲା ବିଚାରଧୀନ ରହିଛି। ରିପୋର୍ଟରୁ ଜଣାଯାଏ ଯେ, ନାବାଳିକାମାନେ ବିଶେଷ କରି ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ବଳାତ୍କାରର ଶିକାର ହେଉଛନ୍ତି। ଏହା ସହିତ ଅବାଧ ନିଶାଦ୍ରବ୍ୟ ପ୍ରଚଳନ ମଧ୍ୟ ଏହାର ଅନ୍ୟତମ କାରଣ ବୋଲି ଜଣାପଡିଛି। ଯାଜପୁର ଜିଲା ସୁକିନ୍ଦା ଥାନା ଅଞ୍ଚଳରେ ଅଧିକ ନାବାଳିକା ବଳାତ୍କାର ଘଟଣା ଘଟୁଥିବା ଜଣାପଡିଛି। ଏହି ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ବ୍ୟାପକ ନିଶାଦ୍ରବ୍ୟ ଓ ସଚେତନତା ଅଭାବରୁ ଏହିସବୁ ଘଟଣା ଘଟୁଥିବା ନଜରକୁ ଆସିଛି। ଅନେକ କ୍ଷେତ୍ରରେ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତମାନେ ନିଦ୍ଦର୍‌ବନ୍ଦରେ ଖଲାସ ହୋଇଯାଉଥିବାରୁ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଆଜି ବି ପୋଲିସର ମାନସିକତାରେ କୌଣସି ପରିବର୍ତ୍ତନ ଘଟିନାହିଁ। ଘଟଣା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ଓ ପୋଲିସ ପଦାଧିକାରୀମାନେ କହୁଥିବାବେଳେ ପୋଲିସର ମନ୍ଥରତା ଏବଂ ରାଜନୈତିକ ହସ୍ତକ୍ଷେପ ଯୋଗୁ ଅଭିଯୁକ୍ତମାନେ ଖସିଯାଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ପୋଲିସ ଅଭିଯୋଗକାରୀଙ୍କୁ ଦୋଷ ଦେଇ ଖସି ଯାଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ବଳାତ୍କାର ହେଉଥିବା ନାବାଳିକା କିମ୍ବା ସେମାନଙ୍କ ଅବିଭାବକମାନେ କୋର୍ଟରେ ମାମଲା ଚାଲିଲାବେଳେ ଘଟଣାକୁ ମନା କରିଦେଉଥିବା ପୋଲିସ ଅଭିଯୋଗ କରୁଛି। ଅପରପକ୍ଷରେ ପୋଲିସ ମାସ ମାସ ଧରି ଚାର୍ଜସିଟ୍‌ ନ ଦେବାରୁ ଅଭିଯୁକ୍ତମାନେ ଯେନେତେନେ ପ୍ରକାରେ ମାମଲାକୁ ରଫାଦଫା କରିଦେବାକୁ ସୁଯୋଗ ପାଉଛନ୍ତି। ଫଳରେ ବଳାତ୍କାରୀମାନେ ବିଚାରାଳୟରୁ ନିର୍ଦ୍ଦୋଶରେ ଖଲାସ ହୋଇଯାଉଛନ୍ତି। କେତେକ ସ୍ଥାନରେ ଗ୍ରାମବାସୀମାନେ ନାବାଳିକା ବଳାତ୍କାର ଘଟଣାର ଫଇସଲା କରି କୋର୍ଟରେ ଅଭିଯୁକ୍ତଙ୍କୁ ଖଲାସ କରିଦେଉଛନ୍ତି। ଫଳରେ ବଳାତ୍କାର ଘଟଣା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଅପରପକ୍ଷରେ ରାଜ୍ୟ ସରକାର ନାବାଳିକା ବଳାତ୍କାର ଘଟଣାକୁ ଗୁରୁତରଭାବେ ନେଉଥିବାବେଳେ ଦୃଷ୍ଟାନ୍ତମୂଳକ ଶାସ୍ତି ବାରମ୍ବାର ନ ହେଲେ ଏଭଳି ଘଟଣା କମିବାର ନାଁ ଧରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri