ଜିଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ

ଛତ୍ରପୁର,୨୮ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ଆଦିବାସୀ ସଙ୍ଗଠନ ୭ ଦଫା ଦାବି ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମି ଓ ଜଙ୍ଗଲ ଅଧିକାର, ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟସେବା, ପିଇବା ପାଣି, ଜଳସେଚନ, ସେତୁ ଓ ବିଦ୍ୟୁତୀକରଣର ସୁବ୍ୟବସ୍ଥା, ଜିଲାରେ ନାକଚ ହୋଇଥିବା ୬, ୩୪୩ ଆବେଦନକାରୀଙ୍କୁ ଜଙ୍ଗଲର ଶିରୋନାମା ତୁରନ୍ତ ପ୍ରଦାନ, ସମସ୍ତ ଭୂମିହୀନଙ୍କୁ ଜମି ଓ ଘରଡ଼ିହ ପଟ୍ଟା ଯୋଗାଇବା, ଆଦିବାସୀ ଓ ନେତାମାନଙ୍କ ଉପରେ ମିଥ୍ୟା କେଶ, ପୋଲିସର ଦମନ ଓ ଗୁଣ୍ଡାରାଜ ବନ୍ଦ କରିବା ଆଦି ଆଦିବାସୀଙ୍କ ଦାବି ନେଇ ଧାରଣା ଦିଆଯାଇଥିଲା। ଦାବି ପୂରଣ ନ ହେବା ଯାଏ ଏହା ଜାରି ରହିବ ବୋଲି କୁହାଯାଇଥିଲା। ସନ୍ଧ୍ୟାରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସହ ଆଦିବାସୀମାନଙ୍କ ଏକ ପ୍ରତିନିଧିମଣ୍ଡଳୀର ଆଲୋଚନା ହେବା ସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଫେବ୍ରୁଆରୀ ୫ରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବ। ଆଦିବାସୀଙ୍କ ଏକ ପ୍ରତିନିଧି ଦଳ, ଅତିରିକ୍ତ ଜିଲାପାଳ, ୩ ଉପଜିଲାପାଳ, ଜିଲା ମଙ୍ଗଳ ଅଧିକାରୀ ଡିଏଫ୍‌ଓମାନେ ସେଥିରେ ଉପସ୍ଥିତ ରହି ଦାବି ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ପୂର୍ବାହ୍ନରେ ଅଖିଳ ଭାରତ କିଶାନ ମଜଦୁର ସଭା, ଆଦିବାସୀ ଭାରତ ମହାସଭା ଚାଷୀ ମୂଲିଆ ସଂଘ, ଗଞ୍ଜାମ ଜିଲା ଆଦିବସୀ ମଞ୍ଚ, ଜିଲା ଗ୍ରାମ ସଭା ସାମ୍ମୁଖ୍ୟ ସଙ୍ଗଠନ ପକ୍ଷରୁ ୭ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା। ଏଥିରେ ଏଆଇକେଏମସ୍‌ର ଜିଲା ସମ୍ପାଦକ ରଘୁନାଥ ନାୟକ, ରାଜ୍ୟ ମୁଖପାତ୍ର ଭାଲଚନ୍ଦ୍ର ଷଡଙ୍ଗୀ, ପ୍ରତାପ ନାୟକ, ଆଦିବାସୀ ଭାରତ ମହାସଭାର ଜିଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲା ଆଦିବସୀ ମଞ୍ଚର ସଭାପତି କୈଳାସ ଜାନି, ଗଞ୍ଜାମ ଜିଲା ଗ୍ରାମ ସଭା ସାମ୍ମୁଖ୍ୟର ଆବାହକ ବିଜୟ ସ୍ବାଇଁ, ଓଡିଶା ଚାଷୀ ମୂଲିଆ ସଂଘର ଜିଲା ଆବାହକ ନିରଞ୍ଜନ ଶବର, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ପ୍ରଦୀପ ସାହୁ, ଅବନୀ ଗୟା, ସୀମାଞ୍ଚଳ ନାହାକ, ଇଜୁ ଅମିନ୍‌ ଖାନ୍‌ ପ୍ରମୁଖ ସାମିଲ ହୋଇଥିଲେ। ଆନ୍ଦୋଳନ ପରିପ୍ରେକ୍ଷୀରେ ସେଠାରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ବେଳେ ଛତ୍ରପୁର ଏସଡିପିଓ ଗୌତମ କିଶାନ, ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନା ଆଇଆଇସି ସୁଧାଂଶୁ ଶେଖର ମାନ୍ଧାତା, ମେରାଇନ୍‌ ଆଇଆଇସି ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଥାନା ଆଇଆଇସି ଦିଲୀପ କୁମାର ସାହୁ ଉପସ୍ଥିତ ଥିଲେ। ଏଥିସହ ୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri