ଜିଲାପାଳଙ୍କ ଅଚାନକ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ: ଯକ୍ଷ୍ମା ରୋଗୀଙ୍କୁ ଖୁଆଇଲେ ଔଷଧ

ମୁନିଗୁଡ଼ା,୧୭।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ସୋମବାର ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ଅଚାନକ ମେଡିକାଲରେ ପହଞ୍ଚି ଡ. ସଞ୍ଜୟ କୁମାରଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ଜିଲାପାଳ ରୋଗୀମାନଙ୍କୁ ଭେଟିବା ସମୟରେ ଜଣେ ଯକ୍ଷ୍ମା ରୋଗୀଙ୍କୁ ଔଷଧ ଖୁଆଇଥିଲେ। ତେବେ ଆବଶ୍ୟକ ଡାକ୍ତର ଓ ଏକ୍ସ-ରେ ମେଶିନ ଲାଗି ଟେକ୍ନିସିୟାନ ନ ଥିବାରୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏ ନେଇ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ ବେହେରା ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିଡି-ଡିଆର୍‌ଡିଏ ଅମୃତ ଋତୁରାଜ, ଉପ ଜିଲାପାଳ ସିଦ୍ଧେଶ୍ୱର ବନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖୁବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କୁ ପୋଲିସର ମାଡ଼ ଅଭିଯୋଗ: ପ୍ରତିବାଦରେ କାରଖାନାକୁ ପରିବହନ ବନ୍ଦ

ଆସିକା,୨୫।୩(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍‌ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପରିଚାଳନା ତାଲିମ

ଶେରଗଡ଼,୩୦ା୪(ଡି.ଏନ୍‌.ଏ.)- ଶେରଗଡ଼ ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପ୍ରଥମ କରି ୧୧୪ଜଣ ସୁରଟ ଫେରନ୍ତାଙ୍କୁ ରଖାଯିବ। ଏନେଇ ଆଦର୍ଶ ବିଦ୍ୟାଳୟରେ ସମସ୍ତ ପ୍ରସ୍ତୁତ ସରିଛି। ଛାତ୍ରୀ...

ମା’ଙ୍କୁ ମୁଖାଗ୍ନି ଦେଇ ପୁଣି ଜେଲ ଗଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ରବିବାର ପାଟଣାଗଡ଼ଠାରେ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପୁଣି...

ଜୀବିକା ଉପରେ କରୋନା ପାହାର: ସଙ୍କଟରେ ପଥର ଶିଳ୍ପୀ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସମଗ୍ର ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କାମଧନ୍ଦା ସବୁ ଠପ୍‌ ହୋଇଯିବାରୁ ଶ୍ରମିକ, କାରିଗର...

ଆଜି ରଥକୁ ଉଠିବ ଚଉଦ ନାହାକା କାଠ

ପୁରୀ ଅଫିସ,୨୬ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ପ୍ରଥମ ଭୂଇଁ ଖଞ୍ଜାଯାଇ ଛ’କାଠ ଉଠିବା ପରେ ଦ୍ୱିତୀୟ ଭୂଇଁଖଞ୍ଜା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦ୍ୱିତୀୟ...

ଗାଁରୁ ସହର ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ

ସୋନପୁର,୩୦।୫(ନି.ପ୍ର.)-କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଦେଶ ବିଦେଶରେ ଥିବା ସବୁ ଓଡିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ...

ଲାଞ୍ଚ ନେଇ ଧରାପଡ଼ିଲେ ଡାଟାଏଣ୍ଟ୍ରି ଅପରେଟର

ଭଦ୍ରକ ଅଫିସ,୯।୧: ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଜଣେ ଠିକାଦାରଙ୍କଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା...

Coronavirus Update

Archives

Model This Week

Why Dharitri